ବନ୍ଧୁଗଣ ଆପଣ ଜାଣିଥିବେ ଯେ ଆମର ନଅଟି ଗ୍ରହ ମଧ୍ୟରୁ ଶନିଗ୍ରହ ମୁଖ୍ୟ ଅଟେ |ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନିଯଶା ପଡିଥାଏ ତେବେ ତାର ସର୍ବନାଶ ହୋଇଥାଏ, ସେହି ବ୍ୟକ୍ତିଙ୍କୁ ବହୁତ କଷ୍ଟ ଭୋଗ କରିବାକୁ ପଡିଥାଏ |ଶନିଦେବଙ୍କ ଅତିପ୍ରିୟ ବାର ହେଉଛି ଶନିବାର, ଆପଣ ଯଦି ଏହି ବାରରେ ପୂଜା ପାଠ କରି ଶନିଦେବଙ୍କୁ ସନ୍ତୁଷ୍ଟ କରିପାରନ୍ତି ତେବେ ତାଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ |ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ଶନି ଦୋଷ ରହିଥାଏ ତେବେ ଜ୍ୟୋତିଷ ତାଙ୍କୁ ଶନିଙ୍କ ବ୍ରତ କରିବା ପାଇଁ କହିଥାନ୍ତି |ଏହି ନ୍ୟାୟର ଦେବତା ଶନିଦେବ ଭଲ କର୍ମ କରୁଥିବା ବ୍ୟକ୍ତିମାନଙ୍କୁ ଭଲ ଫଳ ହିଁ ଦେଇଥାନ୍ତି କିନ୍ତୁ ତାଙ୍କର କୋପ ଦୃଷ୍ଟି ଯାହାଙ୍କ ଉପରେ ପଡିଥାଏ ସେ ଯେତେ ଧନୀ ହୋଇଥିଲେ ମଧ୍ୟ୍ୟ ତାକୁ ଦାଣ୍ଡର ଭିକାରି ହେବାକୁ ପଡିଥାଏ |ମୁଁ ଆଜି ଆପଣଙ୍କୁ ଶନିଦେବଙ୍କ ଅତିପ୍ରିୟ ବାର ଶନିବାର ଦିନ କେଉଁ ଜିନିଷ ଖାଇବା ଦ୍ଵାରା ଶନିଯଶା ପଡିଥାଏ ସେ ବିଷୟରେ ଜଣେଇବି |ତେବେ ଆସନ୍ତୁ ଜାଣିବାର ଶନିବାର ଦିନ କେଉଁ ଜିନିଷ ଖାଇବା ଉଚିତ ନୁହଁ ସେ ବିଷୟରେ ଜାଣିବା |
-ଆପଣ ଶନିବାର ଦିନ କ୍ଷୀର କିମ୍ବା କ୍ଷୀର ଜାତୀୟ ଜିନିଷକୁ ସେମିତି ସାଧା ଖାଆନ୍ତୁ ନାହିଁ, ଯଦି ଖାଉଛନ୍ତି ତେବେ ଆପଣ କ୍ଷୀରରେ ହଳଦୀ କିମ୍ବା ଗୁଡ଼ ମିଶି ପିଅନ୍ତୁ |ସେମିତି ଆପଣ ଯଦି ନର୍ମାଲ କ୍ଷୀର ଶନିବାର ଦିନ ଖାଆନ୍ତି ତେବେ ଶାଣିଦେବଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ |
-ଶନିବାର ଦିନ ଆପଣ କେବେ ଆମ୍ବ ଆଚାର ଖାଆନ୍ତୁ ନାହିଁ, ଆପଣ ଯଦି ପଣସ ଆଚାର ପ୍ରସ୍ତୁତ କରିଛନ୍ତି ତେବେ ଏହାକୁ ମଧ୍ୟ୍ୟ ଆପଣ ଖାଆନ୍ତୁ ନାହିଁ |ଯଦି ଆପଣ ଏହାକୁ ଖାଆନ୍ତି ତେବେ ଶନିଦେବଙ୍କ କୋପର ସ୍ୱୀକାର ହୋଇଥାନ୍ତି, ଆପଣ ଏହି ଦିନ ଆଚାର ଖାଇବା ପାଇଁ ଚାହୁଁଛନ୍ତି ତେବେ ଅନ୍ୟ ଆଚାର ଖାଆନ୍ତୁ |
ଲାଲା ଲଙ୍କା ଶନିଦେବଙ୍କ ପ୍ରିୟ ହୋଇନଥାଏ, ତେଣୁ ଆପଣ ଯଦି ଶନିବାର ଦିନ ଏହି ଲାଲା ଲଙ୍କା ଖାଉଛନ୍ତି ତେବେ ଶନିଦେବଙ୍କ କ୍ରୋଧର ସ୍ୱୀକାର ହୋଇପାରନ୍ତି, ଆପଣ ଏହି ଦିନ ଲାଲା ଲଙ୍କା ବଦଳରେ ଅନ୍ୟ ଯେକୌଣସି ରଙ୍ଗର ଲଙ୍କା ଖାଇଲେ ଆପଣଙ୍କର କୌଣସି କ୍ଷତି ହୋଇନଥାଏ |
-ଆପଣ ଏହି ଶନିବାର ଦିନ ଡାଲି ଜାତୀୟ ଦ୍ରବ୍ୟ ଅର୍ଥାତ ମୁଗ, ବିରି ଓ ଚଣା ଆଦି ଖାଇପାରିବେ କିନ୍ତୁ ଆପଣ ଏହି ଦିନ ମସୁର ଡାଲି ଖାଆନ୍ତୁ ନାହିଁ |ଯଦି ଏହି ମସୁର ଡାଲି ଖାଉଛନ୍ତି ତେବେ ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି |ଏହା ଦ୍ଵାରା ଶନିଦେବ ଆପଣଙ୍କ ଉପରେ କ୍ରୋଧ କରିଥାନ୍ତି ତେଣୁ ଆପଣ ଭୁଲରେ ଏହି ଡାଲି ଖାଆନ୍ତୁ ନାହିଁ |
-ଏହି ଦିନ ଆପଣ ନିଶା ଦ୍ରବ୍ୟ ମଧ୍ୟ୍ୟ ସେବନ କରନ୍ତୁ ନାହିଁ, ଏହାଦ୍ୱାରା ଆପଣ ଦୁର୍ଘଟଣା ସମ୍ମୁଖୀନ ହେବା ସହିତ ଶନିଦେବଙ୍କ କୋପର ସ୍ୱୀକାର ହୋଇଥାନ୍ତି |
ଆପଣ ଯଦି ଶନିଦେବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଶନିବାର ଦିନ ସୋରିଷ ତେଲରେ ଦୀପ ନେଇ ଶନିଦେବଙ୍କ ପାଖରେ ଜଳାନ୍ତୁ, ଏହାଦ୍ୱାରା ଆପଣଙ୍କ ଅନେକ ସମସ୍ୟା ସମାଧାନ ହେବା ସହିତ ଶନିଦେବଙ୍କ କୃପା ଲାଭ କରିଥାନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।