ଦେଖନ୍ତୁ ଅଜବ ଭିଡ଼ିଓ – ସମୁଦ୍ର ମଝିରେ ହାତ ଯୋଡି ଡାକିଲି ପ୍ରଭୁ ଜଗନ୍ନାଥ କୁ ଆଉ ତା ପରେ ଯାହା ଘଟିଲା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ….

0

ହାତ ଯୋଡ଼ି ଅଥଳ ସମୁଦ୍ର ଭିତରେ ଡାକୁଥିଲେ ସେ । ଭାଷୀ ଚାଲିଥିଲା ଡଙ୍ଗା । ଡଙ୍ଗା ରେ ଦିଗ କେଉଁ ଆଡେ ଥିଲା ଏହା ମଧ୍ୟ ଜଣା ନଥିଲା । ଲାଗୁଥିଲା ସତେ ଯେପରି ପ୍ରଭୁ ଜଗନ୍ନାଥ ହାତ ବଢାଇ ଡଙ୍ଗା କୁ ନେଇ ଯାଉଛନ୍ତି। ଆଉ ପହଞ୍ଚି ଗଲେ ପୁରୀ ଉପକୂଳ କୃଷ୍ଣପ୍ରସାଦ ଅଞ୍ଚଳ ରେ । ଏହି ନାଭିକ ଙ୍କ ୨୮ ଦିନର ଯାତ୍ରା ଥିଲା ଏମିତି କିଛି । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;

ଆମ୍ରିତି ଖୁଜୁରି , ଆଣ୍ଡମାନ ରୁ ଯାତ୍ରା ଆରମ୍ଭ କରି ପହଞ୍ଚି ଗଲେ ଓଡ଼ିଶା ରେ । ତାଙ୍କର ଏହି ୨୮ ଦିନ ଯାତ୍ରା ରେ ଥିଲା କିଛି ରୋମଞ୍ଚଙ୍କ ଓ ଅବିଶ୍ଵସ୍ନୀୟ ଘଟଣା । ଅଗଷ୍ଟ ୨୮ ତାରିଖ ୨୦୧୯ ମସିହା ରେ ଆମ୍ରିତି ଖୁଜୁରି ବାହାରି ଥିଲେ ଆଣ୍ଡମାନ ରୁ ପୋର୍ଟ ବ୍ଲେୟର ରୁ ମିର୍ ଦ୍ଵୀପ ଅଭିମୁଖେ । ତାଙ୍କ ସହିତ ବାହାରି ଥିଲେ ତାଙ୍କ ସାଙ୍ଗ ରଞ୍ଜନ ମିଶ୍ରି। ପୋର୍ଟ ବ୍ଲେୟର ରୁ ମିର୍ ଦ୍ଵୀପ ୩-୪ ଘଣ୍ଟା ସମୟ ଲାଗେ । କିନ୍ତୁ ଡଙ୍ଗା ବାହାରିବା ର କିଛି ସମୟ ପରେ ସମୁଦ୍ର ରେ ଆସିଥିଲା ଭୀଷଣ ଝଡ଼ ତୋଫାନ। ଆଉ ବୋଟ ରୁ ସରି ଯାଇଥିଲା ଫୁଏଲ ।

ଡଙ୍ଗା ରେ ଓଜନ କମାଇବା ପାଇଁ ଖାଦ୍ୟ ସାମଗ୍ରୀ ଛାଡ଼ି ଅନ୍ୟ ସାମଗ୍ରୀ କୁ ପାଣି କୁ ଫୋପାଡି ଦେଇଥିଲେ ସେ । ତେବେ ଅଥଳ ସମୁଦ୍ର ରେ କୁଆଡ଼େ ଯାଉଥିଲେ ସେ ଜାଣି ପାରି ନଥିଲେ ଓ ଡଙ୍ଗା ଭାଷୀ ଚାଲିଥିଲା ବର୍ମା ଆଡ଼କୁ । ବର୍ମା ରେ ସେ ଦୁଇ ଦିନ ରହିବା ପରେ ଖାଦ୍ୟ ସାମଗ୍ରୀ ସହିତ ଫୁଏଲ ନେଇ ପୁଣି ଥରେ ଆଣ୍ଡମାନ କୁ ଯାତ୍ରା ଆରମ୍ଭ କରିଥିଲେ ସେ। ଏଥର ମଧ୍ୟ ସେ ସାମ୍ନା କଲେ ଆଉ ଏକ ଝଡ଼ କୁ ।

ସମୁଦ୍ର ଭିତରେ ଅସ୍ତବେସ୍ତ ହୋଇଗଲେ ଦୁଇ ସାଙ୍ଗ । ଅଧା ରେ ସେମାନେ ଦିଗ ହରା ହୋଇ ବସିଲେ । ଚାରି ଆଡେ଼ ଖାଲି ସମୁଦ୍ର ହିଁ ଦେଖା ଯାଉଥିଲା । ଦିନ ପରେ ଦିନ ବିତି ଯାଇଥିଲ ଓ ସେମାନେ ସେମିତି ସମୁଦ୍ର ରେ ଡଙ୍ଗା ଚଳାଉ ଥିଲେ। ଏମିତି ବି ସମୟ ଆସିଲା ଯେବେ ତାଙ୍କୁ ସମୁଦ୍ର ପାଣି ପିଇ ଜୀବନ ବଞ୍ଚାଇବା ପାଇଁ ପଡିଲା ।

ଭୋକ ରେ ଶୋଷ ରେ ସମୁଦ୍ର ଭିତରେ ଦୁଇଜଣ ସେମିତି ଡଙ୍ଗା ଚଳାଉ ଥାଆନ୍ତି ଆଉ ଏହାରି ଭିତରେ ଆର ପାରି କୁ ଚାଲିଗଲେ ଅମ୍ରିତି ଙ୍କ ସାଙ୍ଗ ରଞ୍ଜନ । ଡଙ୍ଗା ଭିତରେ ତିନି ଦିନ ନିଜ ସାଙ୍ଗ ଶବ କୁ ରଖିଥିଲେ ଆମ୍ରିତୀ । ଦୁଃଖ ରେ ସୁଖ ରେ ସାଥ ଦେଇଥିବା ବନ୍ଧୁ ର ବନ୍ଧୁତ୍ୱ କୁ ଭୁଲି ପାରୁ ନଥିଲେ ସେ ଓ ସେଥିପାଇଁ ତାଙ୍କ ସବ କୁ ସାଥିରେ ରଖି ଡଙ୍ଗା ଚଳାଉ ଥିଲେ ଶେଷରେ ଶବ ରୁ ଦୁର୍ଗନ୍ଧ ବାହାରିବାରୁ ଶବ କୁ ପାଣି କୁ ଫୋପଡ଼ିବା ପାଇଁ ବାଧ୍ୟ ହେଲେ ।

ଏହା ପରେ ଅଥଳ ସମୁଦ୍ର ରେ କେବଳ ଭଗବାନ କୁ ଡାକିଲେ ଓ ବେସାହାରା ହୋଇ ସମୁଦ୍ର ରେ ଭାଷୀ ଚାଲିଲେ ଶେଷରେ ଆସି ୨୮ ଦିନ ଯାତ୍ରା ପରେ ପୁରୀ ଉପକୂଳ କୃଷ୍ଣପ୍ରସାଦ ଅଞ୍ଚଳ ରେ ପହଞ୍ଚି ଅଛନ୍ତି ଓ ସେଠାରେ ଅଛନ୍ତି। ସରକାର ଙ୍କ ସହାୟତା ରେ ବର୍ତ୍ତମାନ ସେ ନିଜ ଘରକୁ ଫେରି ଯିବେ ବୋଲି ଆଶା ରଖିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।