ଭାରତଠୁ ହାରିବା ପରେ ଟ୍ୱିଟରରେ ପାକିସ୍ତାନୀ ଫ୍ୟାନଙ୍କ ହରକତକୁ କଡା ଜବାବ ଦେଲେ ଗୁଗୁଲ ସିଇଓ ସୁନ୍ଦର ପିଚାଇ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବର୍ତ୍ତମାନ ବେଶ ଭାଇରାଲ ହେଉଛି ଭାରତ ଓ ପାକିସ୍ତାନ ଭିତରେ ଚାଲିଥିବା ମ୍ୟାଚ ବିଷୟରେ କିଛି କଥା |ତେବେ ଭାରତ-ପାକିସ୍ତାନ ମ୍ୟାଚରେ ଭାରତ ବିଜୟୀ ହେବା ପରେ ପୁରା ଦେଶ ବିଜୟ ଉତ୍ସବ ମନାଇବାରେ ବ୍ୟସ୍ତ ଥିଲା ବେଳେ ଟ୍ୱଇଟର ରେ ଯୋଗେ ଜଣେ ପାକିସ୍ତାନ ଫ୍ୟାନ ତାଙ୍କର ହରକତ ଦେଖାଇଥିଲେ | ତେବେ ଏହି ବିଜୟ ପାଇଁ କେବଳ କ୍ରିକେଟର୍‌ ନୁହଁନ୍ତି ବରଂ ସବୁ କ୍ଷେତ୍ରର ଲୋକେ ବେଶ୍‌ ଖୁସି ମନାଉଛନ୍ତି | ଭାରତର ବିଜୟରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ | ପାକିସ୍ତାନ ବିପକ୍ଷରେ ଭାରତ ଖେଳିଥିବା ମ୍ୟାଚରେ ବିରାଟ କୋହଲିଙ୍କ କମାଲ ପ୍ରଦର୍ଶନ ସୁନ୍ଦର ପିଚାଇ ଖୁବ ପସନ୍ଦ ଆସିଛି ଓ ସେ ତାଙ୍କର ଖୁସି ଜାହିର କରି ଭାରତୀୟ ଟିମ ଜିତିବା ପରେ ଗୁଗୁଲ ସିଇଓ ସୁନ୍ଦର ପିଚାଇ ନିଜର ଉତ୍ସାହ ପ୍ରକାଶ କରିଛନ୍ତି | ଏହାସହ ସେ କୋହଲିଙ୍କ ପ୍ରଶଂସା ମଧ୍ୟ କରିଛନ୍ତି | ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ବନ୍ଧୁ ଗଣ କୁହାଯାଉଛି କି ଗୁଗୁଲ ସିଇଓ ଏକ ଟ୍ବିଟ୍‌ କରି ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି | ଏହାସହ ସେ ଆହୁରି ବି କହିଛନ୍ତି ଯେ ହାପି ଦୀପାବଳି ଏବେ ଆରମ୍ଭ ହେଲା | ସେ ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି, ‘କ୍ରିକେଟର୍‌ ଏକ ବଢ଼ିଆ ଗେମ୍‌ ଦେଖି ମନ ଖୁସି ହେଲା | ଭାରତୀୟ ଟିମକୁ ଦେଖିବାକୁ ଜିତିବାର ଦେଖିବା ଯେତିିକି ମଜାଦାର ଥିଲା ବିରାଟଙ୍କ ବ୍ୟାଟିଂ ବି ସେତିକି ମଜାଦାର ଥିଲା | ତାଙ୍କୁ ହସିବା ଓ କାନ୍ଦିବାର ଦେଖି ଉତ୍ସାହିତ ‌ହେଲି | ହାପି ଦିୱାଲି ଏବେ ଆରମ୍ଭ ହେଲା ବୋଲି କହିଥିଲେ ଗୁଗୁଲ ସିଇଓ ସୁନ୍ଦର ପିଚାଇ |

ମିଳିଥିବା ସୂଚନା ଅନୁଯାୟୀ ଗୁଗୁଲ ସିଇଓ ଙ୍କ ଏହି ଟ୍ୱିଟ କୁ ପାକିସ୍ତାନ ର ଜଣେ ପ୍ରଶଂସକ ପ୍ରଥମ ରୁ ଟ୍ରଲ ରେ ରଖିଥିଲେ | ହେଲେ ଗୁଗୁଲ ସିଇଓ ପିଚାଇ ଏହାର ଜବାବ ବହୁତ ସୁନ୍ଦର ଭାବରେ ତାଙ୍କୁ ଦେଇଥିଲେ ବୋଲି ଏହି ଟ୍ୱିଟ ରେ ଜଣା ପଡିଛି | ଆଉ ସୂଚନା ମୁତାବକ ଭାରତ ଓ ପାକିସ୍ତାନ ବିପକ୍ଷ ରେ ଚାଲିଥିବା ଶେଷ ତିନି ଓଭର ଖେଳ ଓ ଭାରତ ର ପ୍ରଦର୍ଶନ ବେଶ ଚମତ୍କାର ଥିଲା ଯାହାକୁ ଦେଖି ସେ ବହୁତ ଖୁସି ହେବା ସହିତ ବହୁତ ଜରଶୋର ସେ ଦୀପାବଳି ପର୍ବ ପାଳନ କରିଛନ୍ତି ବୋଲି କହିଥିଲେ ପିଚାଇ | ତେଵେ ସୁନ୍ଦର ପିଚାଇ ଙ୍କ ର ଏହି ଟ୍ୱଇଟ କୁ ଦେଖି ପାକିସ୍ତାନ ର ମହମ୍ମଦ ସାହାଜେବ ତାଙ୍କର କମେଣ୍ଟ ଦେଇଥିଲେ |

ତାଙ୍କର ଏହି କମେଣ୍ଟ ର ଉତ୍ତର ରେ ପିଚାଇ ଲେଖିଛନ୍ତି, ଭୁବନେଶ୍ୱର କୁମାର ଓ ଅର୍ଶଦୀପ ଙ୍କ ବୋଲ ଚମତ୍କାର | ଏହା ସହିତ ପାକିସ୍ତାନ ପ୍ରଶଂସକ ତାଙ୍କର ତିନି ଓଭର କଥା କହୁଥିଲେ | ଏହାର ଜବାବ ରେ ସୁନ୍ଦର ପିଚାଇ ଭାରତୀୟ ପାଳି କୁ ମନେ ପକାଇ ଦେଇଥିଲେ ପାକିସ୍ତାନୀ ଫ୍ୟାନ କୁ | ଆଉ ଏହି ଘଟଣା ଟି ବର୍ତ୍ତମାନ ଚାରିଆଡେ ଚହଳ ଖେଳାଇଛି ଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ଭାଇରାଲ ହେଉ ଥିବାର ଦେଖା ଯାଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment