SBI ଗ୍ରାହକ ମାନଙ୍କ ପାଇଁ ଆସିଲା ବଡ ଖବର ! ବଦଳିଲା ATM ରୁ ଟଙ୍କା ଉଠାଇବାର ନିୟମ…ଶୀଘ୍ର ଦେଖନ୍ତୁ

0

ପ୍ରତି ନୂତନ ମାସର ଆରମ୍ଭରେ କିଛି ନା କିଛି ନୀତି ନିୟମରେ ପରିବର୍ତ୍ତନ ଆସିଥାଏ , ସେହିପରି ଡିସେମ୍ୱର ମାସର ଆରମ୍ଭରେ କିଛି ନୀତି ନିୟମରେ ପରିବର୍ତ୍ତନ ଆସିଛି । SBI ଗ୍ରାହକ ମାନଙ୍କ ପାଇଁ ଆସିଛି ବଡ ଖବର ଏବଂ ବଦଳିଲା ATM ରୁ ଟଙ୍କା ଉଠାଇବା ନିୟମ । ଆପଣ ମାନେ ଯଦି SBI ର ଏଟିଏମ ବ୍ୟବହାର କରୁଛନ୍ତି ତେବେ ଆପଣ ମାନଙ୍କ ପାଇଁ ଆସିଛି ବଡ ଖବର । ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ ରୁ ଟଙ୍କା ଉଠାଇବା ନିୟମ ରେ ଏବେ ପରିବର୍ତ୍ତନ ଆଣିଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

SBI ATM ରୁ ଟଙ୍କା ଉଠାଇବାକୁ ଏବେ ଦରକାର ପଡିବ ଅଟିପି ନମ୍ୱର ,ବିନା ଅଟିପି ରେ ଆଉ ଏସବିଆଇ ଏଟିଏମ୍ ରେ ଉଠିବନି ଟଙ୍କା । ଏଟିଏମ ଠକେଇ ଏବଂ ଲୁଟ୍ କୁ ରୋକିବାକୁ ଏଭଳି ଏକ ନୂଆ ଟେକ୍ନଲୋଜି ଆଣିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଏସବିଆଇ ଏଟିଏମ ରେ ଟଙ୍କା କାରବାର ପାଇଁ ଅଟିପି ବ୍ୟବସ୍ଥା ହେଉଛି ଠକ ମାନଙ୍କ ବିରୁଦ୍ଧରେ ଏକ ଟିକାକରଣ । ଆପଣଙ୍କୁ ଠକାମିରୁ ରକ୍ଷା କରିବା ସର୍ବଦା ଆମର ପ୍ରଥମିକତା ହେବ । ବ୍ୟାଙ୍କ ର କହିବା ଅନୁସାରେ ଏବେ ବିନା ଅଟିପିରେ ଏସବିଆଇ ଏଟିଏମରୁ ଟଙ୍କା ଉଠାଇପାରିବେନି ଗ୍ରାହକ ।

କେବଳ ଅଟିପି ଦେଲେ ହିଁ ଜଣେ ବ୍ୟକ୍ତି ଏଟିଏମରୁ ଟଙ୍କା ଉଠାଇ ପାରିବେ , ତେବେ ଆସନ୍ତୁ ଜାଣିବା ଏସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ । ଏସବିଆଇ ଏଟିଏମରୁ ଟଙ୍କା ଉଠାଇବାକୁ ହେଲେ ଆପଣଙ୍କୁ ଏକ ଅଟିପି ଆବଶ୍ୟକ ହେବ । ଏଥିପାଇଁ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ୱରକୁ ବ୍ୟାଙ୍କ ଏକ ଅଟିପି ପଠାଇବ , ଏହି ଅଟିପି ଏକ ଚାରିସଂଖ୍ୟା ବିଶିଷ୍ଟ ନମ୍ୱର ହୋଇଥିବା ବେଳେ ,ଏହା କେବଳ ସିଙ୍ଗିଲ୍ ଟ୍ରାଞ୍ଜାକ୍ସନ ପାଇଁ ଉପଲବ୍ଧ ହେବ । ଥରେ ଆପଣ ଏହି ଅଟିପିକୁ ଏଟିଏମ୍ ରେ ଦେବା ପରେ , ସେଥିରୁ ଟଙ୍କା ଉଠାଇ ପାରିବେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ଆପଣ ଯଦି ଆପଣଙ୍କ ମୋବାଇଲ ନମ୍ୱରକୁ ଆକାଉଂଟ ସହିତ ଲିଙ୍କ କରାଇ ନାହାନ୍ତି , ତେବେ ତୁରନ୍ତ ଲିଙ୍କ କରାଇ ଦିଅନ୍ତୁ । ନଚେତ୍ ଆପଣ ଟଙ୍କା ଏଟିଏମ୍ ରୁ ଟଙ୍କା ଉଠାଇବା ବେଳେ ଅସୁବିଧାରେ ପଡିପାରନ୍ତି । ଦେଶର ଏକ ବୃହତ୍ ବ୍ୟାଙ୍କ ଭାବେ ଏସବିଆଇର କୋଟି କୋଟି ଗ୍ରାହକ ଅଛନ୍ତି , ଷ୍ଟେଟ ବ୍ୟାଙ୍କ ଏଟିଏମ୍ ମଧ୍ୟ ଅନେକ ଲୋକ ବ୍ୟବହାର କରିଥାନ୍ତି । ଯେଉଁଥିରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହୋଇଥାଏ , ଏପରି ସମୟରେ ବ୍ୟାଙ୍କର ଏହି ନିୟମ ଅନେକ ଲୋକଙ୍କୁ ପ୍ରଭାବିତ କରିବ । ତେଣୁ ଏହି ନୂଆ ନିୟମ ବିଷୟରେ ଜାଣି ପାରିଲେ ଅନେକ ଲୋକ ଉପକୃତ ହୋଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।