ଭିଡିଓ ଦେଖନ୍ତୁ : ସତ ହେଲା ମାଳିକା ବଚନ ପାହାଡ ଉପରେ ଫୁଟିଲା ପଦ୍ମ ଫୁଲ, ପାହାଡରେ ରହିଛି ଦୈବୀ ଚିହ୍ନ ଆଉ ଦିବ୍ୟ କୁଣ୍ଡରେ ଫୁଟିଛି କଇଁ ଫୁଲ…

0

ଆମ ଦେଶ ଭାରତ ଏକ ସଂସ୍କୃତି ସମ୍ପୂର୍ଣ୍ଣ ଦେଶ ଭାବରେ ଅନେକ କ୍ଷତି ରହିଛି। ହିନ୍ଦୁ ଧର୍ମରେ ୩୩ କୋଟି ଦେବା ଦେବୀଙ୍କୁ ବିଶ୍ୱାସ କରାଯାଏ, ତେବେ ଅନେକ ଗୁଡିଏ ଐଶ୍ୱରୀୟ ସ୍ଥାନ ମଧ୍ୟ ଦେଖିବା ପାଇଁ ମିଳିଥାଏ। ସେଠାକୁ ଅନେକ ଭକ୍ତ ମଧ୍ୟ ଯାଇଥାନ୍ତି, ନିଜର ମନ କାମନା ପୂର୍ଣ କରିବା ପାଇଁ। କିନ୍ତୁ ଏଭଳି ଅନେକ ସ୍ଥାନ ରହିଛି, ତାହା ସରକାରଙ୍କ ନଜର ପଡିନଥାଏ।

ତେବେ ବନ୍ଧୁଗଣ ଏଭଳି ଏକ ସ୍ଥାନ ଆମ ଓଡିଶାରେ ରହିଛି ଯାହାର ଏପରି କିଛି ରହସ୍ୟ ରହିଛି, ଆପଣ ମାନେ ଦେଖିଲା ପରେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ତେବେ ଏହି ଆଶ୍ଚର୍ଯ୍ୟର ରହସ୍ୟ ହେଉଛି, ଏପରି ଏକ ପର୍ବତ ରହଛି , ଯେଉଁଠି, ଶିବଙ୍କ ପାଦ ଚିନ୍ହ ରହିବା ସହିତ, ମାଳିକା ଅନୁସାରେ ଏଠାରେ ପାହାଡ଼ ଉପରେ କଇଁ ଫୁଲ ମଧ୍ୟ ଫୁଟି ଥିବାର ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ଏହି ପାହାଡ ଗଞ୍ଜାମ ଜିଲ୍ଲାର ଚମ୍ପତପୁର ଗ୍ରାମରେ ଅବସ୍ଥିତ। ଏହି ପର୍ବତ ଶିଖରରେ ଉପରେ ଦୁଇଟି ଗୁମ୍ଫା ରହି ଅଛି। ଏହି ପର୍ବତରେ ବାବା ଭୋଲେନାଥଙ୍କ ପଥର ରେ ପଦ ଚିନ୍ହ ଦେଖିବା ପାଇଁ ମିଳିଥାଏ। ଏହା ବ୍ୟତୀତ ପାହାଡ ଉପରେ ପଦ୍ମ ଫୁଟିଥିବାର ମଧ୍ୟ ଦେଖିବା ପାଇଁ ମିଳିଛି। ଏହି ଦୃଶ୍ୟ ଦେଖିଲେ, ମନେପଡେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ କଥା, ‘ପର୍ବତ ଉପରେ ଫୁଟିଲା କଇଁ ମସ୍ତକ ରେ ମୋର ଲଗାଇ ଦିଅ ହେ ସାଇଁ’। ଏହି ପାହାଡ଼ରେ ରହିଛି, ଦୈବୀକୁଣ୍ଡ ଗୋଟିଏ କୁଣ୍ଡରେ ଫୁଟିଛି କଇଁ ଫୁଲ। ବର୍ଷ ତମାମ ଏହି କୁଣ୍ଡରେ ବାବାଙ୍କ ହିସାବରେ ପାଣି ଭରି ରହିଥାଏ। ଏବଂ ଏହି ପାହାଡ଼ରେ ରହିଛି ପଦ ଚିନ୍ହ ବାବାଙ୍କ ହିସାବରେ ଭଗବାନ ଶିବଙ୍କର ପାଦ ଚିନ୍ହ ଅଟେ। ଯାହା ପାହାଡ଼ରେ ଅନେକ ଜାଗାରେ ଦେଖିବା ପାଇଁ ମିଳିଥାଏ।

ତେବେ ବାବାଙ୍କ କହିବା ଅନୁସାରେ ଏହି ପାହାଡ଼ ଭାଙ୍ଗିବା ପାଇଁ ଆସିଥିଲେ ଜଣେ ପଥରିଆ ହେଲେ, ତାଙ୍କର ଦୁଇ ପୁଅଙ୍କ ମୃତ୍ୟୁ ହେଲା ଆଉ ସେ ନତମସ୍ତକ କରି ଚାଲିଯାଇଥିଲେ। ତେବେ ପାହାଡ଼ରେ ଥିବା ଦୁଇଟି ଗୁମ୍ଫା ମଧ୍ୟରୁ ଗୋଟିଏ ହେଉଛି, ଜମ୍ବେଶ୍ୱର ଗୁମ୍ଫା ଏବଂ ଧଉଳି ଗୁମ୍ଫା । ଆଜକୁ ପ୍ରାୟ ୧୦ ବର୍ଷ ପୂର୍ବରୁ ସ୍ୱପ୍ନରେ ବାବାଙ୍କୁ ଦର୍ଶନ ମିଳିଥିଲା। ଆଉ କାଳିଆ ବାବା ଛୁଟି ଆସିଥିଲେ ଏହି ଜାଗାକୁ ତେବେ ସେ ସେହିଦିନ ଠାରୁ ହିଁ ରହିଛନ୍ତି, ପ୍ରାୟ ୧୦ ବର୍ଷ ହେବ ସେ ଏହି ଗୁମ୍ଫା ମଧ୍ୟରେ ରହି ଧ୍ୟାନ କରିଥାନ୍ତି।

ତେବେ ସବୁଠାରୁ ଦୁଃଖର ବିଷୟ ଏହିକି ଯେ ତାଙ୍କୁ ଗ୍ରାମବାସୀଙ୍କ ଠାରୁ କୌଣସି ସାହାଯ୍ୟ ସହଯୋଗ ମିଳିନାହିଁ। କିମ୍ବା ସରକାରଙ୍କ ତରଫରୁ ମଧ୍ୟ କୌଣସି ସହାୟତା ମିଳିନାହିଁ। ତେବେ ବାବା ଗଣମାଧ୍ୟମ ସାମ୍ନାରେ ଅନୁରୋଧ କରିଛନ୍ତି, ଯେ ଏହି ପବିତ୍ର ସ୍ଥାନକୁ ଲୋକେ ଆସନ୍ତୁ ଏହାର ଐଶ୍ୱରୀୟ ଶକ୍ତି ନିଶ୍ଚିତ ଭାବରେ ଉପଲବ୍ଧି କରି ପାରିବେ। ତେବେ ବନ୍ଧୁଗଣ ଆପଣ ମାନେ ଚାହିଁଲେ, ଯାଇପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।