ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଅନେକ ଖବର ଶୁଣୁଥିବେ ହେଲେ ଜୀବନରେ ଜଣେ ବ୍ୟକ୍ତି ଯଦି ସଂଘର୍ଷକରି ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିଯାଏ ତେବେ ସେ ଏତେ ଖୁସି ହେବଯେ ତାହା କଥାରେ କହି ହେବନାହିଁ |ମୁଁ ଆଜି ଆପଣକୁ ଏକଘଟଣା ବିଷୟରେ କହିବି ଯାହା ଶୁଣିଲେ ବହୁତ ଖୁସି ହୋଇଯିବେ ଯେ ଓଡ଼ିଶାର ଜଣେପୁଅ ସେ ଏତେ ବଡ଼ ସ୍ଥାନ ଅଧିକାର କରିଛି |ସେ ଆମ ଓଡିଶା ମାଟି ପାଇଁ ଗର୍ବ ଓ ଗୌରବ ଆଜିର ଯୁବକ ସମାଜପାଇଁ ସେ ବର୍ତମାନ ଉଦାହରଣ ପାଲଟି ଯାଇଛି |ତେବେ ଆସନ୍ତୁ ଦର୍ଶକବନ୍ଧୁ ଏହିଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ବ୍ୟକ୍ତି ଜଣକ ଜୀବନର ଏମିତି ଚଲାପଥରେ ସେ ଚାଲି ଥିଲେ ଯେ ଯାହାର ସମ୍ପୂର୍ଣ କଥା ଶୁଣିଲେ ଆପଣଙ୍କ ଆଖିରୁ ପାଣି ଆସିଯିବ |ଏହି ଯୁବକ ଜଣଙ୍କ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବଲାସିଂଘା ଗାଁର ପୁଅ ଶେଷ କିସାନ, ସେ ପିଲାଟି ବେଳୁ ନିଜର ବାପା ମାଙ୍କୁ ହରାଇଛନ୍ତି |ସଂଘର୍ଷମୟ ଜୀବନ ମଧ୍ୟରେ ଗାଈ ଚରାଇଛନ୍ତି,ମୁଲ ମଜୁରୀ ଲାଗି ସେ ପାଠ ପଢ଼ିଛନ୍ତି |ନିଜ ଯିବାର ଲକ୍ଷ୍ୟ ପୁରଣ ପାଇଁ ସେ ପାଠ ପଢ଼ାରେ ଏପରି ମନ ଦେଲେଯେ ସେ ଆଜି ସେଥିରେ ସଫଳ ହୋଇଛନ୍ତି |ଏଇ ଶେଷ କିଷାନ ଏତେ ଭଲ ପାଠପଢିଲେ ଯେ ଚାରିବର୍ଷ ତଳେ ଜର୍ମାନୀର ଗୁଟିନ ଯେନ ବିଶ୍ୱବିଦ୍ୟାଳୟରେ ବୈଜ୍ଞାନିକ ଭାବରେ କାର୍ଯ୍ୟ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ |
ପିଲାଟି ଦିନରୁ ଦୁଃଖର ଭାର ବହୁଥିବା ଏହି ଶେଷକିସାନଙ୍କ ଜୀବନରେ ଦୁଃଖର ଅନ୍ତ ଘଟିଛି |ଏବେ ସେ ଯୋଗ୍ୟ ରୋଜଗାର କ୍ଷମ ନିଜେ ବଂଚିବା ସହିତ ଗାଁର ଶତାଧିକ ଗରିବ ପିଲାମାନଙ୍କ ପାଇଁ ସେ ଶାହାରରା ପାଲଟିଛନ୍ତି |ତାଙ୍କର ପ୍ରାୟସରେ ପ୍ରାୟ 170ଜଣ ପିଲା ଏବେ ପାଠପଢ଼ିବାର ସଯୋଗ ପାଇଛନ୍ତି,କେବଳ ତାଙ୍କ ଗାଁପାଇଁ ନୁହଁ ସମଗ୍ର ରାଜ୍ୟପାଇଁ ସେ ଗର୍ବ ଏବଂ ଗୌରବ |ଏ ଭିତରେ ସେ ଆମର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସେ ଦିନେ ଛିଣ୍ଡା ଚପଲ ପିନ୍ଧି ମନ୍ତ୍ରୀକୁ ଭେଟିବାକୁ ଯିବା କଥା କହି ଭାବ ବିଭୋଳ ହୋଇପଡିଛନ୍ତି |ବର୍ତମାନ ତାଙ୍କ ପାଖରେ ସବୁକିଛି ରହିଛି ମାତ୍ର ଏସବୁ ଦେଖିବା ପାଇଁ ତାଙ୍କ ପାଖରେ ତାଙ୍କ ବାପା ମା କି ଭଉଣୀ ମଧ୍ୟ୍ୟ ନାହିଁ |
ଏହି କୁନିପିଲା ମାନେ ତାଙ୍କ ଜୀବନରେ ସବୁକିଛି, ଦିନଥିଲା ସେ ଛୋଟ ଫୋନଟେ ଧରି ପାରୁନଥିଲେ କିନ୍ତୁ ବର୍ତମାନ ତାଙ୍କ ହାତରେ ଆଇଫୋନ |ଛୋଟବେଳୁ ସେ ମୁଢି ଦେଖିଥିଲେ ମାତ୍ର ତାହାର ସ୍ୱାଦ ସେ ଚାଖିନଥିଲେ, ବହୁତ ଦୁଃଖ ଦୁର୍ଦଶାରେ କଟିଛି ତାଙ୍କର ପିଲାଦିନ କିନ୍ତୁ ବର୍ତମାନ ଭଗବାନଙ୍କ କୃପାରୁ ତାଙ୍କ ପାଖରେ ସବୁକିଛି ରହିଛି |ଶେଷକିଷାନଙ୍କ ବାହାଘର ମଧ୍ୟ ଠିକ ହୋଇଛି, ତାଙ୍କର ବଡ଼ଇଛା କି ସେ ନିଜଗାଁ ସହିତ ନିଜ ରାଜ୍ୟପାଇଁ ବହୁତ କିଛି କରିବେ, ତେଣୁ ବାହାଘର ପରେ ପୁଣି ଜର୍ମାନ ଯାଇ କିଛିଦିନପରେ ଫେରି ଆସିବେ ଏବଂ ତାଙ୍କର ସ୍ବପ୍ନ ପୂରଣ କରିବେ |ସେ କଣ କରିବେ ତାହା ସମସ୍ତଙ୍କ ପାଇଁ ସରପ୍ରାଇଜ ରଖିଛନ୍ତି, କିଷାନଙ୍କ ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।