ସ୍କୁଟି ଉପରେ ଚଢ଼ିଗଲା ସ୍କୋର୍ପିଓ ,ଡ୍ରାଇଭର ଖସି ପଳାଇଲା ..ମାଲିକକୁ ପିଟି ମାରିଦେଲେ ଲୋକ… ଦେଖନ୍ତୁ Video

ଜଣଙ୍କ ର ଭୁଲ ପାଇଁ ଚଳିଗଲା ଦୁଇ ଦୁଇ ଟି ଜୀବନ , ଭୁଲ କଲା ଜଣେ କିନ୍ତୁ ଜୀବନ ଚାଲିଗଲା ଆଉ କାହାର। ଆଉ ଆଜିକାଲି ର ଉତ୍ତପ୍ତ ଜନତା ଙ୍କ ବିଷୟରେ କିଛି ନକହିବା ଭଲ କୌଣସି କାରଣ ହେଉନା କାହିଁକି ହଠାତ ଉତେଜିତ ହୋଇଯାଇ ମାରପିଟ କରିବା, ହତ୍ୟା , ଗଣ୍ଡଗୋଳ ଏକ ସାଧାରଣ କଥା ହୋଇଗଲାଣି। କିନ୍ତୁ ଆପଣ ମାନେ ସିନା ଗଣ୍ଡଗୋଳ କରି ନିଜର ରାଗ ଶାନ୍ତ କରିଦେଲେ ମାତ୍ର ଯେଉଁ ବ୍ୟକ୍ତି ଙ୍କର ଜୀବନ ଚାଲିଗଲା ତା ପରିବାର ଏବଂ ପିଲା ଛୁଆଁ ଙ୍କର କଣ ହେବ କେହି ବି ଥରେ ଭାବି ନାହାନ୍ତି।

ତେବେ ବର୍ତ୍ତମାନ ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଏହିପରି ଏକ ଘଟଣା ଦେଖିବା କୁ ମିଳିଛି। ଯେଉଁ ଠାରେ ସ୍କର୍ପିଓ ଗାଡି ର ଧକ୍କା ରେ ଜଣେ ସ୍କୁଟି ଡ୍ରାଇଭର ଙ୍କର ମୃତ୍ୟୁ ହୋଇଛି। ଆଉ ଉତ୍ତପ୍ତ ଜନତା ଙ୍କର ମାଡ଼ ରେ ଜଣେ ସରକାରୀ ଅଧିକାରୀ ଙ୍କର ହତ୍ୟା। ତେବେ କିନ୍ତୁ ସବୁ ଭୁଲ କରିଥିବା ଡ୍ରାଇଭର ଜଣଙ୍କ ସେଠାରଲ ରୁ ଲୁଚିକି କୁଆଡେ ଛୁ ମାରିଛନ୍ତି। ତେବେ ଏହି ଘଟଣା ଟିକୁ ନେଇ ବର୍ତ୍ତମାନ ମୟୁରଭଞ୍ଜ ରେ କଳହ ସୃଷ୍ଟି କରିଛି, ଏବଂ ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ ଜାଣିଲେ ଆପଣ ଦୁଃଖି ହୋଇଯିବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।

ଗତକାଲି ଦିନ ପରେ ୧୨.୩୦ ରୁ ୧ ଟାଏ ମଧ୍ୟରେ ମୟୁରଭଞ୍ଜ ର ବାଙ୍ଗିରିପୋଷି ଥାନା ପାଖାପାଖି ରାସ୍ତା ଉପରେ ଜଣେ ସ୍ଥାନୀୟ ବ୍ୟକ୍ତି ସ୍କୁଟି ରେ ଦୋକାନ ବନ୍ଦ କରି ଘରକୁ ଖାଇବା ପାଇଁ ଯାଉଥିଲେ। ଆଉ ଏହି ସମୟରେ ଆଗରୁ ଗୋଟିଏ ସ୍କର୍ପିଅ ଆସି ସ୍କୁଟି ଉପର କୁ ଚଢି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ସ୍କୁଟି ଚାଳକ ଙ୍କର ମୃତ୍ୟୁ ହୋଇଥିଲା। ଆଉ ଏଥିରେ ସ୍ଥାନୀୟ ଲୋକେ ବହୁତ ଉତ୍ତପ୍ତ ହୋଇଯାଇ ଥିଲେ। ତେବେ ଉତ୍ତପ୍ତ ହେବା ପରେ ଲୋକେ ଗାଡି ଡ୍ରାଇଭର ଏବଂ ତା ଭିତରେ ଥିବା ଦୁଇ ଜଣ ସରକାରୀ ଅଧିକାରୀ ଙ୍କୁ ବାହାରକୁ ଟାଣି ଆଣି ମାଡ଼ କରିଥିଲେ।

ତେବେ ଏହି ସମୟ ରେ କିନ୍ତୁ ଡ୍ରାଇଭର ଜଣଙ୍କ ଲୋକ ଙ୍କୁ ଚଖମା ଦେଇ ସେଠାରୁ ଖସି ପଳେଇ ଥିଲେ ମାତ୍ର ସାଧାରଣ ଲୋକେ କିଛି ନବୁଝି ସେହି ସରକାରୀ ଅଧିକାରୀ ଙ୍କୁ ନିଧୁମ ମାରିଥିଲେ। ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚୀ ଉକ୍ତ ଅଧିକାରୀ ଙ୍କୁ ଉଦ୍ଧାର କରି ବାରିପଦା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସା ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବର୍ତ୍ତମାନ ପୋଲିସ ସେହି ଉତେଜନା କାରୀ ଙ୍କୁ ଗିରଫ କରିବା।

ମାତ୍ର ଆମେ ଆପଣ ଙ୍କୁ କହି ରଖୁଛନ୍ତି ଯେ ଏହିପରି ଭୁଲ ଆପଣ କରନ୍ତୁ ନାହିଁ, ଟିକିଏ ଭୁଲ ପାଇଁ ଗୋଟିଏ ଜୀବନ ଚାଲିଗଲା ପୁଣି ଆପଣ ମାନେ ଆଉ ଗୋଟିଏ ଜୀବନ ନେଇଗଲେ କଣ ନ୍ୟାୟ କଲେ ଆପଣ କେବେବି ନୁହେଁ। ତେଣୁ ଏହିଭଳି ହିଂସ୍ର ଭାବରେ ଜଣଙ୍କ ର ଜୀବନ ନେବା ଅପେକ୍ଷା ମୃତ୍ୟୁ ବ୍ୟକ୍ତି ଙ୍କ ପରିବାର କୁ ଯଦି ଆପଣ ସାହାଯ୍ୟ କରିଥାନ୍ତେ ତାହାଲେ ତାହା ବହୁତ ପ୍ରଶଂସନୀୟ କାର୍ଯ୍ୟ ହୋଇଥାନ୍ତା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment