Viral video – ଶାଶୁ ଘରେ ଯାଇ ନଣନ୍ଦ ପୁଟୁଳି ଖୋଲିଲେ ପ୍ରେରଣା .. ଆଉ ସମସ୍ତେ ଦେଖି ହେଲେ ଆଶ୍ଚର୍ଯ୍ୟ…

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡର ଚର୍ଚ୍ଚିତ ଯୋଡି ଅଭିନେତ୍ରୀ ପ୍ରେରଣା ଓ ଅଭିନେତା ଅଶ୍ୱନୀ ତ୍ରିପାଠୀ। ଦୀର୍ଘ ବର୍ଷର ପ୍ରେମ ନେଇଛି ବିବାହର ରୂପ। ଦୀର୍ଘ ୯ ବର୍ଷର ପ୍ରେମ ପରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି। ଆଉ ଆରମ୍ଭ ହୋଇଛି ସେମାନଙ୍କ ଏକ ନୂଆ ବୈବାହିକ ଜୀବନ। ପରିବାର ସଦସ୍ୟ ବନ୍ଧୁ ବାନ୍ଧବ ଓଲିଉଡର ନାମୀଦାମୀ କଳାକାର ଏବଂ ରାଜନୈତିକ ଦଳର କିଛି ବ୍ୟକ୍ତି ବିଶେଷ,ପ୍ରତିଷ୍ଠିତ ବ୍ୟବସାୟୀ ଏବଂ କିଛି ଆଗଧାଡି ର ବ୍ୟକ୍ତି ବିଶେଷ ପ୍ରେରଣା ଓ ଅଶ୍ୱନୀଙ୍କ ବିବାହରେ ଯୋଗ ଦେଇଥିଲେ।

ତେବେ ଅଶ୍ୱନୀ ଏବଂ ପ୍ରେରଣା ବହୁତ ସାରା ଶୋ ରେ ଏଙ୍କରିଙ୍ଗ୍ କରିବା ସହିତ ସେ ବହୁତ ସାରା ସିରିଏଲରେ ବି ଅଭିନୟ କରି ଥିବାର ଆପଣ ମାନେ ଦେଖିବା ପାଇଁ ପାଇ ଥିବେ। ପ୍ରଥମେ ଆଙ୍କରିଙ୍ଗ ମାଧ୍ୟମରେ ଟିଭି ପରଦାକୁ ଏଣ୍ଟ୍ରି କରିଥିଲେ ଅଶ୍ୱନୀ। ନିଜର ମିଠା ମିଠା କଥା ମାଧ୍ୟମରେ ଖୁବ୍ କମ୍ ଦିନ ମଧ୍ୟରେ ଦର୍ଶକ ମାନଙ୍କୁ ନିଜର କରି ନେଇଥିଲେ।ଅଶ୍ୱନୀ ଆଙ୍କରିଙ୍ଗ ଶୈଳୀ ଟିଭି ଶୋକୁ ମଧ୍ୟ ବେଶ୍ ସଫଳ କରିଥିଲା।

ଠିକ୍ ସେହିପରି ପ୍ରେରଣା ମଧ୍ୟ ଆଙ୍କରିଙ୍ଗ ରୁ ବେଶ୍ ଲୋକପ୍ରିୟତା ପାଇ ପାରିଥିଲେ। ତାଙ୍କର ମିଠା ମିଠା କଥା ଆଉ ଉପସ୍ଥାପନାର ଶୈଳୀ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା।ଅନେକ ଟିଭି ଶୋ ରେ ଦୁହେଁ ଏକାଠି ନଜର ଆସିଛନ୍ତି। ଏହା ସହିତ ଉଭୟ ଏକାଧିକ ଓଡ଼ିଆ ଆଲବମ୍ ରେ ମଧ୍ୟ ଏକାଠି ନଜର ଆସିଛନ୍ତି ଅଶ୍ୱନୀ ଏବଂ ପ୍ରେରଣା। ଓଡ଼ିଶା ର ଅଗଣିତ ଦର୍ଶକ ମାନଙ୍କ ଭଲ ପାଇବା ଜିତି ପାରିଛନ୍ତି ଉଭୟ।ଉଭୟ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିବା ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢି ଉଠିଥିଲା ଆଉ ଦୀର୍ଘ ୯ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ତେବେ ବିବାହ ପରେ ନିଜ ନଣନ୍ଦଙ୍କ ବିଷୟରେ କହିଛନ୍ତି ଅଭିନେତ୍ରୀ ପ୍ରେରଣା। ସେ କହିଛନ୍ତି କି ତାଙ୍କୁ ଗୋଟିଏ ନଣନ୍ଦ ନୁହେଁ ବରଂ ଗୋଟିଏ ଭଲ ସାଙ୍ଗଟିଏ ମିଳିଛି।ପ୍ରେରଣା ନଣନ୍ଦ ହେଉଛନ୍ତି ଅଙ୍କିତା। ଆଉ ଅଙ୍କିତା ଜଣେ ସୁୁଇଟି ପ୍ରଶ୍ନାଲିଟି ସେ ଆଦୌ ଡିମାଣ୍ଡଇଂ ନୁହଁନ୍ତି ତାଙ୍କୁ ଯାହା ଦେଲେ ସେ ଖୁସି ହୋଇ ଯାଆନ୍ତି। ତେବେ ପ୍ରେରଣା ନିଜ ନଣନ୍ଦ ପସନ୍ଦଙ୍କୁ ଜାଣି ତାଙ୍କ ପାଇଁ ନଣନ୍ଦ ପୁଟୁଳି ଆଣିଥିଲେ ଯାହାକି ତାଙ୍କ ନଣନ୍ଦଙ୍କୁ ବେଶ୍ ପସନ୍ଦ ଆସିଛି। ଯାହାକୁ ନେଇ ପ୍ରେରଣା ମଧ୍ୟ ବେଶ୍ ଖୁସି ଅଛନ୍ତି। ଶାଶୂ ଘରେ ସବୁ ସଦସ୍ୟ ମାନଙ୍କ ସହିତ ମଧ୍ୟ ପ୍ରେରଣା ଖୁବ୍ ମଜାମସ୍ତି କରୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment