ସାରା ଓଡ଼ିଶାରେ ଭାଇରାଲ ହେଉଛି ଏହି ଭିଡ଼ିଓ । ଓଡ଼ିଆ ଯୁବକଙ୍କ ହିନ୍ଦୀ ଶୁଣିଲେ ଆପଣ ହସି ହସି ବେଦମ ହୋଇଯିବେ, ଏବେ ସୁଦ୍ଧା ୫୭ ଲକ୍ଷ ଲୋକ ଦେଖି ସାରିଲେଣି…

0

ଏହି ଦୁନିଆରେ ଅନେକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ଘଟଣା ସବୁ ଘଟିଥାଏ।ଅନେକ ଥର ଆମ ସାମ୍ନାକୁ ଏମିତି ସବୁ ଘଟଣାମାନ ଆସି ଥାଏ,ଯାହା ମଧ୍ୟରୁ କିଛି ଘଟଣା ଆମକୁ ଆଶ୍ଚର୍ଯ୍ୟ କରି ଥାଏ ତ ପୁଣି କିଛି ଘଟଣା ଆମକୁ ହସାଇ ଥାଏ।ବର୍ତ୍ତମାନ ର ଦୁନିଆ ହେଉଛି ଇଣ୍ଟରନେଟ ର ଦୁନିଆ।ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ।ତେଣୁ ଏବେ କୌଣସି ଏକ ଘଟଣା ଘଟିଲେ ତାହା ସୋସିଆଲ ମିଡ଼ିଆ ରେ ଖୁବ ଶୀଘ୍ର ଭାଇରାଲ ହୋଇ ଯାଏ।

ଏବେ ସୋସିଆଲ ମିଡ଼ିଆ ରେ ସେହି ପରି କିଛି ମଜାଦାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ବି ହସି ପକାଇବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯିବେ।ଏହି ଭିଡ଼ିଓ ରେ ଜଣେ ଓଡ଼ିଆ ଯୁବକଙ୍କ କିଛି ଭିନ୍ନ କାର୍ଯ୍ୟ କଳାପ ଦେଖିବାକୁ ମିଳିଛି।ତେବେ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇ ଥିବା ଭିଡ଼ିଓ ରେ ସେହି ବ୍ୟକ୍ତି ଜଣଙ୍କ ଏମିତି କିଛି କାର୍ଯ୍ୟ କରୁଛନ୍ତି କି ସମସ୍ତେ ହସି ହସି ବେଦମ ହୋଇ ଯାଉଛନ୍ତି।ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ଭିଡ଼ିଓ ରେ।

ଏହି ଭିଡ଼ିଓ ରେ ଦେଖିବା ପାଇଁ ମିଳୁଛି କି ଜଣେ ଓଡ଼ିଆ ଯୁବକ ଫୋନ ରେ କଥା ହେଉଛନ୍ତି।ଆପଣ ଭାବୁ ଥିବେ ଫୋନରେ କଥା ହେବା କଣ ଆଶ୍ଚର୍ଯ୍ୟ କଥା? ମାତ୍ର ଏହି ଯୁବକଙ୍କ ଫୋନରେ କଥା ହେବା ଷ୍ଟାଇଲ ଟିକେ ଅଲଗା।କାରଣ ଯୁବକ ଜଣଙ୍କ ହିନ୍ଦୀରେ କଥା ହେଉଛନ୍ତି।ଆଉ ସେହି ହିନ୍ଦୀ ପୁଣି ସମ୍ପୂର୍ଣ୍ଣ ଭୁଲ ଭାବେ।ଯୁବକ ଜଣଙ୍କ ଲକ ଡାଉନ ପୂର୍ବରୁ ଅନ୍ୟ କେଉଁ ରାଜ୍ୟରେ କାମ କରୁ ଥିଲେ।ଲକ ଡାଉନ ଯୋଗୁଁ ସେ ଗାଁ କୁ ଫେରି ଆସିଛନ୍ତି।ମାତ୍ର ସେ ତାଙ୍କ ମାଲିକ ପାଖରୁ ଟଙ୍କା ଆଣି ନାହାନ୍ତି।ତେଣୁ ସେ ତାଙ୍କ ମାଲିକଙ୍କୁ ଫୋନ କରି ଟଙ୍କା ମାଗିବାକୁ ଚେଷ୍ଟା କଲେ।

ମାତ୍ର ମାଲିକ ଓଡ଼ିଆ ବୁଝି ପାରନ୍ତି ନାହିଁ।ତେଣୁ ସେ ମାଲିକଙ୍କ ସହିତ ହିନ୍ଦୀରେ କଥା ହେବାକୁ ଚେଷ୍ଟା କରୁଛନ୍ତି।ହେଲେ ସେ ହିନ୍ଦୀ ଜାଣନ୍ତି ନାହିଁ।ତେଣୁ ସେ ଅଧା ହିନ୍ଦୀ ଅଧା ଓଡ଼ିଆ, ଏମିତି ମିଶା ମିଶି କରି କଥା ହେଉଛନ୍ତି।ତାଙ୍କର ହିନ୍ଦୀ ଶୁଣି ସେଠାରେ ଥିବା ସ୍ଥାନୀୟ ଲୋକ ମାନେ ହସି ହସି ବେଦମ ହୋଇ ଯାଉଛନ୍ତି।ଯୁବକ ଜଣଙ୍କ କିନ୍ତୁ ଅଟକି ନଯାଇ ଲଗାତାର ଭୁଲ ଭାଲ ହିନ୍ଦୀରେ କଥା ହେଉଛନ୍ତି।ହୁଏତ ସେହି ଯୁବକ ଜଣଙ୍କ ନିଜେ ଜାଣି ନଥିବେ କି ସେ କଣ କହୁଛନ୍ତି।

ଏହି ଦୃଶ୍ୟ କୁ ତାଙ୍କର କେହି ଜଣେ ବନ୍ଧୁ ମୋବାଇଲ ରେ କଏଦ କରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରି ଦେଇଛନ୍ତି ।ଆଉ ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆରେ ବେସ୍ ଭାଇରାଲ ହେବାରେ ଲାଗିଛି।ଯିଏ ଏହି ଭିଡ଼ିଓ କୁ ଦେଖୁଛି ସେ ହସି ହସି ବେଦମ ହୋଇ ଯାଉଛି।ସମସ୍ତେ ଯୁବକଙ୍କ ଏହି କଥା ହେବା ଷ୍ଟାଇଲ କୁ ବେସ୍ ଉପଭୋଗ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।