ନ୍ୟାୟର ଦେବତା ଶନି ଦେବଙ୍କୁ ସନ୍ତୁଷ୍ଟ କରିବା ଏତେଟା ସହଜ ସାଧ୍ୟ ହୋଇ ନଥାଏ। ବିଶେଷ କରି ଯେଉଁମାନେ ଦୀର୍ଘବର୍ଷ ଧରି ଶନି ଦେବ ଙ୍କ କୋପ ରେ ରହିଥିଲେ ସେମାନେ ସମ୍ପୂର୍ଣ୍ଣ ନିଷ୍ଠା ର ସହିତ ଶନି ଦେବଙ୍କୁ ପୂଜା କରିବା ଉଚିତ୍। ଶନି ଦେବଙ୍କ ପୂଜା ରେ କିଛି ବିଶେଷ ଜିନିଷ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ଆଜି ଆମେ ଆପଣ ମାନଙ୍କୁ ଶନି ଦେବଙ୍କୁ ପୂଜା ସହିତ ଜଡିତ କିଛି ଜିନିଷ ବାବଦରେ କହିବା ପାଇଁ ଯାଉଛୁ ଯାହାକୁ ଆପଣ ପୂଜା କରିବା ପୂର୍ବରୁ ଜାଣିବା ଉଚିତ୍। ତେବେ ଆସନ୍ତୁ କଣ କରିବା ଦ୍ୱାରା ଆପଣଙ୍କ ଉପରେ ଶନି ଦେବ କୃପା କରିବେ ସେ ବାବଦରେ ଜାଣିବା।
୧. ଶନି ବାର ଦିନ ବର ଗଛରେ ବା ଶନି ଦେବ ଙ୍କ ମୂର୍ତ୍ତି ନିକଟରେ ତେଲ ଅର୍ପଣ କରନ୍ତୁ। ଏବଂ ଯେ କୌଣସି ଗରିବ ଲୋକଙ୍କୁ କିମ୍ବା ଗରିବ ବ୍ରାହ୍ମଣ ଙ୍କୁ ତେଲ ଦାନ କରନ୍ତୁ ଯାହା ଦ୍ଵାରା ଶନି ଦେବଙ୍କ କୃପା ଆପଣଙ୍କ ଉପରେ ରହିବ।
୨. ତେଲ ଦାନ କରିବା ସମୟରେ ଧ୍ୟାନ ରଖିବେ ଯେମିତି ତେଲ ଏଠାରେ ସେଠାରେ ନ ପଡେ। ଯତ୍ନ ର ସହିତ ତେଲ ଅର୍ପଣ କରନ୍ତୁ।
୩. ଶନିବାର ଦିନ ଜୋତା ଚପଲ ଦାନ କରିବା ମଧ୍ୟ ଖୁବ୍ ଭଲ ମାନା ଯାଇଥାଏ। ଏହା ଚମଡ଼ା ରେ ହେଲେ ଅଧିକ ଭଲ ହୋଇଥାଏ।
୪. ଶନି ଦେବଙ୍କ ପୂଜା କରିବା ସମୟରେ ଶନି ଦେବଙ୍କ ମୂର୍ତ୍ତି ସାମ୍ନା ରେ କେବେ ଛିଡା ହୋଇ ପୂଜା କରନ୍ତୁ ନାହିଁ। ତାଙ୍କ ଚରଣ ତଳେ ବସି ପୂଜା କରନ୍ତୁ। ଯେମିତି ଆପଣଙ୍କ କାଳ୍ପନ୍ୟ ଭାବ ଦେଖି ସନ୍ତୁଷ୍ଟ ହେବେ ଶନି। ଏହି ଦିନ ଶନିବାର ଦିନ ଶନି ଦେବଙ୍କ ମନ୍ଦିର କୁ ଅବଶ୍ୟ ଯାଆନ୍ତୁ। ଏବଂ ଆପଣ ସେଦିନ ଅରୁଆ ଏବଂ ନିରାମିଷ ସେବନ କରନ୍ତୁ।
୫. ଶନି ଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶନିବାର ଦିନ ବରଗଛ ମୂଳକୁ ଯାଇ ତେଲ ଢାଳି ଏକ ରାଶି ତେଲର ଦୀପ ଜାଳି ଦିଅନ୍ତୁ। ଏହା ଦ୍ବାରା ଶନି ଦେବ ଅତ୍ୟନ୍ତ ପ୍ରସନ୍ନ ହୋଇ ଥାନ୍ତି।
୬.ଯେଉଁମାନେ ଶନି ଙ୍କୁ ପୂଜା କରନ୍ତି ସେମାନେ ସର୍ବଦା ସତ୍ୟ ଆଚରଣ କରିବା ଉଚିତ୍ ହୋଇଥାଏ। ସର୍ବଦା ନ୍ୟାୟ ର ମାର୍ଗ ରେ ହିଁ ଚାଲନ୍ତୁ। କେବେ ବି କାହାରି ଙ୍କ ମନ ରେ ଦୁଃଖ ଦେବା ଉଚିତ୍ ନୁହେଁ। ବିଶେଷ କରି ଶନି ଦେବଙ୍କ ପ୍ରିୟ ଶ୍ରମିକ, କୁଲି, ଦିନ ମଜୁରିଆ, ଗରୀବ, ଦୁଃଖୀ ଏବଂ ଅସହାୟ ଲୋକ ମାନଙ୍କୁ କେବେ ଦୁଃଖ ଦିଅନ୍ତୁ ନାହିଁ ଏବଂ ଏହା ଛଡା ଏମାନଙ୍କୁ ସାହାଯ୍ୟ କରିବା ଉଚିତ୍ ହୋଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।