ସରକାରଙ୍କ କଟକଣା କେବଳ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ନା ରାଜନୈତିକ ସଭା, ସମିତି, ସମାହାର ପାଇଁ ମଧ୍ୟ। ଆପଣଙ୍କ ମତାମତ କମେଣ୍ଟ କରନ୍ତୁ

0

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଆପଣ ମାନେ ଜାଣିଛନ୍ତି ଚଳିତ ବର୍ଷ କୋଭିଡ୍‌ କଟକଣା ମଧ୍ୟରେ ମହାପ୍ରଭୁଙ୍କ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସମେତ ଏକାମ୍ର କ୍ଷେତ୍ରରେ ଥିବା ସମସ୍ତ ଶୈବପୀଠରେ ଜାଗର ଯାତ୍ରାକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି । ଆଉ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବିଏମସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ ହୋଇଛି।

କିପରି ଭକ୍ତମାନେ ମହାପ୍ରଭୁଙ୍କୁ ଧାଡିରେ ଦର୍ଶନ କରିବା ସହ ମନ୍ଦିର ଭିତରେ ଦୀପ ଜାଳି ପାରିବେ ତାକୁ ଦୃଷ୍ଟିରେ ରଖି ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରା ଯାଇଛି। ଏହାସହ ଆପଣମାନେ ଜାଣିଛନ୍ତି ଚଳିତବର୍ଷ କପିଳନାଥ ଓ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ମଧ୍ୟ କରାଯିବ ବୋଲି କୁହା ଯାଇଛି।

ସମସ୍ତ ମନ୍ଦିର ଯେମିତି ଉତ୍ସବ ମୁଖର ହୋଇ ଉଠିଛି ସେଇପରି ଭାବରେ ଭକ୍ତ ମାନେ ମଧ୍ୟ ଭାବ ବିହ୍ୱଳ ହୋଇ ପଡିଛନ୍ତି। ଭକ୍ତ ଏବଂ ଭଗବାନ ଙ୍କ ଅପୂର୍ବ ମିଳନ ଦେଖିବାକୁ ମିଳୁଛି ପ୍ରତିବର୍ଷ ଭଳି। ଆଃ କି ସୁନ୍ଦର୍ ପରିବେଶ। ଯାହା ମନ ଭିତରେ ଏକ ସୁନ୍ଦର୍ ଭାବନା ସୃଷ୍ଟି କରୁଛି। ପ୍ରତିବର୍ଷ ଭଳି ଭୋର ସମୟରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି ହେବା ପରେ ସାହାଣ ମେଲା ଦର୍ଶନ ହୋଇଥାଏ ଶିବରାତ୍ରି ରେ।

ସକାଳ ଯେତେବେଳେ ଭକ୍ତମାନେ ସାଧାରଣ ଦର୍ଶନ ପାଇଥାନ୍ତି ସେତେବେଳେ ସେମାନେ ଖୁସିରେ ବିଭୋର ହୋଇ ଉଠନ୍ତି। ବିଭିନ୍ନ ରୀତିନୀତି ସହ ମଧ୍ୟାହ୍ନ ସମୟରେ ସକାଳ ଧୂପ ହୋଇ ସଂଧ୍ୟା ସମୟରେ ସଂଧ୍ୟା ଆଳତୀ ହୋଇଥାଏ।ଆଉ ରାତି ସମୟରେ ଉଠିଥାଏ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ।

ଆପଣ ମାନେ ଜାଣିଛନ୍ତି ଜାଗରରେ ସାମିଲ ହେବାକୁ ଥିବା ସେବାୟତ ଓ ପୋଲିସ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ ହୋଇଛି। ଏହାଛଡା ସେମାନଙ୍କ ପାଇଁ କୋଭିଡ କଟକଣା ଲାଗୁ କରା ଯାଇଛି । ଭକ୍ତ ମାନେ ମନ୍ଦିର ଭିତରକୁ ପ୍ରବେଶ କଲା ପରେ ସେମାନଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ସାଙ୍ଗକୁ, ମାସ୍କ ପରିଧାନ, ସାମାଜିକ ଦୂରତା ରଖିବା ଉପରେ ନଜର ରଖାଯିବ।ସେଥିପାଇଁ ମନ୍ଦିର ଭିତରେ ମଧ୍ୟ ବ୍ୟାରିବେଡ କରାଯାଇଛି।

ଏହାଛଡା ନିୟମ ଅନୁସାରେ ଗର୍ଭ ଗୃହକୁ ଭକ୍ତ ମାନଙ୍କୁ ଯିବାକୁ ମନା କରାଯାଇଛି। ଯଦିଓ ଭକ୍ତ ମାନଙ୍କର ସୁରକ୍ଷା ପାଇଁ ଅନେକ କିଛି ବ୍ୟବସ୍ଥା କରା ଯାଇଛି କିନ୍ତୁ ଏଭଳି ଏକ ଦିନରେ ଭକ୍ତ ମାନଙ୍କ ପାଇଁ ଏପରି ଅନେକ କଟକଣା ସାଙ୍ଗକୁ ସେମାନଙ୍କ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଅନେକାଂଶରେ ଭକ୍ତଙ୍କ ମନକୁ ଆନ୍ଦୋଳିତ କରୁଛି।

ଏଠାରେ ଗୋଟିଏ ପ୍ରଶ୍ନ ମନକୁ ଆସିବା ସ୍ବାଭାବିକ ଯେ ସରକାର ଭକ୍ତ ଭଗବାନ ଙ୍କ ଏହି ପବିତ୍ର ସଂଯୋଗ ପାଇଁ ଅନେକ ପ୍ରକାର ଗାଇଡ ଲାଇନ୍ ଆଣୁଥିବା ବେଳେ ରାଜନୈତିକ ଦଳ ମାନଙ୍କର ପ୍ରଚାର, ସଭା ଏବଂ ସମାହାର କୁ କେଉଁ ଦୃଷ୍ଟିରେ ଦେଖୁଛନ୍ତି। କଣ ସେସବୁ କୋଭିଡ କଟକଣା ର ବାହାରେ। ତାହା ଥରେ ସୁସ୍ଥ ମାନସିକତା ରେ ପ୍ରଶାସନ ଚିନ୍ତା କରିବା ଉଚିତ୍ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।