ମାଳିକାର ବଡ ଭବିଷ୍ୟବାଣୀ ! ସାରା ବିଶ୍ୱକୁ ପେଟ୍ରୋଲ ଯୋଗାଇବ ଓଡିଶାର ଏହି ଜିଲ୍ଲା, ଜାଣନ୍ତୁ କେବେଠୁ…

0

ବନ୍ଧୁଗଣ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।ମହାପୁରୁଷ ମାନଙ୍କର ୬୦୦ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ।ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ, ଗୁପ୍ତ କଥା ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା ପାଇଁ ପାଉଛୁ।

ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ପ୍ରମାଣ ଆମେ ଏବେ ପାଉଛୁ।ସେହିପରି ଆମେ ଆଜି ଆଲୋଚନା କରିବା ଏକ ପୁସ୍ତକ ରେ ବର୍ଣ୍ଣିତ ତଥ୍ୟ ସମ୍ପର୍କରେ। ଆଗକୁ କେଉଁ ସବୁ ସ୍ଥାନ ମାନଙ୍କରେ କଣ ସବୁ ଗୁପ୍ତ ଲୀଳା ହେବ, ଭବିଷ୍ୟତରେ କଣ ସବୁ ଘଟିବ ଆଦି କଥାକୁ ଆମେ ଏହି ସ୍ଥାନ ତତ୍ତ୍ଵ ନିରୂପଣ ପୁସ୍ତକରୁ ଜାଣିବା। କନ୍ଧମାଳ ଜିଲ୍ଲାରେ ଆଗକୁ କଣ ସବୁ ଘଟିବାକୁ ଯାଉଛି ତାହା ଏଠାରେ ବର୍ଣ୍ଣନା କରା ଯାଇଛି। ଯେଉଁମାନେ କନ୍ଧମାଳର ଅଟନ୍ତି ସେମାନେ ଏହାକୁ ଧ୍ୟାନ ଦେଇ ପଢ଼ନ୍ତୁ।

ଏଠାରେ ମିଦୁବାନ୍ଦ ନାମକ ଏକ ସ୍ଥାନ ରହିଛି ଯେଉଁଠାରେ ସ୍ଵର୍ଗରୁ ଦେବତା ମାନେ ଆସି ସ୍ନାନ କରିବେ ବୋଲି ମହାପୁରୁଷ ମାନେ କହିଛନ୍ତି।କନ୍ଧମାଳ ରେ ଯେବେ ଅପାର ଦୁଃଖ ପଡ଼ିବ ସେତେବେଳେ ସେଠାରେ ଆନନ୍ଦସ୍ୱର ନାମକ ଦେବ ଦେବ ମହାଦେବ ତାଙ୍କୁ ରକ୍ଷା କରିବେ।କେବଳ ସେତିକି ନୁହଁ କନ୍ଧମାଳରେ ଭୂତଳୁ ତେଲ ବାହାରିବ। ସେଠାରେ ଅନେକ ମାତ୍ରାରେ ମାଟି ତଳେ ଖଣିଜ ତେଲ ରହିଛି। ଏଠାରେ ପ୍ରଚୁର ମାତ୍ରାରେ ରହିଥିବା ଖଣିଜ ତୈଳ ଓଡ଼ିଶାରୁ ସାରା ଦେଶ ଏବଂ ବିଶ୍ୱକୁ ଯାଇ ପାରିବ।ଏହାଛଡା ସେଠାରେ ବିରୁପାଚ ହୋଇ ଭକ୍ତ ମାନଙ୍କୁ ଭଗବାନ ରକ୍ଷା କରିବେ ବୋଲି କୁହା ଯାଇଛି।

କିନ୍ତୁ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଏଠାରେ ମାଫିଆ ମାନଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବ। ଧିରେ ଧିରେ ଘଞ୍ଚ ଜଙ୍ଗଲ ମାନଙ୍କୁ କାଟି ସେ ଦୁଷ୍ଟ ମାନେ ସଫା କରିଦେବେ। ଆଉ ଏହା ନିଶ୍ଚୟ ଘଟିବ। ଏହାଛଡା ଏହି ଜିଲ୍ଲାରେ ମିଦୁବାନ୍ଦ ନାମକ ଯେଉଁ ଏକ ସ୍ଥାନ ରହିଛି ସେଠାକୁ ସ୍ଵର୍ଗରୁ ଦେବତା ମାନେ ଆସିବେ ଏବଂ ଭକ୍ତ ମାନଙ୍କୁ ଦେଖା ଦେବେ। ବିରୂପାଚ ଭାବରେ ମହାଦେବ ସେଠାରେ ଭକ୍ତ ମାନଙ୍କୁ କୃପା କରିବେ।ସେଠାରେ ଦୁଷ୍ଟ ମାନଙ୍କ ସଂଖ୍ୟା ଅଧିକ ହେବ, ଯେଉଁମାନେ ସେଠାକାର ସୁନ୍ଦର୍ ପ୍ରକୃତିକୁ କ୍ଷୟ କରିଦେବେ।ଏହି କନ୍ଧମାଳ ଭୂମିକୁ ସ୍ଵର୍ଗର ପୂର ବୋଲି କୁହା ଯାଉଛି। କନ୍ଧମାଳର ଏହି ସ୍ବର୍ଗ ଭୂମିକୁ ନିଶ୍ଚିତ ଦର୍ଶନ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।