ସରକାରଙ୍କ ବଡ ନିଷ୍ପତି ! ଦୁଷ୍କର୍ମ କାରୀଙ୍କୁ ମିଳିବନି ଆଉ ତ୍ରାହି, ଯେଉଁମାନେ ଦୁଷ୍କର୍ମ କରୁଛନ୍ତି ସେମାନଙ୍କୁ ଇଂଜେକସନ ଦେଇ ନପୁଂସକ କରାଯିବ, ଏମିତି ଆଇନ କରି ଉଦାହରଣ ପାଲଟିଛନ୍ତି ସରକାର

0

ଭାରତୀୟ ସଂସ୍କୃତି ରେ ନାରୀ ମାନଙ୍କୁ ଦେବୀ ବୋଲି କୁହାଯାଏ।ନାରୀ ମାନଙ୍କୁ ଘରର ଲଷ୍ମୀ ବୋଲି ମଧ୍ୟ କୁହାଯାଏ। ମହିଳା ମାନଙ୍କୁ ସମ୍ମାନ ଦେବା ହେଉଛି ଭାରତୀୟ ସଂସ୍କୃତିର ମୂଳ ମନ୍ତ୍ର।ଆମକୁ ଏହି ସଂସାର କୁ ଆଣିଛନ୍ତି ଆମ ମାଆ, ଆମକୁ ସ୍ନେହ ଓ ମମତା ରେ ବାନ୍ଧି ରଖିବା ପାଇଁ ଜଣେ ଭଉଣୀ ର ଆବଶ୍ୟକ, ସାରା ଜୀବନ ଆମକୁ ପ୍ରେମ ଓ ଭଲ ପାଇବାରେ ବାନ୍ଧି ରଖିବା ସହ ସାରା ଜୀବନ ଆମ ଜୀବନସାଥୀ ହୋଇ ରହିବା ପାଇଁ ସ୍ତ୍ରୀ ର ଆବଶ୍ୟକ।ତେଣୁ ଜଣେ ପୁରୁଷ ର ଜୀବନ ନାରୀ ମାନଙ୍କ ବିନା ଅସମ୍ପୂର୍ଣ୍ଣ।

ମାତ୍ର ଆଜିର ଏହି କାମ ପିପାସୁ ପୁରୁଷ ମାନେ ନାରୀର ମହତ୍ତ୍ୱ କୁ ଭୁଲି ତାଙ୍କର ଇଜ୍ଜତ ସହ ଖେଳୁଛନ୍ତି।ନାରୀ କୁ ଗୋଟିଏ ଉପଭୋଗ ସାମଗ୍ରୀ ବୋଲି ମନେ କରୁଛନ୍ତି।କାମ ବାସନା ରେ ଅନ୍ଧ ହୋଇ ମହିଳାଙ୍କ ଜୀବନକୁ ନଷ୍ଟ କରି ଦେଉଛନ୍ତି।

ମହାତ୍ମା ଗାନ୍ଧୀ କହୁଥିଲେ ନାରୀ ମାନେ ଉନ୍ନତି କଲେ ଦେଶ ମଧ୍ୟ ଉନ୍ନତି କରିବ ଏବଂ ପ୍ରକୃତ ସ୍ୱାଧୀନତା ସେତେବେଳେ ମିଳିବ ଯେତେବେଳେ ନାରୀଟିଏ ରାତ୍ରି ସମୟରେ ମଧ୍ୟ ରାସ୍ତାରେ ଏକା ଯାଇ ପାରିବ।କିନ୍ତୁ ଆଜିର ସମାଜ ଏପରି ଦୂଷିତ ହୋଇଛି କି ନାରୀଟିଏ ଦିନରେ ମଧ୍ୟ ଏକା ଯିବାକୁ ଡରୁଛି।ଏମତିକି ଝିଅଟିଏ ଆଜି ନିଜ ଘରେ ମଧ୍ୟ ନିଜକୁ ଅସୁରକ୍ଷିତ ମନେକରୁଛି।ତେଣୁ ଏଠି ବେବିନା,ଇତିଶ୍ରୀ, ସସ୍ମିତା, ନିର୍ଭୟା, ମାଧବୀ ଲତା ପରି ଝିଅମାନେ ଆଜି ଏହି ପଶୁ ମାନଙ୍କର ଶିକାର ହୋଇ ପ୍ରାଣ ହରାଉଛନ୍ତି।

ତେଣୁ ସେହି ପଶୁ ପବୃତ୍ତି ଆଚରଣ କରୁଥିବା ପୁରୁଷ ମାନଙ୍କୁ ଉଚିତ ଶିକ୍ଷା ଦେବା ପାଇଁ କାଜକିସ୍ତାନର ସରକାର ଏକ କଠୋର ଆଇନ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।ତେବେ ପୂର୍ବରୁ ୨୦୧୮ ମସିହା ରେ ଏକ କାଜକିସ୍ତାନର ଏକ ଆଇନ୍ ପାସ କରାଯାଇ ଥିଲା ଯେଉଁ ଆଇନ୍ ଅନୁଯାୟୀ ବଳାତ୍କାର ପରି ଜଘନ୍ୟ ଅପରାଧ କରୁଥିବା ପୁରୁଷ ମାନଙ୍କୁ ନପୁସଙ୍କ କରି ଦିଆଯିବ ।ତେବେ ଏମିତି ଏକ କଠୋର ଆଇନ୍ ଲାଗୁ ହେଲେ ରେପ୍ ପରି ଜଘନ୍ୟ ଅପରାଧ କମ୍ ହୋଇପାରେ।

ସୂଚନା ଅନୁସାରେ ଏହି ନିୟମ ଲାଗୁ ହେବା ପରେ କାଜକିସ୍ତାନର ରେ ଏକ ୧୬ ବର୍ଷ ନାବାଳିକା କୁ ଦୁଷ୍କର୍ମ କରିବା ଅପରାଧ ରେ ଜଣେ ପୁରୁଷ ଙ୍କୁ ୧୫ ବର୍ଷ ଜେଲ ଦଣ୍ଡ ହେବା ସହ ତାଙ୍କୁ ନପୁସଂକ ହେବା ପାଇଁ ଏକ ଇଞ୍ଜେକ୍ସନ ଦିଆ ଯାଇଥିଲା ଯାହା ଦ୍ଵାରା ସେ ସାରା ଜୀବନ ପାଇଁ ନପୁସଂକ ହୋଇ ଯାଇଥିଲେ ।ତେବେ ଏହି ନୂତନ ନିୟମ ରେ ୧୧ ଜଣଙ୍କୁ ଏହି ଦଣ୍ଡ ଦିଆ ସାରିଛି।

Cyproterone ନାମକ ଷ୍ଟେରଏଡ୍‌କୁ ଆଣ୍ଟି-ଏଣ୍ଡ୍ରୋଜେନ୍‌ ବ୍ୟବହାର କରି ଏହି ଅପରାଧୀ ମାନଙ୍କୁ ନପୁସଂକ କରି ଦିଆଯାଉଛି। ଯାହା ଦ୍ଵାରା ଏହି ପାପି ମାନେ ଏପରି ଏକ ପାପ କାର୍ଯ୍ୟ କରି ସାରି ଆଉ ପରିବାର କରିବା ପାଇଁ ସକ୍ଷମ ରହିବେ ନାହିଁ। ତେବେ ଏହି ଭଳି ନିୟମ ଆମ ଭାରତ ରେ ମଧ୍ୟ ଲାଗୁ ହେଲେ ଦେଶରେ ଦୁଷ୍କର୍ମ କମ୍ ହୋଇ ପାରନ୍ତା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।