ସତ ହେଲା ତପୁ ଗାଇଥିବା ଗୀତ, କିଛି କହିହେଲା ଆଉ କିଛି ରହିଗଲା…..ଦେଖନ୍ତୁ ଭିଡ଼ିଓ

ଏତେ ମିଠା କଥା ଥିଲା, କିଛି କହିହେଲା ଆଉ କିଛି ରହିଗଲା। ଏ କାହାଣୀ ଏମିତିକା ଶେଷ ହୋଇଯିବ ଜାଣି ନଥିଲି। ଦିନ ଆଖି ଭିଯିଯିବ ଜାଣି ନଥିଲି। ଏମିତି ଏକ ଗୀତର ମୁଖୁଡ଼ା ଗାଇଥିବା ତପୁ ମିଶ୍ର ଆଉ ଏ ଇହ ଜଗତରେ ନାହାଁନ୍ତି।ଯିଏ ଦିନେ ଜୀବନର ଗୀତ ଗାଉଥିଲେ, ଯାହାଙ୍କ ଗୀତ ଶୁଣି ଆମେ ସମସ୍ତେ ଖୁସି ହେଉଥିଲେ, ଗୀତକୁ ଯିଏ ଜୀବନର ସାଥୀ କରିଥିଲେ, ହଠାତ୍ ସିଏ ନୀରବି ଗଲେ। ଆମ ସମସ୍ତଙ୍କୁ ଛାଡି ଚାଲିଗଲେ। ତାଙ୍କ କଣ୍ଠରୁ ଆଉ ଶୁଭିବନି ସୁମଧୁର ଗୀତ। ଅନେକ ସୁନ୍ଦର୍ ସୁନ୍ଦର୍, ମିଠା ଗୀତ ସବୁ ଶୁଣାଇ ଲୋକଙ୍କ ମନକୁ ଶାନ୍ତ କରୁଥିବା ସେହି ଗାୟିକା ଆଜି ସବୁଦିନ ପାଇଁ ଶାନ୍ତ ହୋଇ ପଡିଛନ୍ତି।

ଯାହା କାହାକୁ ବିଶ୍ବାସ ହେଉନି।କେହି ଏକଥା କୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ଯେ ତପୁ ମିଶ୍ର ଆଉ ନାହାଁନ୍ତି ବୋଲି। ମହାମାରି କରୋନାରେ ସଂକ୍ରମିତ ହୋଇ ସେ ଗତ ମେ ମାସ ୧୯ ତାରିଖ ଦିନ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ ତପୁ ମିଶ୍ର। ଆଉ ଭର୍ତ୍ତି ହେବାର କିଛି ଦିନ ପରେ ଟିକେ ସୁସ୍ଥ ହେବା ଖବର ଆସିଥିଲେ ମଧ୍ୟ ପୁଣି ଥରେ ସେ ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥାକୁ ଆସି ଯାଇଥିଲେ। ଏହାପରେ ତାଙ୍କୁ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା ଏବଂ ସେଠାରେ ସେ ଚିକିତ୍ସିତ ହେଉଥିଲେ। ଆଉ ତାଙ୍କର କାଲି ରାତି ସମୟରେ ପରଲୋକ ଘଟିଛି ବୋଲି ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆ ଯାଇଥିଲା।

ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିଲା। ଏମିତି ଦୁଃଖଦ ଖବରଟି ଆସିବ ବୋଲି କେହି ଭାବି ନଥିଲେ। ସୁସ୍ଥ ହୋଇ ସେ ଫେରି ଆସିବେ ବୋଲି ସମସ୍ତେ ଆଶା ବାନ୍ଧି ବସିଥିଲେ।କିନ୍ତୁ ତାହା ଘଟିଲା ନାହିଁ। ନିୟତି ର ବିଚାର କିଛି ଅଲଗା ଥିଲା। ସମସ୍ତଙ୍କ ପାଖରୁ ପ୍ରିୟର ତପୁ ଙ୍କୁ ସେ ଛଡ଼ାଇ ନେଲେତପୁ ମିଶ୍ର ସମସ୍ତଙ୍କୁ ଛାଡି ଆର ପାରୀକୁ ଚାଲି ଯାଇଛନ୍ତି।ଭେଣ୍ଟିଲେଟରରେ ରହି ରହି ଶେଷରେ କାଲି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆପଣ ଜାଣିଛନ୍ତି ସେ ହସପିଟାଲରେ ଭର୍ତ୍ତି ହେବା ପରଠାରୁ ତାଙ୍କର ଫ୍ୟାନ୍ ଏବଂ ସମସ୍ତ କଳାକାର ତପୁଙ୍କର ଶୀଘ୍ର ଆରୋଗ୍ୟ କାମନା କରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।

ତାଙ୍କର ଆରୋଗ୍ୟ ପାଇଁ ଓଡ଼ିଶା ବାସୀ ଭଗବାନଙ୍କୁ ଡାକୁଥିଲେ। କିନ୍ତୁ ସେ ଆମକୁ ଛାଡି ଅଫେରା ରାଇଜ କୁ ସବୁଦିନ ପାଇଁ ଚାଲିଗଲେ।ଏବେ ତାଙ୍କ ମୃତ୍ୟୁ ରେ ସ୍ୱାମୀ ଦୀପକଙ୍କ ସମେତ ତାଙ୍କ ପରିବାର ଲୋକେ ଖୁବ୍ ଭାଙ୍ଗି ପଡ଼ିଛନ୍ତି। ବୁଝୁନି ମନ, ଖୋଜୁଛି ଆଖି।କେତେ ଆଶା ଥିଲା,ସୁସ୍ଥ ହୋଇ ଆସିଲେ ସେସବୁ କୁ ପୂରଣ କରିବାର ଇଚ୍ଛା ରଖିଥିବା ତପୁ ମିଶ୍ରଙ୍କ ସ୍ବପ୍ନ ସେମିତି ସ୍ୱପ୍ନରେ ରହିଗଲା। ଏବେ ତାଙ୍କ ସ୍ମୃତିକୁ ଝୁରୁଛି ସାରା ଓଡ଼ିଶା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।