Russia-Ukraine War ! ସମୁଦ୍ରରେ ମୁହାଁ ମୁହିଁ ହେଲେ ରୁଷ – ଆମେରିକା… ଯୁଦ୍ଧ ବିଭୀଷିକାର ଲୋମ ଟାଙ୍କୁରା ଦୃଶ୍ୟ… ଦେଖନ୍ତୁ ଭିଡ଼ିଓ

0

ୟୁକ୍ରେନ ଏବଂ ଋଷିଆ ର ଯୁଦ୍ଧ ସମୟରେ ସମୁଦ୍ରରେ ମୁହାଁ ମୁହିଁ ହେଲେ ଆମେରିକା ଏବଂ ଋଷିଆ। ଆମେରିକା ର ଆଣବିକ ଯୁଦ୍ଧ ଜାହାଜ ଋଷିଆ ସୀମା ଅତିକ୍ରମ କରିଥିବା ନେଇ ଋଷିଆ ଅଭିଯୋଗ କରିଛି। ଏନେଇ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଅଭିଯୋଗ କରି କହିଛି ଯେ ଆମେରିକା ଆମ ସୀମାକୁ ପ୍ରବେଶ କରିଛି। ତେବେ ଆମେରିକା କିନ୍ତୁ ଏହି ଅଭିଯୋଗ କୁ ଖଣ୍ଡନ କରିଛି ଏବଂ କହିଛି ଯେ ସେ ଋଷ ର ସୀମାକୁ ପ୍ରବେଶ କରିନାହିଁ। ହ୍ୱାଇଟ ହାଉସ୍ କହିଛି ଯେ ଆମେରିକା ଯେଉଁ ଅଭିଯୋଗ ଆଣିଛି ସେଥିରେ କୌଣସି ସତ୍ୟତା ନାହିଁ।

କିନ୍ତୁ ଆମେରିକାର ଆଣବିକ ଯୁଦ୍ଧ ଜାହାଜ କେଉଁଠି ରହିଛି ତାହା ଆମେ କହିବୁ ନାହିଁ। ସମୟ ଆସିଲେ ଆମେ ଏହାର ଉଚିତ୍ ଜବାବ୍ ଦେବୁ। ଯାହାକୁ ନେଇ ଏବେ ଏକ ପ୍ରକାରର ବିବାଦ ଦେଖା ଦେଇଛି। ଏପଟେ ଆମେରିକା ଏହା ସ୍ପଷ୍ଟ କରି ଦେଇଛି ଯେ ସେ କୌଣସି ବି ସୈନ୍ୟ ଆମେରିକା, ୟୁକ୍ରେନ କୁ ପଠାଇବ ନାହିଁ। ତେବେ କେମିତି ଏବଂ କେଉଁ ପରିସ୍ଥିତି ରେ ଆମେରିକା ଏପରି ଜାହାଜ କୁ ପଠାଇଲା ତାହା ଏବେ ସାରା ବିଶ୍ୱକୁ ଚକିତ କରିଛି। ଗୋଟିଏ ପରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କେହି ମୁଣ୍ତ ପୁରାଇବା ଉଚିତ୍ ନୁହେଁ ଏବଂ ଯଦି ମୁଣ୍ତ ପୁରାନ୍ତି ତେବେ ସ୍ଥିତି ଭୟଙ୍କର ହେବ ବୋଲି ଋଷ ରାଷ୍ଟ୍ରପତି ପୁଟିନ କହିଛନ୍ତି।

ଏହାକୁ ନେଇ ଆମେରିକା ମଧ୍ଯ ତାର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି। ତେବେ ଏହି ସମୟରେ ଯଦି ବିଶ୍ୱର ଦୁଇଟି ଶକ୍ତିଶାଳୀ ରାଷ୍ଟ୍ର ଏକାଠି ହୁଅନ୍ତି ତେବେ ସ୍ଥିତି ବହୁତ୍ ଭୟାନକ ହେବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମାନେ କହିଛନ୍ତି। ବର୍ତ୍ତମାନ ଯେଉଁ ସ୍ଥିତି ରହିଛି, ଏଭଳି ସ୍ଥିତିରେ ଯଦି ଋଷ ଏବଂ ଆମେରିକା କୌଣସି ମତେ ଯୁଦ୍ଧ ଲାଗନ୍ତି କିମ୍ୱା ସେମାନଙ୍କ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ ତେବେ ଏହା ତୃତୀୟ ବିଶ୍ଵଯୁଦ୍ଧ କୁ ସଂକେତ ଦେବ ବୋଲି ଏହା ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏପରି ହେଲେ ତୃତୀୟ ବିଶ୍ଵଯୁଦ୍ଧ ପରିସ୍ଥିତି କୁ ଏଡ଼ାଇ ଦିଆ ଯାଇ ନପାରେ ବୋଲି ଅନେକ ମତ ଦେଇଛନ୍ତି।

ଏଭଳି ପରିସ୍ଥିତି ରେ ଏହି ଦୁଇଟି ଦେଶ ପରସ୍ପର ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବରେ ଆଲୋଚନା କରି ଏହାର ସମାଧାନ କରନ୍ତୁ ବୋଲି ଅନେକେ ଦେଶ ଅପିଲ କରିଛନ୍ତି। କିନ୍ତୁ ଆମେରିକା ତାର ଆଣବିକ ଯୁଦ୍ଧ ଜାହାଜ କେଉଁଠି ରଖିଛି ତାହା କାହିଁକି କହୁନାହିଁ, ଯଦି ତାହା ହ୍ଵାଇଟ ହାଉସ୍ ସ୍ପଷ୍ଟ କରେ ତେବେ ଯାଇ ଋଷ ଆଲୋଚନା କରିବା ପାଇଁ ରାଜି ହେବ ବୋଲି ଋଷ କହିଛି। ନହେଲେ ଆଲୋଚନା ର କିଛି ପ୍ରଶ୍ନ ଉଠୁନାହିଁ ଏବଂ ଏହାର ସ୍ଥିତି କିଛି ଭିନ୍ନ ହୋଇପାରେ ବୋଲି ଋଷ ର ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।