ଶେଷରେ ହେଲା ମହାଖୁଲାସା ! “ସନ୍ଦେହରେ ବିଦ୍ୟାଭାରତୀ” ସୌମ୍ୟ ଓ ବିଦ୍ୟାଙ୍କ ଭିତରେ ଅକ୍ଷୟ କିଏ ? ସାମ୍ନାକୁ ଆସିଲା ସମସ୍ତଙ୍କ ଛାତି କୁ ଦୁହୁଲି ଦେଲା ଭଳି ଦୃଶ୍ୟ….ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଏସିଏଫ ସୌମ୍ୟଙ୍କ ମୃତ୍ୟୁର ପ୍ରକୃତ ସତ ଜାଣିବାକୁ ଚାଲିଛି ଜୋରଦାର ପ୍ରୟାସ। ବର୍ତ୍ତମାନ ଏହି ଖବର ଚର୍ଚ୍ଚାର ପୃଷ୍ଠ ଭୂମି ପାଲଟିଛି। ସମସ୍ତେ ସୌମ୍ୟଙ୍କ ମୃତ୍ୟୁର ରହସ୍ୟ ଜାଣିବା ପାଇଁ ଅନେଇ ବସିଛନ୍ତି। ମାତ୍ର ସତ ସାମ୍ନାକୁ ଆସି ପାରି ନଥିବା ବେଳେ ଗୋଟେ ପରେ ଗୋଟେ ନୂଆ ମୋଡ ରହସ୍ୟକୁ ଆହୁରି ରୋଚକ କରି ଦେଉଛି।ତେବେ ସୌମ୍ୟଙ୍କ ପରିବାର ଓ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନବାଜି ଭିତରେ ଏହା ଅଧିକ ରହସ୍ୟପୂର୍ଣ୍ଣ ହୋଇ ପଡ଼ୁଛି।ପ୍ରଥମେ ଭାଇରାଲ ଅଡିଓ, ତାପରେ ସଂଦେହ ଜନକ ଚିଠି ଏବଂ ପରେ ଦିବ୍ୟାଭାରତି ଙ୍କ ଫଟୋ ଅନେକ କିଛି କଥା ବୟାନ କରୁଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଚର୍ଚ୍ଚା ମଧ୍ୟ ହେଉଛି।

ତେବେ ଏପର୍ଯ୍ୟନ୍ତ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟି ନଥିବା ବେଳେ ଦିନକୁ ଦିନ କିଛି ନୂଆ କଥା ସାମ୍ନାକୁ ଆସୁଛି। ସେହିପରି ଏବେ ଏକ ଟ୍ୱୀଷ୍ଟ ଏହି ମାମଲା କୁ ପୁଣି ଏକ ଭିନ୍ନ ମୋଡ଼ ଦେଇଛି। କାରଣ ଏହି ମାମଲାରେ ଯୋଡ଼ି ହୋଇଛି ଏକ ନୂଆ ନାଁ ଅକ୍ଷୟ। ସୌମ୍ୟଙ୍କ ପରିବାର ସୌମ୍ୟ ଙ୍କ ଆସାବାପତ୍ର ଆଣିବାକୁ ଯାଇଥିବା ବେଳେ ସେମାନଙ୍କୁ ମିଳିଛି ବୋହୂ ବିଦ୍ୟାଭାରତୀ ପଣ୍ଡାଙ୍କର ଏକ ଖାତା।ଆଉ ମିଳିଥିବା ଏହି ଖାତାରେ ଲେଖା ହୋଇଛି ଏହି ନାଁ ଅକ୍ଷୟ। ଏହି ଖାତାରେ ଗୋଟିଏ ସ୍ଥାନରେ କିଛି ମିଶାମିଶି କରି ଲେଖା ହେବା ସହିତ ଅକ୍ଷୟ ବୋଲି ଏକ ନାଁ ମଧ୍ୟ ସେଠାରେ ଲେଖା ହୋଇଛି ଓ ତାକୁ କାଟି ଦିଆ ଯାଇଛି।

ଆଉ ଏହି ନାଆଁ କୁ ଦେଖିବା ପରେ, ଏମିତି ଲେଖାକୁ ପଢ଼ିବା ପରେ ବିଦ୍ୟାଭାରତୀଙ୍କ ସହିତ ଅକ୍ଷୟଙ୍କର ସଂପର୍କ ଥାଇପାରେ ବୋଲି ସୌମ୍ୟଙ୍କ ପରିବାର ଲୋକେ ମଧ୍ୟ ସନ୍ଦେହ କରୁଛନ୍ତି।ଆଉ ଏହାର ତଦନ୍ତ ହେଉ ବୋଲି ଦାବି ମଧ୍ୟ କରିଛନ୍ତି।ତେବେ ସୌମ୍ୟ ଙ୍କ ସରକାରୀ ବାସଭବନରୁ ଏହି ଖାତାକୁ ପାଇବା ପରେ, ଖାତାରେ ଯାହା ସବୁ ଲେଖା ଯାଇଛି, ସେଥିରୁ ସ୍ପଷ୍ଟ ହେଉଛନ୍ତି ଯେ ସୌମ୍ୟ ଓ ବିଦ୍ୟାଭାରତୀ ମଧ୍ୟରେ କ’ଣ ସଂପର୍କ ଥିଲା। ସେ କେତେ ମାତ୍ରରେ ସୌମ୍ୟକୁ ଭଲ ପାଉଥିଲା, ସବୁ କିଛି ଏହି ଖାତାରେ ଥିବା ଲେଖାରୁ ଜାଣି ହେଉଛି ବୋଲି ସୌମ୍ୟ ଙ୍କ ବଡ ଭାଇ ରଞ୍ଜନ ମହାପାତ୍ର କହିଛନ୍ତି।

ଏହା ସହିତ ସେ କହିଛନ୍ତି ଯେ ଯେହେତୁ ବାହାଘର ପରେ ତାଙ୍କର ମୋ ଭାଇ ସହିତ ସଂପର୍କ ନଥିଲା, ତେଣୁ ହୁଏତ ଅକ୍ଷୟ ମହାନ୍ତିଙ୍କ ସହିତ ତାଙ୍କର କିଛି ଏଫାୟାର ରହିଥିବ। ଯାହାର ସତ, ଘଟଣାର ତଦନ୍ତ କଲେ ଯାଇ ବାହରକୁ ଆସିବ। ଏପଟେ ସୌମ୍ୟଙ୍କ ବାପା କୋର୍ଟ ର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ବର୍ତ୍ତମାନ ଚାଲିଥିବା ତଦନ୍ତ ରେ ଅସନ୍ତୁଷ୍ଟ ପ୍ରକାଶ କରି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।