ଗରିବ ତଥା ସାଧାରଣ ଲୋକ ମାନଙ୍କ ସୁବିଧା ସୁଯୋଗ ପାଇଁ ରାଜ୍ୟ ସରକାର ଅନେକ ପ୍ରକାର ଯୋଜନା ମାନ କରିଥାନ୍ତି । ଏହି ଯୋଜନାରେ ସାଧାରଣ ଲୋକମାନେ ଉପକୃତ ହୋଇଥାନ୍ତି , ତେବେ ବର୍ତ୍ତମାନ ସମୟରେ ସାଧାରଣ ଲୋକମାନଙ୍କ ପାଇଁ ଏକ ସୁନ୍ଦର ସୁଯୋଗ ଆସିଛି । ଦିନକୁ 50 ଟଙ୍କା ଲେଖାଏଁ ଦିଅନ୍ତୁ ଏବଂ ମାସିକ 1500 ଟଙ୍କା ଜମା କରି ପାଆନ୍ତୁ 35 ଲକ୍ଷ ଟଙ୍କା । ଆପଣଙ୍କ ଘର ପାଖରେ ଥିବା ପୋଷ୍ଟଅଫିସ ଦେଉଛି ଏମିତି ଏକ ବଡ ସୁଯୋଗ । ନିଜ କଷ୍ଟ ଅର୍ଜିତ ଧନକୁ ନିବେଶ କରି ଆପଣ ଭଲ ଆୟ କରିବାକୁ ଚାହୁଁଥିଲେ ମାର୍କେଟ ରେ ଅନେକ ବିକଳ୍ପ ରହିଛି ।
ଅଧିକାଂଶ ଯୋଜନାରେ ଭଲ ରିଜର୍ଭ ମିଳୁଥିବା ବେଳେ କିଛି ଯୋଜନାରେ ଘାଟା ହେବାର ସମ୍ଭାବନା ରହିଥାଏ । ଏଥିପାଇଁ ସମସ୍ତେ ବିପଦରେ ନ ପଡିବା ପାଇଁ ଭଲ ଯୋଜନାକୁ ବାଛିଥାନ୍ତି । ତେବେ ଏମିତି ଏକ ଭଲ ସୁଯୋଗ ପାଇବା ପାଇଁ ଚାହୁଁଥିଲେ , ତେବେ ପୋଷ୍ଟ ଅଫିସ ଆପଣଙ୍କ ପାଇଁ ଆଣିଛି ଗ୍ରାମ୍ୟ ସୁରକ୍ଷା ଯୋଜନା । ଏହା ଏମିତି ଏକ ସ୍କିନ ଯେଉଁଥିରେ ଜଣେ ସାଧାରଣ ଲୋକଙ୍କୁ ମିଳିଥାଏ ଭଲ ରିଟର୍ନ । 19 ରୁ 55 ବର୍ଷ ବୟସ ମଧ୍ୟରେ କେହି ବି ଭାରତୀୟ ନାଗରିକ ଗ୍ରାମ୍ୟ ସୁରକ୍ଷା ଯୋଜନାକୁ ନେଇ ପାରିବେ । ଏହି ଯୋଜନାରେ ସର୍ବନିମ୍ନ ବିମାରାଶି 10 ହଜାର ଟଙ୍କା ଓ ସର୍ବାଧିକ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିହେବ ।
ଯୋଜନାର ପ୍ରିମିୟମ ପେମେଣ୍ଟ ମାସିକ , ତ୍ରୟୋମାସିକ ବା ବାର୍ଷିକ କରିପାରିବେ । ସବୁଠାରୁ ବଡ କଥା ଏହି ବିମା ଯୋଜନାରେ ଋଣ ସୁବିଧା ରହିଛି , ପୋଲିସି କିଣିବାର 4 ବର୍ଷ ପରେ ଜଣେ ଋଣ ସୁବିଧାର ଲାଭ ଉଠାଇ ପାରିବେ । ଖାଲି ଏତିକି ନୁହେଁ ପୋଲିସି ସରେଣ୍ଡର କରିବା ବ୍ୟବସ୍ଥା ମଧ୍ୟ ରହିଛି , 3 ବର୍ଷ ପରେ ଜଣେ ଗ୍ରାହକ ପୋଲିସି କୁ ସରେଣ୍ଡର କରିବାର ବିକଳ୍ପ ଚୟନ କରିପାରିବେ । ତେବେ ଏହି ସ୍ଥିତିରେ ଆପଣଙ୍କୁ ଏହା ସହିତ ଜଡିତ କୌଣସି ଲାଭ ମିଳି ନଥାଏ । ଯଦି କେହି 19 ବର୍ଷ ବୟସ୍କ 10 ଲକ୍ଷ ଗ୍ରାମ୍ୟ ସୁରକ୍ଷା ପୋଲିସି କିଣନ୍ତି , ତେବେ ମାସିକ ପ୍ରିମିୟମ 1515 ଟଙ୍କା ଦେବାକୁ ହେବ ।
ଦିନକୁ ହିସାବ କଲେ 50 ଟଙ୍କା ଦେବାକୁ ହେବ , ପୋଲିସି କ୍ରେତାଙ୍କୁ 55 ବର୍ଷ ପାଇଁ 31. 70 ଲକ୍ଷ ଟଙ୍କା ଓ 58 ବର୍ଷ ପାଇଁ 33. 40 ଲକ୍ଷ ଟଙ୍କାର ମ୍ୟାଚୁରିଟି ବେନିଫିଟ ମିଳିବ । 60 ବର୍ଷ ପାଇଁ ମ୍ୟାଚୁରିଟି ବେନିଫିଟ 34.60 ଲକ୍ଷ ଟଙ୍କା ରହିବ । ଗ୍ରାମ୍ୟ ସୁରକ୍ଷା ଯୋଜନାର ଲାଭ ପାଇବା ପାଇଁ ଚାହୁଁଥିଲେ , ସୁଯୋଗ କୁ ହାତଛଡା କରିବାକୁ କେବେହେଲେ ଭାବନ୍ତୁ ନାହିଁ । ତୁରନ୍ତ ପୋଷ୍ଟ ଅଫିସ ସହ ଯୋଗାଯୋଗ କଲେ ସ୍ପେଶାଲ ସୁବିଧା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣି ପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।