ବିବାବ ପରେ ଏବେ ଶାଶୁ ଘରେ ଓଡ଼ିଆ ଅଭିନେତ୍ରୀ ରିୟା ଦେ। ଆପଣ ମାନେ ଓଲିଉଡ଼ର ଏହି ଚୁଲବୁଲି ନାୟିକାଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ଗତ ଦିନ ମାନଙ୍କରେ ସେ ବ୍ୟବସାୟୀ ସୁନୀଲଙ୍କୁ ପ୍ରେମ ବିବାହ କରିଛନ୍ତି। ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରିୟା ଏବଂ ସୁନୀଲ।ରିୟା ଦେ ଜଣେ ଓଡ଼ିଆ ଅଭିନେତ୍ରୀ। ତାଙ୍କର ଦମଦାର ଅଭିନୟ ଆପଣ ମାନେ ପରଦା ଉପରେ ନିଶ୍ଚିତ ଭାବେ ଦେଖିବାକୁ ପାଇଥିବେ। ଆଉ ତାଙ୍କ ଅଭିନୟ ଖୁବ୍ ପସନ୍ଦ ମଧ୍ୟ କରନ୍ତି ଦର୍ଶକ। ଖୁବ୍ ଅଳ୍ପ ଦିନ ମଧ୍ୟରେ ନିଜର ଆକ୍ଟିଙ୍ଗ ଏବଂ ଡାନ୍ସ ମାଧ୍ୟମରେ ଦର୍ଶକଙ୍କ ଭଲ ପାଇବା ଜିତି ପାରିଥିଲେ ରିୟା।
ତେବେ ଅଭିନେତ୍ରୀ ରିୟା ୨୦୧୨ ମସିହା ପାଖରୁ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ପ୍ରେମ ଅଢ଼େଇ ଅକ୍ଷର ସିନେମାରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ଅଭିନେତ୍ରୀ ରିୟା। ଯାହା ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଥିଲା ପ୍ରେମ ଅଢ଼େଇ ଅକ୍ଷରରେ ପ୍ରଥମ ଥର ପାଇଁ ରିୟା ଅଭିନେତା ବାବୁଶାନଙ୍କ ନାୟିକା ସାଜିଥିଲେ। ଆଉ ଏହି ଯୋଡିକୁ ଦର୍ଶକ ମାନଙ୍କ ଖୁବ୍ ଭଲ ପାଇବା ମିଳି ପାରି ଥିଲା।
ଆଉ ଏହା ପର ଠାରୁ ରିୟା ଏକାଧିକ ସିନେମାରେ ନଜର ଆସିଛନ୍ତି। କ୍ରିମିନାଲ, ଇଡିଅଟ୍,ଏମିତି ବି ପ୍ରେମ ହୁଏ,ତୁ ମୋ ଦେହର ଛାଇ,ଲଭ ମାଷ୍ଟର,ତୁ ଯେ ସେଇ,କଲେଜ ଟାଇମ ,ପାଗଳ କରିଚୁ ତୁ ,ଗୋଲାପି ଗୋଲାପି, ଗୋଲାପି ଗୋଲାପି ୨,ରଘୁପତି ରାଘବ ରାଜାରାମ, କଳକୀ, ହରି ଓମ୍ ହରି, ଦିଓ୍ଵାନା ହେଲି ତୋ ପାଇଁ, ପ୍ରେମ ପାଇଁ ମହାଭାରତ ଭଳି ଅନେକ ସଫଳ ଫିଲ୍ମର ନାୟିକା ସାଜିଛନ୍ତି ରିୟା।
ତେବେ ବର୍ତ୍ତମାନ ସମୟରେ ଅଭିନେତ୍ରୀ ରିୟା ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ରିୟା ବ୍ୟବସାୟୀ ସୁନୀଲଙ୍କୁ ବିବାହ କରିଛନ୍ତି। ସୁନୀଲଙ୍କ ବହୁତ ବଡ ବ୍ୟବସାୟ ରହିଛି। ଗୋଟିଏ ଇଭେଣ୍ଟ ଶୋରୁ ଦୁହେଁ ପରସ୍ପରକୁ ସାକ୍ଷାତ କରିଥିଲେ। ଏହା ପରେ ଉଭୟ ପ୍ରେମ ସମ୍ପର୍କରେ ଆସିଥିଲେ। ଆଉ ଶେଷରେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରିୟା ଓ ସୁନୀଲ।
ତେବେ ବିବାହ ପରେ ଏବେ ରିୟା ତାଙ୍କ ଶାଶୁ ଘରେ ଅଛନ୍ତି। ବିବାହ ପରେ ଅଭିନେତ୍ରୀ ରିୟା ବେଶ୍ ଖୁସି ଥିବାର ନଜର ଆସିଛନ୍ତି। ତେବେ ସୁନୀଲ କହିଛନ୍ତି ଆଗାମୀ ଦିନରେ ଯଦି ରିୟାଙ୍କୁ ସିନେମା କରିବାର ସୁଯୋଗ ମିଳେ ତେବେ ସେ ସିନେମା କରି ପାରିବେ। ତାଙ୍କର କୌଣସି ଆପତ୍ତି ନାହିଁ। ରିୟା ମଧ୍ୟ କହିଛନ୍ତି ସେ ଆଗାମୀ ଦିନରେ ନିଶ୍ଚୟ ସିନେମା କରିବେ। ତେବେ ନିଜ ବିବାହକୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ରିୟା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।