ସାଵଧାନ ! ସରକାର ଜାରି କଲେ ନୂଆ ନିୟମ, ଛୋଟ ପିଲାଙ୍କୁ ଗାଡ଼ିରେ ବସି ଯାତ୍ରା କରୁଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏବଂ ସେୟାର କରନ୍ତୁ

0

ଛୋଟ ପିଲାଙ୍କୁ ଗାଡ଼ିରେ ବସି ଯଦି ଆପଣ ବାହାରକୁ ଯାଇଛନ୍ତି, ତେବେ ସାଵଧାନ, କାରଣ ୯ ମାସରୁ ୪ ବର୍ଷର ପିଲାଙ୍କ ପାଇଁ କେନ୍ଦ୍ର ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ତେବେ ଏହି ନୂଆ ନିୟମକୁ ଜାଣିବା ଆପଣଙ୍କ ପାଇଁ ନିତ୍ୟାନ୍ତ ଜରୁରୀ, କାରଣ ବର୍ତ୍ତମାନ ସଡ଼କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି, କେନ୍ଦ୍ର ସରକାର। ବିଶେଷ କରି ୯ ମାସରୁ ୪ ବର୍ଷର ପିଲାଙ୍କୁ ମଟର ସାଇକେଲରେ ନେବା ସମୟରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଳାୟ ପକ୍ଷରୁ, ମଟର ଯାନ ଅଧି ନିୟମ ଧାରା ୧୨୯ ରେ ସଂଶଧନ କରିବା ସହିତ, ଏକ ଡ୍ରାପଟ ନଟିଫିକେସ ବା ପ୍ରସ୍ତାବ ଦେଇଛନ୍ତି। ତେବେ ଏହି ନିୟମକୁ ନେଇ ବର୍ତ୍ତମାନ ସମୟରେ ଚର୍ଚ୍ଚା ଜୋର ଧରିଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି, କି ୪ ବର୍ଷରୁ କମ ବର୍ଷର ପିଲା ମାନଙ୍କୁ ଆପଣ ଯଦି କୁଆଡେ ଯାତ୍ରା କରୁଛନ୍ତି, ତାହାଲେ ଆପଣଙ୍କୁ ୪୦ ରୁ କମ ବେଗରେ ଗାଡି ଚଳାଇବାକୁ ହେବ। ଏହା ଠାରୁ ଯଦି ଆପଣ ଆପଣ ଅଧିକ ବେଗରେ ଗାଡ଼ି ଚଳେଇବେ ତାହାଲେ ନିୟମ ଉଲଙ୍ଘନ ବୋଲି ଧରି ନିଆଯିବ। କେବଳ ଏତିକି ନୁହେଁ ଆହୁରି ମଧ୍ୟ କୁହାଯାଇଛି, ଯେ ଯଦି ଆପଣ ଛୋଟ ପିଲାକୁ ଗାଡ଼ିରେ ବସି ବାହାରକୁ ଯାତ୍ରା କରୁଛନ୍ତି, ତେବେ ଆପଣ ହେଲିମେଣ୍ଟ ପିନ୍ଧିବା ବାଧ୍ୟତାମୂଳକ। ଯଦି ଆପଣ ହେଲିମେଣ୍ଟ ପିନ୍ଧିନଥିବେ, ତେବେ ଆପଣଙ୍କ ଠାରୁ ଜରିମନା ଆଦାୟ କରାଯିବ। ଗୁରୁପୂର୍ଣ କଥା ହେଲା, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏହି ନିୟମ ପ୍ରସ୍ତୁତ କରିଛନ୍ତି।

ଯେଉଁଥିରେ କୁହାଯାଇଛି, ମଟରସାଇକେଲ ଚଳାଉଥିବା ବ୍ୟକ୍ତି ସୁରକ୍ଷା ପାଇଁ ହେଲିମେଣ୍ଟ ପିନ୍ଧାଇବା ସହିତ ନିୟମ ମାନିବା ନିତ୍ୟାନ୍ତ ଜରୁରୀ ଅଟେ, ଏହା ବ୍ୟବହାର କରିବା ଦ୍ୱାରା ଗାଡି ଚାଳକର କୌଣସି କ୍ଷତି ଘଟାଇବ ନାହିଁ। ତେବେ ଗାଡ଼ି ଚଳାଉଥିବା ବ୍ୟକ୍ତି ଉପଯୁକ୍ତ ପୋଷାକ ପିନ୍ଧିବା ଆବଶ୍ୟକ ଭଲ ଭାବରେ ବସିବା ଦ୍ୱାରା କୌଣସି କ୍ଷତି ଘଟାଇବ ନାହିଁ। ସୂଚନା ଅନୁସାରେ ଭାରତ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ୧.୫ ଲକ୍ଷର ଅଧିକ ମୃତ୍ୟୁ ସଡ଼କ ଦୃଘଟଣା କାରଣରୁ ହେଉଛି। ୨୦୧୯ ମସିହାରେ ଆତି କମରେ ୧୧୦୦୦ ଶିଶୁଙ୍କର ସଡ଼କ ଦୃଘଟଣା ରେ ମୃତ୍ୟୁ ଘଟିଛି।

ଅର୍ଥାତ ପ୍ରତ୍ୟେକ ଦିନ ୩୧ ଶିଶୁ ପ୍ରାଣ ହରାଉଛନ୍ତି। ୨୦୧୮ ରୁ ଆଜିଯାଏ ଶିଶୁ ମୃତ୍ୟୁ ହାର ବୃଦ୍ଧି ମଧ୍ୟ ପାଇଛି। ୨୦୧୯ ମହିହାରୁ ଦୁଇ ଚକିଆ ଯାନରେ ଅଧିକ ମୃତ୍ୟୁ ଘଟିଛି। ତେବେ ଏହାର କାରଣ ବିନା ହେଲିମେଣ୍ଟ କାରଣରୁ ମୃତ୍ୟୁ ଘଟିଥିଲା। ତେବେ ଏହିଭଳି ନୂଆ ନିୟମ ଜାରି ହେବା ଦ୍ୱାରା ଲୋକ ମାନେ ଅଧିକ ସଚେତନ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ବନ୍ଧୁଗଣ ଆପଣ ମାନେ ନିୟମ ମାନି ନିଜର ବହୁ ମୂଲ୍ୟ ନିୟମ ରକ୍ଷା କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।