ତେବେ ବନ୍ଧୁଗଣ ବର୍ତ୍ତମାନ ପ୍ରେମ ଏକ ପ୍ରକାରର ସାମାଜିକ ରୋଗ ପରି ବ୍ୟାପୀ ରହିଛି ଯାହାର କି କୌଣସି ସୀମା ମଧ୍ୟ ଆପଣ ନିଧାରଣ କରିପାରିବେ ନାହିଁ । ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା ।
ଠିକ ଏହିଭଳି ଧକ୍କା ର ସ୍ୱୀକାର ହୋଇଛନ୍ତି ଭୁବନେଶ୍ୱର ର ଜଣେ ଇଞ୍ଜିନିୟର ଯୁବକ ସିଦ୍ଧାର୍ଥ ମହାପାତ୍ର। ତେବେ ପ୍ରେମ ରେ ପଡି ସବୁକିଛି ହରେଇବା ପରେ କୋର୍ଟ ରେ ପହଂଚିଛନ୍ତି ନ୍ୟାୟ ପାଇଁ। ତେବେ ଯୁବକ ଜଣଙ୍କ କହିଛନ୍ତି କି ସେ ୨୦୨୦ ରୁ ଜଣେ ଯୁବତୀ ଙ୍କ ପ୍ରେମ ଆବେଦନ କୁ ଗ୍ରହଣ କରିଥିଲେ ଏବଂ ତାଙ୍କୁ ଭଲ ପାଇ ବସିଲେ। ମାତ୍ର ଯୁବତୀ ଜଣଙ୍କ ର କେବଳ ତାଙ୍କ ଟଙ୍କା ପଇସା ରେ ମନ ଥିଲା। ତେଣୁ ପ୍ରଥମେ ଯୁବତୀ ଜଣଙ୍କ ତାଙ୍କ ପରିବାର ର ବିଶ୍ୱାସ ଜିତାଇଲେ ଆଉ ଯୁବକ ଙ୍କୁ ଫସାଇ ତାଙ୍କ ଠାରୁ ୧ ଲକ୍ଷ ରୁ ଅଧିକ ଟଙ୍କା ଏବଂ ଦାମୀ ଅଳଙ୍କାର ମଧ୍ୟ ନେଲେ।
ଆଉ ଏହା ପରେ ସେ ଯୁବକ ଙ୍କୁ ଡାଟା ଚୋରି କରି କାମ କରିବାକୁ କହିଲେ ମାତ୍ର ଯୁବକ ଜଣଙ୍କ ଏଥିରେ ରାଜି ନହେବା ରୁ ସେ ତାଙ୍କ ଠାରୁ ପ୍ରେମ ସମ୍ପର୍କ ଛିନ୍ନ କରି ଦୁରେଇ ଗଲେ କିନ୍ତୁ ସର୍ବଦା ତାଙ୍କୁ ବ୍ଲାକମେଲ କରି ଧମକ ଦେଲେ।ତେବେ ସେ କହିଛନ୍ତି କି ଯୁବତୀ ଜଣଙ୍କ ତାଙ୍କୁ ନିଜ ଆଡୁ ପ୍ରୋପଜ କଲେ ମୁଁ ଗ୍ରହଣ କରିବା ପରେ ମୋତେ ଫିଜିକାଲ ସମ୍ପର୍କ ରଖିବାକୁ ବାଧ୍ୟ କଲେ ।ଆଉ ପରେ ତାହାର ଭିଡ଼ିଓ ଓ ଫୋଟ ଦେଖାଇ ମୋତେ ଧମକ ଦେଉଛନ୍ତି ନିଜ ପୋଲିସ ଭାଇ ନାମରେ। ଏମିତି କି ଯୁବକ ଙ୍କ ମୃତ ବାପା , ମା ଓ ପରିବାର କୁ ମିଛ ରେ ବଦନାମ କରିବାକୁ ଛାଡିଲେ ନାହିଁ।
ଏହା ପରେ ଯୁବକ ଜଣଙ୍କ ଆଇନଗତ ଭାବରେ ଯୁବତୀ ଙ୍କୁ ନୋଟିସ ପଠେଇଥିଲେ ତାଙ୍କ ଟଙ୍କା ଓ ଦାମୀ ଗହଣା ସବୁ ଫେରାଇବା ପାଇଁ। କିନ୍ତୁ ଯୁବତୀ ତାହା ତ କଲେ ନାହିଁ ଓଲଟା ଯୁବକ ଙ୍କ ନାମ ରେ ହାରସମେଣ୍ଟ ର କେସ ଲଗାଇ ତାଙ୍କର ଚାକିରୀ ତାଙ୍କ ଠାରୁ ଛଡେଇ ନେଲେ।ତେବେ ଯୁବକ ଜଣଙ୍କ ବର୍ତ୍ତମାନ ଏନେଇ ହାଇକୋର୍ଟରେ କେସ କରିଛନ୍ତି ଆଉ ନିଜକୁ ନ୍ୟାୟ ପାଇଁ ଅପେକ୍ଷା କରି ରହିଛନ୍ତି। ତେବେ ବନ୍ଧୁଗଣ ପ୍ରେମ କରିବା ପୂର୍ବରୁ ଏହିପରି ଝିଅ ମାନ ଙ୍କ ଠାରୁ ସାବଧାନ ରୁହନ୍ତୁ ନଚେତ ଶେଷ ବେଳକୁ ଆଉ କିଛି ନଥିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।