ଲକ୍ଷଣରୁ ଜାଣନ୍ତୁ ଶରୀରରେ କେଉଁ ଭିଟାମିନର ଅଭାବ ରହିଛି | VITAMIN DEFICIENCY SYMPTOMS

ବନ୍ଧୁଗଣ ଆମ ଶାରୀରରେ ବିଭିନ୍ନ ପ୍ରକାର ଭିଟାମିନ ଓ ମିନେରାଲ ରହିଛି, ଆମ ଶରୀରରେ ଭିଟାମିନ ଅଭାବ ହେଲେ ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ |ଭିଟାମିନ ଅଭାବରୁ ଶରୀରରେ ଅନେକ ସମସ୍ୟା ଦେଖା ଦେଇଥାଏ, ମୁଁ ଆଜି ଆପଣକୁ ଶରୀରରେ କେଉଁ ଭିଟାମିନ ଅଭାବରୁ କେଉଁ ଲକ୍ଷଣ ଦେଖାଯାଏ ସେ ବିଷୟରେ କହିବି |ତେବେ ଆସନ୍ତୁ ଜାଣିବା ଏହି ଲକ୍ଷଣ ଗୁଡିକ ବିଷୟରେ |

1-ଆପଣକୁ ଯଦି ରାତିରେ ଭଲ ନିଦ ହେଉନାହିଁ କିମ୍ବା ଆପଣଙ୍କ ଶରୀରର ମାଂସପେଶୀ ଯନ୍ତ୍ରଣା ହେଉଥାଏ ତେବେ ଆପଣଙ୍କ ଶରୀରରେ ପଟାସିୟମର ଅଭାବ ଦେଖା ଦେଇଥାଏ |ତେଣୁ ଆପଣ ପ୍ରତ୍ୟେକ ଦିନ ଖାଦ୍ୟରେ ପଇଡ଼, କଦଳୀ, ବିଟ କିମ୍ବା ତରଭୁଜ ସେବନ କଲେ ଆପଣଙ୍କ ଏହି ସମସ୍ୟା ସମ୍ପୂର୍ଣ ଦୂର ହୋଇଯାଏ |
2-ଅପଣଂକର ଯଦି ଅଧିକ ମିଠା ଖାଇବା ପାଇଁ ଇଚ୍ଛା ହେଉଥାଏ ତେବେ ଆପଣଙ୍କ ଶରୀରରେ ଗ୍ଳୋକଜର ପରିମାଣ କମ ଅଛି ବୋଲି ଜଣାଯାଏ |ତେଣୁ ଆପଣ ଯଦି ମହୁ କିମ୍ବା ଫଳ ଅଧିକ ପରିମାଣରେ ଖାଆନ୍ତି ତେବେ ଆପଣଙ୍କ ଶରୀରରେ ଗ୍ଳୋକଜ ଲେବେଲ ଠିକ ହୋଇଯାଏ |

3-ଯଦି ଆପଣଙ୍କ ଶରୀର ଶୁଖିଲା ଦେଖାଯାଏ ତେବେ ଆପଣଙ୍କ ଶରୀରରେ ଭିଟାମିନ ଏ ର ଅଭାବ ରହିଛି ବୋଲି ଜଣାଯାଏ ତେଣୁ ଆପଣ ଏହି ସମସ୍ୟା କମିବା ପାଇ ଆପଣ ପାଳଙ୍ଗ ଶାଗ ସହିତ ପ୍ରତ୍ୟେକ ଦିନ ବାଦାମ ଖାଆନ୍ତୁ |4-ଆପଣଙ୍କ ଶରୀରରେ ଆଇରନ ପରିମାଣ କମିଗଲେ ଆପଣକୁ ଅଧିକାଂଶ ସମୟରେ ଜୁସ ଖାଇବା ପାଇ ଇଚ୍ଛା ହେଉଥାଏ, ଏହି ଲକ୍ଷଣରୁ ଜାଣିବେ ଯେ ଆପଣଙ୍କ ଶାରୀରରେ ଆଇରନର ଅଭାବ ରହିଛି |ଏହି ଅଭାବ ପୁରଣ ପାଇ ଆପଣ ପ୍ରତ୍ୟେକ dina କିଛି ମାତ୍ରାରେ କିସମିସ, ଗଜା ମୁଗ ଓ ବୁଟ ଖାଆନ୍ତୁ |5-ଆପଣଙ୍କ ଦାନ୍ତ ମାଢିରୁ ଯଦି ରକ୍ତ ବାହାରୁଥାଏ କିମ୍ବା ପଇରିଆ ହୋଇଥାଏ ତେବେ ଶରୀରର ଏହି ଲକ୍ଷଣ ଭିଟାମିନ C ଅଭାବରୁ ହୋଇଥାଏ |ତେଣୁ ଆପଣ ଏହି ଅଭାବ ପୂରଣ କରିବା ପାଇଁ ଖଟା ଜାତୀୟ ଫଳ କମଳା, କାଗଜ ଲେମ୍ବୁ ପ୍ରତ୍ୟେକ ଦିନ କିଛି ମାତ୍ରାରେ ଖାଆନ୍ତୁ |

6-ଆପଣଙ୍କ ଶରୀରରମାଂସ ପେଶୀ ଯଦି ଅଧିକ ସମୟରେ ଟାଣି ଧରୁଛି କିମ୍ବା ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଛି ତେବେ ଶରୀରରେ କଲସିୟମର ଅଭାବ ରହିଛି ବୋଲି ଜଣାଯାଏ |ତେଣୁ ଏଥିପାଇଁ ଆପଣ ପନିପରିବା ଖାଆନ୍ତୁ ଦେଖିବେ ଆପଣଙ୍କ ଏହି ସମସ୍ୟା ଧୀରେ ଧୀରେ ଠିକ ହୋଇଯିବ |
7-ଆପଣଙ୍କ ଓଠ ଯଦି ସବୁଦିନ ଫାଟୁଥାଏ କିମ୍ବା ସ୍କିନ ଫାଟୁଥାଏ ତେବେ ଏହି ସମସ୍ୟା ଜିଙ୍କ ଓ B12 ଅଭାବରୁ ହୋଇଥାଏ ବୋଲି ଜଣାଯାଏ ତେଣୁ ଆପଣ ଯଦି ଖାଦ୍ୟରେ ବନ୍ଧାକୋବି,ସିମଲା ଲଙ୍କା ଏବଂ ଅନ୍ୟାନ ଜିନିଷ ଖାଇଲେ ଆପଣଙ୍କ ଓଠ ଫାଟିବା ପରି ସମସ୍ୟା ଠିକ ହୋଇଯାଏ |
8-ଯଦି ଆପଣଙ୍କ ମୁଣ୍ଡ ବିନ୍ଧା ପରି ସମସ୍ୟା ସବୁଦିନ ଦେଖାଯାଏ ତେବେ ଆପଣ ପ୍ରତ୍ୟେକ ଶରୀରରେ ମାଗ୍ନେସିୟମର ଅଭାବ ରହିଛି ବୋଲି ଜଣାଯାଏ,ଏହି ସମସ୍ୟାରୁ ମୁକ୍ତି ପାଇବା ପାଇ ଆପଣ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ କଦଳୀ ଖାଆନ୍ତୁ |ଏହିପରି କିଛି ଦିନ ଖାଇଲେ ଆପଣଙ୍କ ଶରୀରରେ ମାଗ୍ନେସିୟମ ପରିମାଣ ଠିକ ହୋଇଯାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment