ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ଦିନେଶ ଓ ଦୀପିକା ଙ୍କ ପ୍ରେମ କାହାଣୀ ରେ ପୁଣି ଏକ ନୂଆ ମୋଡ଼ ନେବା କୁ ବସିଛି | ଆଉ ମିଳିଥିବା ସୂଚନା ଅନୁଯାୟୀ ଦୀପିକା ତାର ପିଲାର ବାପା ର ପରିଚୟ ଦାବି ରେ କେ ଦୀନେଶ ଙ୍କ ଘରେ ଆଗରେ ଦୀର୍ଘ ଦିନ ହେବ ଧାରଣା ବସି ରହିଥିବା ର ଜଣା ପଡିଛି | ଆଉ ଖରା, ବର୍ଷା କୁ ଖାତିରି ନ କରି ନ୍ୟାୟ ପାଇଁକି ପଡ଼ି ରହିଛନ୍ତି ଦୀନେଶ ଙ୍କ ଘର ସାମ୍ନା ରେ ଦୀପିକା | ଆଉ ଏଭଳି ସ୍ଥଳରେ ଘରେ କେହି ନ ଥିବା ସମୟରେ ଦୀନେଶ ଙ୍କ ବାପା ଦୀପିକା ଙ୍କୁ ଘର ଭିତରକୁ ଡାକିଥିବାର ଶୁଣିବାକୁ ମିଳୁଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ବନ୍ଧୁ ଗଣ ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ବେଶ ଚର୍ଚ୍ଚା ର ଥିବା ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହରା ସାହି ର ଦୀନେଶ ଓ ଦୀପିକା ଘଟଣା ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ସେହି ଘଟଣା ରେ ଏକ ନୂଆ ମୋଡ଼ ନେବାକୁ ବସିଛି | ଆଉ ଯେଉଁଠି ନିଜର ପ୍ରେମ କୁ ପାଇବା ପାଇଁ ଓ ନିଜର ଛୁଆଁ ର ବାପା ର ପରିଚୟ ପାଇଁ ଦୀନେଶ ଙ୍କ ଘର ସାମ୍ନା ରେ ସମସ୍ତ ଦୁଃଖକୁ ସହିକି ପଡିରହିଛନ୍ତି ସେତିକି ବେଳେ ଘଟିଛି ଏକ ଘଟଣା |
ଆଉ ଯାହା ଜଣା ପଡିଛି କି ଦୀପିକା ଙ୍କର ମା ଓ ପ୍ରମିଳା ମା ମଧ୍ୟ ଦୀପିକା ଙ୍କ ପାଖରେ ନ ଥିଲେ ଭୁବନେଶ୍ୱର ଯାଇଥିଲେ | ଆଉ ବର୍ଷାରେ ଦୀପିକା ଭେଜଉଥିବା ସମୟରେ ଦୀନେଶ ଙ୍କ ବାପା ଘରୁ ବାହାରି ଆସିଥିଲେ, ଆଉ କହିଥିଲେ ଘର ଦୁଇଟିରେ କେହି ନାହାନ୍ତି ଶଶୂ ନାହିଁ କି ଗୋସେଇଁ ଶଶୂ ମଧ୍ୟ ନାହିଁ |ତେଣୁ ମୁଁ ଏକ ଅଛି ଘର ଭିତରକୁ ଯିବା ପାଇଁ | ଆଉ ଏହି କଥାକୁ ଦୀପିକା ପ୍ରମିଳା ମା ଙ୍କ ପାଖରେ କହିବା ପରେ ସେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି |
ଆଉ ସେ କହିଛନ୍ତି କି ମୁଁ କିଛି ଦିନ ନ ଥିଲି ବୋଲି ତୋମେ ମାନେ ମୋ ଝିଅର ପରିବା ରେ ଖାଇବା ରେ ସୋର୍ପ ପାଣି ଢାଳିକି ପୁଚୁକା କରିଦେଲ ମୋ ଝିଅ ଉପାସ ରହିଲା ଗୋଟିଏ ଦିନ | ଆଜି ମୁଁ ପରିବା ଆଉ ମିଠା ନେଇକି ଆସିଛି ଆଉ ଶଶୂର ହେଇକି ଏହିଭଳି ବ୍ୟବହାର ଦେଖାଇଲେ ବୋହୂ ମଧ୍ୟ ତାହାର ଠିକ ଜବାବ ଦେବ ବୋଲି କହିଛନ୍ତି ପ୍ରମିଳା | ତାହା ସହିତ କହିଛନ୍ତି କି ସେ ଭୁବନେଶ୍ୱର ଯାଇଥିଲେ ଆଉ ଖୁସି ଖବର ଆଣିଛନ୍ତୁ ଆଉ ସମୟ ଆସିଲେ ଜାଣି ପାରିବେ ଆଉ ଦୀନେଶ ଙ୍କ ପରିବାରକୁ ଉଚିତ ଦଣ୍ଡ ଦେବେ ବୋଲି କହିଛନ୍ତି | ଆଉ ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।