ସର୍ବ ସମ୍ମୁଖରେ ପୂର୍ବତନ ସରପଞ୍ଚଙ୍କୁ ଗୋଡେଇ ଗୋଡେଇ ଖଣ୍ଡାରେ ହାଣି ଗଣ୍ଡି ମୁଣ୍ଡ ଅଲଗା କରିଦେଲେ….ଦେଖନ୍ତୁ ଭିଡ଼ିଓ

ସମାଜ ଯେତେ ସଭ୍ୟ ଆଡ଼କୁ ଗତି କରିଲେ ମଧ୍ୟ ଦିନକୁ ଦିନ ବହୁତ ଅପରାଧିକ କାର୍ଯ୍ୟ ବଢି ଚାଲିଛି। ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ଦେଖିବାକୁ ମିଳୁଛି। ସମାଜର ଲୋକ ମାନେ ନେତା ଓ ମନ୍ତ୍ରୀ ମାନଙ୍କୁ ମଧ୍ୟ ମାରିବାକୁ ପଛ ଘୁଞ୍ଚା ଦେଇ ନଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ପୂର୍ବତନ ସରପଞ୍ଚଙ୍କ ଉପରେ ଖଣ୍ଡା ପହାର ହୋଇଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ବ୍ରହ୍ମପୁର ଅନ୍ତାୟୀ ମଝି ସୁକୁନ୍ଦା ରାସ୍ତାରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଗ୍ରାମପଞ୍ଚାୟତର ମୁଖ୍ୟଙ୍କୁ ସରପଞ୍ଚ କୁହାଯାଏ। ଲୋକ ମାନେ ସେମାନଙ୍କୁ ଭୋଟ ଦେଇ ନିର୍ବାଚିତ କରାଇ ଥାଆନ୍ତି। ପ୍ରଦୀପ ବିଶୋଇ ନାମକ ଜଣେ ଯୁବକ ଦିଗ ପହଣ୍ଡି ନିର୍ବାଚନ ମଣ୍ଡଳୀର ଅନ୍ତାୟୀ ପଞ୍ଚାୟତର ସରପଞ୍ଚ ଭାବରେ ସେ ପୂର୍ବରୁ ଦୁଇ ଥର ନିର୍ବାଚିତ ହୋଇଥିଲେ। ସେ ସରପଞ୍ଚ ଭାବରେ ତାଙ୍କ କାର୍ଯ୍ୟ ଠିକ ଭାବରେ ତୁଲାଇ ଥାଆନ୍ତି। ପଞ୍ଚାୟତ ଲୋକ ମାନଙ୍କର ଦୁଃଖରେ ଓ ସୁଖରେ ସବୁବେଳେ ଛିଡା ହୋଇ ଥାଆନ୍ତି।

ଯେଉଁ ଲୋକ ମାନେ ଅସୁବିଧାରେ ପଡି ଥାଆନ୍ତି ସେମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଆଗେଇ ଆସି ଥାଆନ୍ତି। ଏଥି ସହିତ ସେ ଗରିବ ଲୋକ ମାନଙ୍କର ଦୁଃଖ ମଧ୍ୟ ବୁଝି ଥାଆନ୍ତି। ସେ ଜଣେ ଭଲ ସରପଞ୍ଚ ଭାବରେ ଲୋକ ମାନେ ତାଙ୍କୁ ମାନି ଥାଆନ୍ତି। ତେବେ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ସମ୍ନାକୁ ଆସିଛି। ପୂର୍ବତନ ସରପଞ୍ଚ ସକାଳ ୭.୨୫ ମିନିଟ ସମୟରେ ସେ ବ୍ରହ୍ମପୁରରୁ ହୁଣ୍ଡା ଆକ୍ଟିଭା ସ୍କୁଟି ନେଇ ଫେରୁଥିଲେ। ଠିକ ସେହି ସମୟରେ କିଛି ଦୁର୍ବୁତ୍ତ ମାନେ ଖଣ୍ଡା ଧରି ଜଗି ରହିଥିଲେ ଓ ସେହି ସମୟରେ ତାଙ୍କ ଉପରେ ଧାରୁଆ ଖଣ୍ଡାରେ ୯ ଚୋଟ ତାଙ୍କ ମୁଣ୍ଡ ଉପରେ ପକାଇ ଥିଲେ ଓ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ଏହି ଘଟଣା ଦେଖି ସେଠାକାର ଲୋକ ମାନେ ଆସି ଭିଡ଼ ଜମାଟ କରି ଦେଇଥିଲେ ଓ ସେମାନେ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ବହୁତ ଭୟ ଭୀତ ମଧ୍ୟ ହୋଇ ଯାଇ ଥିଲେ। ଏହି ଘଟଣାଟି ରାଜନୈତିକ ବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି ବୋଲି କୁହା ଯାଇଛି। ପୋଲିସ ଏହି ଖବର ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଯାଇ ଥିଲେ। ଏଭଳି ଘଟଣା କାହିଁକି କରା ଯାଇଛି ବୋଲି ପୋଲିସ ଓ ସାଇନଟିଫିକ ଟିମ ଏହାର ଖୋଳ ତାଡ଼ କରୁଛନ୍ତି। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳ ଲୋକ ମାନଙ୍କରେ ଚହଳ ସୃଷ୍ଟି କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment