Jyotish Shastra – ପ୍ରଭୁ ସନିଦେବ ଚାଲିଲେ ଓଲଟା ଗତି ! ଆଜି ଶନିବାର ଭୁଲରେବି ଘରକୁ ଅଣନ୍ତୁନି ଏହି ସବୁ ଜିନିଷ..ଜାଣନ୍ତୁ କଣ ଜିନିଷ ?

ସପ୍ରହର ପ୍ରତ୍ୟେକ ଦିନର କିଛି ନା କିଛି ମହତ୍ତ୍ଵ ରହିଛି। ଆଜି ଆମେ ସପ୍ତାହର ଶେଷ ଦିନ ଶନିବାର ବାବଦରେ କହିବୁ। ତେବେ ଆପଣ ମାନେ ଜାଣିଥିବେ କି ଶନିବାର ଦିନ ରୁଦ୍ର ଅବତାର ଭୌରବ ଏବଂ ଶନି ଦେବଙ୍କ ପୂଜା ଦିନ ଅଟେ। ତେବେ ଶନି ଦେବ ସର୍ବଦା ଠିକ୍ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ନିଜର କୃପାଦୃଷ୍ଟି ରଖିଥାନ୍ତି।

ତେବେ ଶନିବାର ଦିନ ଏମିତି କିଛି କାର୍ଯ୍ୟ ରହିଛି ଯାହା କରିବା ଦ୍ୱାରା ନ୍ୟାୟର ଦେବତା ଶନି ଦେବ କ୍ରୋଧ କରିଥାନ୍ତି। ତେଣୁ ଶନିବାର ଦିନ ଭୁଲ ରେ କରନ୍ତୁ ନାହିଁ ଏହି ସବୁ କାମ। ଆଜି ଆମେ ଆପଣଙ୍କୁ କହିବୁ ଶନିବାର ଦିନ ଏପରି କେଉଁ କାର୍ଯ୍ୟ ରହିଛି ଯାହା କରିବା ଦ୍ୱାରା ନ୍ୟାୟ ଦେବତା ଶନି ଦେବ କ୍ରୋଧ କରିଥାନ୍ତି।

୧. ଶନିବାର ଦିନ ଭୁଲ୍ ରେ ବି ମଦ୍ୟପାନ କରନ୍ତୁ ନାହିଁ। ଏହା ଯୋଗୁଁ ଆପଣଙ୍କ ଜୀବନ ରେ ବହୁତ୍ ପ୍ରକାର ଅସୁବିଧା ର ସାମ୍ନା କରିବାକୁ ପଡ଼ିଥାଏ।

୨.ପୂର୍ବ ଉତ୍ତର ଓ ଐଶାନ୍ୟ କୋଣ କୁ ଯାତ୍ରା କରିବା ମନା। ବିଶେଷ କରି ପୂର୍ବ ଦିଗକୁ ଶନିବାର ଦିନ ଯାତ୍ରା କରନ୍ତୁ ନାହିଁ। ଯଦି ଆପଣଙ୍କୁ ନିହାତି ଯିବା ପାଇଁ ପଡେ ତେବେ ଆପଣ ଅଦା ଖାଇ ପ୍ରଥମେ ଆପଣ ଓଲଟା ଚାଲନ୍ତୁ ତା ପରେ ଯାତ୍ରା କରି ପାରିବେ।

୩. ଶନିବାର ଦିନ ବାପ ଘରୁ ଝିଅ ଆସିବା ଠିକ୍ ହୋଇ ନଥାଏ। ତେଣୁ ଶନିବାର ଦିନ ଆପଣ କେବେବି ବାପ ଘରୁ ଆସନ୍ତୁ ନାହିଁ।

୪. ଶନିବାର ଦିନ ଲୁହା, କାଠ, କୋଇଲା, ତେଲ, ଚମଡ଼ା, କଳା ଖୋଷା, ତିଳ, କଳା ଜୋତା ଓ ଲୁଣ ଆଦି କିଣନ୍ତୁ ନାହିଁ। ଏହା ଦ୍ବାରା ବିନା କାରଣରେ ଜୀବନରେ ବାଧା ଆସିଥାଏ।

୫. ଏହି ଦିନ ବାଳ ଓ ନଖ କାଟିବା ମନା। ଏହା ସହିତ ଶନିବାର ଦିନ ଦୁଗ୍ଧ ଏବଂ ଦହି ର ସେବନ କରନ୍ତୁ ନାହିଁ। ଯଦି ଆପଣଙ୍କୁ ଏହି ସବୁ ଖାଇବାର ଅଛି ତ ଆପଣ ଏଥିରେ ହଳଦୀ ମିଶାଇ ସେବନ କରି ପାରିବେ। ଏହି ଦିନ ବାଇଗଣ , ଲାଲ୍ ଲଙ୍କା ଓ ଆମ୍ବ ଆଚାର ମଧ୍ୟ ଖାଇବା ଉଚିତ୍ ହୋଇ ନଥାଏ।

୬. ଶନିବାର ଦିନ କେବେବି ମିଛ କୁହନ୍ତୁ ନାହିଁ। ଏମିତି କଲେ ଶନି ଦେବ କ୍ରୋଧ କରିଥାନ୍ତି। ଏହି ଦିନ ମହିଳା ଗରୀବ ସଫେଇ କର୍ମୀ ମାନଙ୍କୁ ଅପମାନ ଦିଅନ୍ତୁ ନାହିଁ।

୭. ଶନିବାର ଦିନ ହଳଦିଆ ରଙ୍ଗର କୌଣସି ବି ଜିନିଷ ଦାନ କରନ୍ତୁ ଏହା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ। ଶନି ଦେବ ମଧ୍ୟ ଏହାଦ୍ବାରା ପ୍ରସନ୍ନ ହୋଇ ଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment