ସାରି ନିଅନ୍ତୁ ବ୍ୟାଙ୍କର ସମସ୍ତ କାମ , ନଚେତ୍ ଏପ୍ରିଲ ମାସରେ 14 ଦିନ ବନ୍ଦ ରହିବ ବ୍ୟାଙ୍କ ନ ହେଲେ ପରେ ପସ୍ତେଇବେ ଆପଣମାନେ

0

ବ୍ୟାଙ୍କରେ ଲୋକମାନଙ୍କର ପ୍ରାୟତଃ ସବୁଦିନ କିଛି ନା କିଛି କାମ ରହିଥାଏ , ଯେଉଁଥି ପାଇଁ ସେମାନଙ୍କୁ ଲଗାତାର ଭାବରେ ବ୍ୟାଙ୍କ ଯିବାକୁ ପଡିଥାଏ । କିନ୍ତୁ ସମସ୍ତ ଜନସାଧାରଣ ମାନଙ୍କୁ ଜଣାଇ ଦିଆଯାଉଛି କି ଆଗାମୀ ଆସୁଥିବା ଏପ୍ରିଲ ମାସରେ 14 ଦିନ ବ୍ୟାଙ୍କ ବନ୍ଦ ରହିବ । ତେଣୁ ବ୍ୟଙ୍କ ସମ୍ୱନ୍ଧିତ କୌଣସି ବି କାର୍ଯ୍ୟ ରହିଥିଲେ ତାହାକୁ ଜଲଦି ସାରି ନିଅନ୍ତୁ । ନଚେତ୍ ଆପଣ ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ । ପ୍ରତିମାସ ରବିବାର ବ୍ୟତୀତ ଦ୍ୱିତୀୟ ଓ ଶେଷ ଶନିବାର ବ୍ୟାଙ୍କ ବନ୍ଦ ରହିଥାଏ । ଏହା ବ୍ୟତୀତ ଏହି ମାସରେ ଅନେକ ପର୍ବପର୍ବାଣୀ ମଧ୍ୟ ପଡିଥାଏ । ଯହାକୁ ମିଶି ଏହି ମାସରେ 14 ଦିନ ବ୍ୟାଙ୍କ ଛୁଟି ରହିବ ।

ଆମେ ବ୍ୟବହାର କରୁଥିବା କ୍ୟାଲେଣ୍ଡାର ରେ ପର୍ବପର୍ବାଣି ବିଷୟରେ ଉଲ୍ଲେଖ ରହିଛି ଏବଂ ଏହି ମାସରେ ରବିବାର ଓ ଶନିବାର ବ୍ୟତୀତ ଓଡିଶାରେ 6 ଦିନ ବ୍ୟାଙ୍କ ବନ୍ଦ ରହୁଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦିନ ବ୍ୟାଙ୍କ ଛୁଟି ରହିବାକୁ ଯାଉଛି । ଏପ୍ରିଲ 1 ତାରିଖ ଦିନ ବ୍ୟାଙ୍କ ବନ୍ଦ ରହିବ କାରଣ ଏହି ଦିନ ହେଉଛି ଆର୍ଥିକ ବର୍ଷର ଆକାଉଣ୍ଡ ବନ୍ଦ ଓ ଉତ୍କଳ ଦିବସ ମଧ୍ୟ । ଏପ୍ରିଲ 2 ତାରିଖ ହେଉଛି ଗୁଡ ଫ୍ରାଇଡେ ଓ ଏପ୍ରିଲ 4 ତାରିଖ ରବିବାର ରହୁଛି ତେଣୁ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ 5 ତାରିଖ ଦିନ ବାବୁ ଜଗଜୀବନ ଜନ୍ମ ବାର୍ଷିକ ଏବଂ ଏପ୍ରିଲ 10 ତାରିଖ ମାସର 2 ଶନିବାର ତେଣୁ ବ୍ୟାଙ୍କ ବନ୍ଦ ରହିବ ।

ଏପ୍ରିଲ 11 ତାରିଖ ରବିବାର ଏବଂ ଏପ୍ରିଲ 13 ତାରିଖ ଗୁଡି ପାଡୱା ତେଣୁ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ 14 ତାରିଖ ମହା ବିଷୁବ ସଂକ୍ରାନ୍ତି ଓ ବାବା ସାହେବ ଆମ୍ୱେଦକର ଜୟନ୍ତୀ ଏବଂ ଏପ୍ରିଲ 15 ତାରିଖ ବଙ୍ଗାଳୀ ନୂଆ ବର୍ଷ ରହିଛି ତେଣୁ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ 18 ତାରିଖ ରବିବାର ଏବଂ ଏପ୍ରିଲ 22 ତାରିଖ ଶ୍ରୀ ରାମ ନବମୀ , ଏପ୍ରିଲ 24 ତାରିଖ ଚତୁର୍ଥ ଶନିବାର ତେଣୁ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ 25 ତାରିଖ ରବିବାର , ଏହି ପରି ଭାବରେ ଏପ୍ରିଲ ମାସରେ 14 ଦିନ ବ୍ୟାଙ୍କ ବନ୍ଦ ରହିବ ତେଣୁ ଅନ୍ୟ ଦିନ ମାନଙ୍କରେ ବ୍ୟାଙ୍କ ବହୁତ ଭିଡ ହୋଇପାରେ ।

ସେଥିପାଇଁ ଲୋକମାନଙ୍କର କୌଣସି ବ୍ୟାଙ୍କ ସମ୍ୱନ୍ଧିତ କାର୍ଯ୍ୟ ରହିଥିଲେ ତୁରନ୍ତ କରି ନିଅନ୍ତୁ ନଚେତ୍ ଅନେକ ଅସୁବିଧାର ସାମ୍ନା କରି ପାରନ୍ତି । ତେଣୁ ଶୀଘ୍ର କାମ ସାରି ନିଅନ୍ତୁ କାରଣ ଏପ୍ରିଲ ମାସରେ 14 ଦିନ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କରେ ଲୋକମାନଙ୍କର ଭିଡ ହୋଇପାରେ ତେଣୁ ତୁରନ୍ତ କାମ ସାରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।