ସରକାରଙ୍କର E Shram କାର୍ଡ କଣ ଅଟେ, କେଉଁ ମାନେ ଏହାର ଲାଭ ଉଠେଇ ପାରିବେ ଓ କଣ ସବୁ ସୁବିଧା ମିଳିବ ଜାଣନ୍ତୁ

ଭାରତ ସରକାର ଏବେ ଗରିବ ଜନ ସାଧାରଣଙ୍କ ପାଇଁ ଏକ ଯୋଜନା ପୂର୍ବକ ଇ- ଶ୍ରମ କାର୍ଡ ର ସୁବିଧା ଉପଲବ୍ଧ କରିଛନ୍ତି। ଏ ବିଷୟରେ ହୁଏତ ଆପଣ ଜାଣିଥିବେ କିନ୍ତୁ ଏହାର ଉପଯୋଗିତା ଏବଂ ଏହାଦ୍ୱାରା ଆପଣଙ୍କୁ କଣ ଲାଭ ମିଳିବ ସେ ବିଷୟରେ ହୁଏତ ସମସ୍ତଙ୍କୁ ଜଣା ନଥିବ। ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଆ ଯାଉଥିବା ଲେବର କାର୍ଡ ସମ୍ବନ୍ଧରେ ତ ଆପଣ ଜାଣିଛନ୍ତି।ଏହା କିପରି ଭାବରେ କାର୍ଯ୍ୟ କରେ ଏବଂ ଏହା ଦ୍ବାରା କିପରି ଭାବରେ ଗରିବ ଜନ ସାଧାରଣ ଉପକୃତ ହୋଇ ଥାଆନ୍ତି। ତେବେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ଵାରା ଦିଆ ଯାଉଥିବା ଇ ଶ୍ରମ କାର୍ଡ ଦ୍ଵାରା ଗରିବ ଶ୍ରମିକମାନେ କେଉଁଭଳୀ ଭାବରେ ଉପକୃତ ହେବେ, କଣ ସୁବିଧା ପାଇବେ ଆମେ ଆଜି ସେ ବିଷୟରେ ଜାଣିବା।

ପ୍ରଥମତଃ ଆପଣ ଏହା ଜାଣି ରଖନ୍ତୁ ଯେ ଏହି ଇ ଶ୍ରମ କାର୍ଡ ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଦ୍ବାରା ଜାରି କରା ଯାଇଛି ଏବଂ ଏହି କାର୍ଡ ଅନ୍ୟ ସମସ୍ତ ଯୋଜନାରେ ଦିଆ ଯାଉଥିବା କାର୍ଡ ଠାରୁ କିଛି କ୍ଷେତ୍ରରେ ଅଲଗା ରହିଛି।ଏହି କାର୍ଡ ଦ୍ବାରା ଗରିବ ଶ୍ରମିକ ମାନେ କିଛି ସୁବିଧା ପାଇବା ସହିତ ସେମାନଙ୍କ ପାଇଁ ଏହା ଅନ୍ଯ କେତେକ କ୍ଷେତ୍ରରେ ମଧ୍ୟ ଉପଯୋଗୀ ହେବ ଏବଂ ସେମାନେ ଏହାଦ୍ୱାରା ଉପକୃତ ହେବେ। କିପରି ଭାବରେ ସେମାନେ ସହାୟତା ପାଇ ପାରିବେ ଏବଂ ନିଜର ଦୈନନ୍ଦିନ ଜୀବନକୁ ପରିଚାଳିତ କରିବେ ସେଥିପ୍ରତି ସରକାର୍ ଧ୍ୟାନ ଦେବାକୁ ଚାହୁଁଛନ୍ତି ଏହି ଇ ଶ୍ରମ କାର୍ଡ ମାଧ୍ୟମରେ।

ଗରିବ ଶ୍ରମିକ ମାନେ ଏହାଦ୍ବାରା ଉପକୃତ ହେବା ସହିତ ଯଦି ଶ୍ରମ କରୁଥିବା ସମୟରେ କାହାର ମୃତ୍ୟୁ ଘଟେ ତେବେ ସରକାରଙ୍କ ପକ୍ଷରୁ ସେମାନଂକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ।ଏହି ଯୋଜନାରେ ଏହି ସୁବିଧା ଉପଲବ୍ଧ ରହିଛି। ଯଦି କାର୍ଡ ଥିବା କୌଣସି ଶ୍ରମିକ କୌଣସି ଦୁର୍ଘଟଣା ର ସମ୍ମୁଖୀନ ହୁଅନ୍ତି କାର୍ଯ୍ୟ କରୁଥିବା ସମୟରେ ତେବେ ସେମାନେ ସରକାରଙ୍କ ସହାୟତା ପାଇ ପାରିବେ। କେବଳ ଏତିକି ନୁହେଁ ଅନ୍ଯ ସୁବିଧା ସ୍ଵରୂପ ଏହି ଶ୍ରମିକ ମାନଙ୍କୁ ସରକାର୍ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସହାୟତା ଯୋଗାଇଦେବେ।

ତେଣୁ ଏହା ବହୁତ୍ ମାତ୍ରାରେ ଆପଣଙ୍କୁ ସାହାଯ୍ୟ କରିବ ଏବଂ ଅସୁବିଧା କୁ ଦୂର କରିବ। ତେଣୁ ଏହି ଯୋଜନାକୁ ଅନେକାଂଶରେ ପ୍ରସଂଶା କରା ଯାଇଛି ଏବଂ ସରକାରଙ୍କ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କୁହା ଯାଉଛି। କିନ୍ତୁ କିଛି ଲୋକ ଏହି ଯୋଜନାକୁ ଭିତ୍ତିହୀନ ବୋଲି କହିଛନ୍ତି। ତେବେ ଏହା ଦେଖିବାକୁ ବାକି ରହିଲା ଯେ ସରକାର୍ ଏହି ଯୋଜନାକୁ କିପରି ଭାବରେ ସଫଳ କରି ପାରୁଛନ୍ତି ଏବଂ ଏହାଦ୍ଵାରା ଲୋକ କିପରି ଭାବରେ ଉପକୃତ ହୋଇ ପାରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment