ସରପଞ୍ଚ ହେଵ ତ ଏମିତି ! ଏହି ବୁଢୀ ମା’ଙ୍କର କେହି ନଥିବାରୁ ନିଜ ହାତରେ ତାଙ୍କର ସେବା ଯତ୍ନ କରୁଛନ୍ତି, ଦୟାକରି ଏହି ମହିଳା ସରପଞ୍ଚଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ…

0

ଆଜି କାଲି ସୋସିଆଲ ମିଡ଼ିଆ ସହିତ ସମସ୍ତେ ଜଡିତ ଅଟନ୍ତି। ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ଫଟୋ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ହେଉ ଫଟୋ ପ୍ରତିଦିନ ଆମେ ଦେଖିବାକୁ ପାଇ ଥାଉ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଘଟଣା ଟି ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି ଯାହା ଶୁଣିଲେ ଆପଣ ଜଣେ ସରପଞ୍ଚ କୁ ପ୍ରଶଂସା ନକରି ରହି ପାରିବେ ନାହିଁ। ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;

ଆଜି କାଲି ଦୁନିଆ ରେ କେହି କାହାରି ନିଜର ନୁହଁନ୍ତି ।। ଜନ୍ମ ଦେଇଥିବା ବାପା ମା ମାନଙ୍କୁ ମଧ୍ୟ ଛୁଆ ମାନେ ଦିନ ଭୁଲି ଯାନ୍ତି। ଏହି ସ୍ୱାର୍ଥପର ଦୁନିଆ ରେ କାହାରି ପାଇଁ କାହାରି ଗୋଟିଏ ମିନିଟ୍ ମଧ୍ୟ ସମୟ ନଥାଏ। ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।

ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି। କିନ୍ତୁ ଏହି ସବୁ ଭିତରେ ଏମିତି ଏକ ଖବର ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ଜାଣି ପାରିବେ ଯେ ଆଜିବି ମଧ୍ୟ ମଣିଷ ମାନଙ୍କ ମଧ୍ୟରେ ମାନବିକତା ରହିଅଛି। ତେବେ ଆମେ ମାନେ ଆମ ମାନଙ୍କ ସାଧାରଣ ଲୋକ ମାନଙ୍କୁ ଭୋଟ ଦେଇ ଆମେ ଆମ ମାନଙ୍କ ନେତା ଭାବେ ଚୟନ କରିଥାଉ ।

ଆଶା ରଖିଥାଉ ଯେ ଏମାନେ ଆମର ଦୁଃଖ ସୁଖ ବୁଝିବେ କିନ୍ତୁ ଅନେକ ସମୟ ରେ ଆମେ ମାନେ ଦେଖିଥାଉ ଯେ ଏମାନେ ଥରେ ଜିତି ସାରିଲା ପରେ ଆମ ମାନଙ୍କୁ ସମ୍ପୂର୍ଣ ଭାବେ ଭୁଲି ଯାଇ ଥାନ୍ତି ଓ ନିଜ ସ୍ବାର୍ଥ ଦେଖିବାରେ ବ୍ୟସ୍ତ ରୁହନ୍ତି। ଆଉ ଦୁଃଖୀ ଦରିଦ୍ର ମାନଙ୍କୁ ସମ୍ପୂର୍ଣ ଭାବେ ଭୁଲି ଯାଆନ୍ତି ।

ଆମେ ଏମିତି ବିଭିନ୍ନ ନେତା କୁ ଦେଖିବାକୁ ପାଇଥାଉ କିନ୍ତୁ ଆଜି ଆମେ ଏମିତି ଏକ ସରପଞ୍ଚ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଶୁଣିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ । କେନ୍ଦୁଝର ଜିଲ୍ଲାର ମୁକୁନ୍ଦପୁର ପଞ୍ଚାୟତ ର ସରପଞ୍ଚ ଭାବେ କାର୍ଯ୍ୟରତ ଅଛନ୍ତି ଅନ୍ନପୂର୍ଣ୍ଣା ଦେହୁରୀ । ଅନ୍ୟ ମନ୍ତ୍ରୀ ମାନଙ୍କ ପରି ସେ କୌଣସି ଏକ ବଡ଼ ପଦବୀ ରେ ନାହାନ୍ତି କିନ୍ତୁ ନିଜ ଜୀବନ ସେ ଗରିବ ଲୋକ ମାନଙ୍କ ପାଇଁ ଉତ୍ସର୍ଗ କରି ଦେଇଛନ୍ତି ।

ସେ ପଞ୍ଚାୟତ ର ସବୁ ଗ୍ରାମକୁ ଯାଇ ଥାଆନ୍ତି ଓ ନିଜେ ବ୍ୟକ୍ତିଗତ ଭାବେ ସବୁ ଅସହାୟ ଲୋକ ମାନଙ୍କ ର ସେବା କରି ଥାଆନ୍ତି। ତେବେ ଆଜି କାଲି ଦୁନିଆ ରେ ନିଜ ଲୋକ ମାନଙ୍କ ପାଇଁ ମଧ୍ୟ ଆମ ପାଖରେ ସମୟ ନଥିବା ବେଳେ ଏହି ମହିଳା ଜଣଙ୍କ ଘରେ ଘରେ ବୁଲି ସେବା ଯତ୍ନ କରି ଥାଆନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।