SBI ଦେଲା ଚେତାବନୀ ! ଏହି 2 ଟି ନମ୍ବର ରୁ Call ଆସୁଥିଲେ ଉଠାନ୍ତୁନି… ଶୀଘ୍ର ଦେଖନ୍ତୁ ଏବଂ ସତର୍କ କରାନ୍ତୁ

ବନ୍ଧୁମାନେ ଆଜିର ଦୁନିଆରେ ଟେକ୍ନୋଲୋଜି ଦିନକୁ ଦିନ ବହୁତ ଉନ୍ନତି କଲାଣି ।ଯାହା ଲୋକ ମାନଙ୍କ ଜୀବନଙ୍କୁ ଅଧିକ ସହଜ ଓ ସୁନ୍ଦର କରୁଛି, ଆଜିର ମଣିଷ ବ୍ୟସ୍ତ ବହୁଳ ଜୀଵନ ଭିତରେ ଟେକ୍ନୋଲୋଜି ଏମିତି ଏକ ବନ୍ଧୁ ସାଜିଛି ଯାହା ପାଇଁ ଆପଣଙ୍କୁ ଆବୁ କିଛି ହାତ ପାଖରେ ପହଞ୍ଚେଇ ଦେଉଛି ।ଆଉ ଦିନକୁ ଦିନ ଏହାର ବ୍ୟବହାର ବଡିବାରେ ଲାଗୁଛି, ଏବେ ଛୋଟ ଛୋଟ ପିଲାଙ୍କ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଖୁବ ଭଲ ଭାବରେ ଟେକ୍ନୋଲୋଜି କୁ ବ୍ୟବହାର କରି ପାରୁଛନ୍ତି ।କିନ୍ତୁ ବେଳେ ବେଳେ କେତେକ ଖରାପ ଲୋକ ମାନେ ନିଜର ସ୍ଵାର୍ଥ ହାସଲ ପାଇଁ ଟେକ୍ନୋଲୋଜି ର ଖରାପ ବିନିଯୋଗ କରିଥାନ୍ତି ।

ତେବେ କୁହାଯାଏ ଯଦି ଆମେ କିଛି ଜିନିଷକୁ ଭଲ ଉଦେଶ୍ୟ ନେଇ ବ୍ୟବହାର କରିବୁ ତାହାର ସୁଫଳ ମିଳିଥାଏ କିନ୍ତୁ ଯେତେବେଳେ ସେହି ଜିନିଷ କୁ ଖରାପ ଉଦେଶ୍ୟ ନେଇ ବ୍ୟବହାର କରୁ ସେତେବେଳେ ତାହା ଭଞଙ୍କରୀ ରୂପ ନେଇ ଥାଏ ।ତେବେ ଆମେ ଆଗରୁ ଚୋରି,ଡକାୟତି ପରି ଅନେକ ଅପରାଧ ହେଉଥିଲା ଆମର ଜାଣିଛୁ କିନ୍ତୁ ଏବେ ଏହି ଘଟଣା ଗୁଡିକ ଏମିତି ହେଉଛି ଯେ ଲୋକ ମାନେ ଜାଣି ବି ପାରୁ ନାହାନ୍ତି ତାଙ୍କର କିଛି ଚୋରି ହେଇଛି ବୋଲି ।ଆଉ ଏସବୁ ସମ୍ଭବ ହେଇ ପାରୁଛି ଏହି ଟେକ୍ନୋଲୋଜି ପାଇଁ ।

କିନ୍ତୁ ସତ କହିବାକୁ ଗଲେ ଟେକ୍ନୋଲୋଜି କିଛି ଖରାପ ନୁହେଁ କିନ୍ତୁ ଏହାକୁ ବ୍ୟବହାର କରୁଥିବା ଲୋକ ମାନଙ୍କର ଉଦେଶ୍ୟ ଖରାପ ହେଲେ ଟେକ୍ନୋଲୋଜି ର କୁବ୍ୟବହାର ହେଇଥାଏ ।ଆଜି ଆମର ଏହି ସମାଜରେ ଅନେକ ଅସାମାଜିକ ବ୍ୟକ୍ତି ମାନେ ନିଜ ସ୍ୱାର୍ଥ ସାଧନ କରିବା ପାଇଁ ଟେକ୍ନୋଲୋଜି ର ସାହାଯ୍ୟ ନେଇ ତାର ଖରାପ ବିନିଯୋଗ କରି ଲୋକ ମାନଙ୍କ ଠକୁ ଛନ୍ତି,ଲୋକ ମାନଙ୍କ ପାଖରୁ ଲୁଟି ନେଉଛନ୍ତି ତାଙ୍କ ଜମା ପୁଞ୍ଜି ଆଉ ଏସବୁର ସୁରାକ ଲୋକମାନଙ୍କ ପାଖରେ ପହଁଚିଲା ବେଳକୁ ସବୁ କିଛି ସରି ଯାଇଥାଏ ।

ଆଉ ଏମିତି କିଛି ସାଇବର ଚୋରି ଷ୍ଟେଟବ୍ୟାଙ୍କ ରେ ଦେଖିବାକୁ ମିଳିଛି, ତେବେ ସୂଚନା ଅନୁଯାୟୀ ଷ୍ଟେଟବ୍ୟାଙ୍କ ହିତାଧିକାରୀଙ୍କ ପାଖକୁ ଦୁଇଟି ଫୋନ ନମ୍ବର ରୁ କଲ ଆସୁଛି ଆଉ ତାପରେ ଲୁଟ ହେଇ ଯାଉଛି ତାଙ୍କ ଆକାଉଣ୍ଟ ।ତେବେ ସେହି ଦୁଇଟି ମୋବାଇଲ ନମ୍ବର ହେଉଛି 8294710946 ଓ 7362951973 ।ତେବେ ଏନେଇ ଇମେଲ, ମେସେଜ ମାଧମରେ ଷ୍ଟେଟବ୍ୟାଙ୍କ ସାବଧାନ କରିଛନ୍ତି ବ୍ୟାଙ୍କ ହିତାଧିକାରୀ ମାନଙ୍କୁ ।ଆଉ ଏହି ଦୁଇଟି ଫୋନ ନମ୍ବରରେ ଯଦି କଲ ଆସୁଛି ତାହେଲେ ଫୋନ ରିସିଭ କରିବାକୁ ମନା କରାଯାଇଛି ।

ତେଣୁ ବନ୍ଧୁମାନେ ଆପଣ ମାନଙ୍କର ଯଦି ଆକାଉଣ୍ଟ ଷ୍ଟେଟବ୍ୟାଙ୍କ ରେ ରହିଛି ଯଦି ଆପଣଙ୍କୁ ଏହି ନମ୍ବରରେ କଲ ଆସୁଛି ତାହେଲେ ଆଦ୍ୟୁ ସେହି କଲ ଉଠାନ୍ତୁ ନାହିଁ ନହେଲେ ଆପଣ ଆପଣଙ୍କର ସବୁ ଜମାପୁଞ୍ଜି କୁ ହରେଇ ଦେବେ ।ଟିକିଏ ସତର୍କ ହିଁ ଆପଣଙ୍କୁ ବହୁତ ବଡ଼ ବିପଦରୁ ବଞ୍ଚେଇ ଦେଇ ପାରିବ ତେଣୁ ନିଶ୍ଚିତ ସତର୍କ ରୁହନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment