‘ସାରଥୀ’ ପରି ନିଜକୁ ଭଗବାନ କହୁଥିଲେ, ବାବା ‘ବିଜୟାନନ୍ଦ’, ହେଲେ ଧରା ପଡ଼ିଲା ସବୁ କଳାକାରନାମା…ଫୋଟୋ ଭାଇରାଲ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଛି। ସମାଜରେ ବହୁତ ମାତ୍ରାରେ ଅନ୍ୟାୟ କାର୍ଯ୍ୟ ଘଟି ଚାଲିଛି। ସମାଜର ଲୋକ ମାନେ ଠାକୁରଙ୍କ ନାଁ ରେ ଭିନ୍ନ ଭିନ୍ନ ପୂଜା ପାଠ କରି ଲୋକ ମାନଙ୍କୁ ଠକି ଲକ୍ଷ ଧିକ ଟଙ୍କା ହଡପ କରି ନେଇ ଥାଆନ୍ତି। ଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ବାବା ଲୋକ ମାନଙ୍କୁ ଠକି ଲକ୍ଷ ଧିକ ଟଙ୍କା ନେଉଥିବାର ସୂଚନା ମିଳିଛି। ଯାହାକି ଏହା ଏକ ନିନ୍ଦନୀୟ ଘଟଣା ଅଟେ। ଘଟଣା ଅଟେ। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ବିଜୟା ନନ୍ଦ ଚୌଧୂରି ନାମକ ଜଣେ ବାବା ଛୋଟ ବ୍ୟବସାୟୀରୁ ଆରମ୍ଭ କରି ଗ୍ରହ ଶାନ୍ତି ପୂଜକ ଓ ତାପରେ ତାଙ୍କ ଚେଲା ଚାମୁଣ୍ଡାଙ୍କ ସହ ମିଶି ଆଶ୍ରମରେ ରହି ଶ୍ରୀ ସ୍ୱାମୀ ବିଜୟା ନନ୍ଦ ବାବା ପାଲଟି ଗଲେ। ବାବାଙ୍କ କଟକ CDA ରେ ମୁଖ୍ୟ ଆଶ୍ରମ ରହିବା ସହ ଚୌଦ୍ୱାର ଢେଙ୍କାନାଳ ରାସ୍ତା ନିକଟରେ ମଠ ଖୋଲି ଆସ୍ଥାନ ଜମାଇ ଥିଲେ। ରିଷ୍ଟ ଖଣ୍ଡନର ପୂଜା ପାଠ ନାଁ ରେ ହୋମ ଜଜ୍ଞ କରି ଶାନ୍ତିର କାରନାମା ଦେଖାଇ ଠିକାଦାର ,ଶିଳ୍ପପତି, ରାଜନେତା ଓ ବଡ଼ ବଡ଼ ବ୍ୟବସାୟୀଙ୍କ ଠାରୁ ଲକ୍ଷ ଧିକ ଟଙ୍କା ଲୁଟି ନେଇଥିଲେ। ସନ୍ତାନ ପ୍ରାପ୍ତିର ଗ୍ରହ ଶାନ୍ତି ପୂଜା କରିବା ସହ ମନ୍ଦିର ନିର୍ମାଣ କରିବା ନାଁ ରେ ବଡ଼ ଲୋକଙ୍କ ଠାରୁ ଲକ୍ଷ ଧିକ ଚାନ୍ଦା ଆଦାୟ କରୁଥିଲେ।

ତେବେ ଜଣେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର OTDC ନାଁ ରେ ୱାର୍କ ଅଡ଼ର ଦେଇ ୩ କୋଟି ଟଙ୍କା ତାଙ୍କ ଠାରୁ ହଡପ ମଧ୍ୟ କରିଥିଲେ। ତେବେ ବାବାଙ୍କ ନାଁ ରେ ମଧ୍ୟ ଆହୁରି ୭୫ ଲକ୍ଷ୍ୟ ଟଙ୍କାର ଅଭିଯୋଗ ଆସିଛି। ତାଙ୍କର ଏଭଳି ଘଟଣା ଜାଣିବା ପରେ ତଦନ୍ତକାରୀ ଟିମ ବାବାଙ୍କୁ ଗିରଫ କରିଛନ୍ତି। ଗିରଫ ହେବା ପରେ ବାବାଙ୍କ ୨ ଟି ଆକାଉଣ୍ଟକୁ ଫ୍ରିଜ କରି POW ତାଙ୍କ ନେଟୱାର୍କ ଖୋଜୁଛି। ବାବାଙ୍କ ସହ ବହୁ ପ୍ରଭାବ ଶାଳୀ ଵ୍ୟକ୍ତିଙ୍କର ହାତ ରହିଛି ବୋଲି ମଧ୍ୟ ସନ୍ଦେହ କରା ଯାଇଛି। ସେମାନଙ୍କୁ ଧରି ଉଚିତ ଦଣ୍ଡ ମଧ୍ୟ ଦିଆ ଯାଉ ବୋଲି ଅନୁରୋଧ କରା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।