Viral video – ସେ ନିଜେ ଗୋଟେ ଝିଅ ହୋଇକି ଆମେ ବି ଗୋଟିଏ ଝିଅ ଆମକୁ କେମିତି କହୁଛି…ଟ୍ରୋଲ ହେବା ପରେ ଶେଷରେ ମୁହଁ ଖୋଲିଲେ ପ୍ରକୃତି ମିଶ୍ର

0

ନିଜର କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ସହ ସଂଗ୍ରାମ କୁ ଜାରି ରଖି ସଫଳତାର ପୃଷ୍ଠଭୂମି ରେ ପାଦ ଦେଇଛନ୍ତି ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ପ୍ରକୃତି ମିଶ୍ର।ସେ ନିଜର ଅଭିନୟ ଏବଂ ସୁନ୍ଦରତା ର ଯାଦୁରେ ଦର୍ଶକଙ୍କୁ ପ୍ରଭାବିତ ଏବଂ ଆକର୍ଷିତ କରିଥାନ୍ତି। ଓଡ଼ିଆ ସିନେମା ଜଗତର ସେ ହେଉଛନ୍ତି ଚୁଲବୁଲି ସୁନ୍ଦରୀ ନାୟିକା ଶିବାନୀ ସଙ୍ଗୀତା।ସେ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କର ଅଭିନୟ ମଧ୍ୟ ସେତିକି ହୃଦୟସ୍ପର୍ଶୀି ଅଟେ। ଆପଣ ଜାଣିଛନ୍ତି ଓଡ଼ିଆ ସିନେମା ଜଗତରେ ନିଜର ଟାଲେନ୍ଟ ଯୋଗୁଁ ଅଳ୍ପ ବୟସରୁ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର।ଏବେ ଓଡ଼ିଶାରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସେ ଲୋକପ୍ରିୟ ଅଭିନେତ୍ରୀ ପାଲଟି ଯାଇଛନ୍ତି।

ଶିଶୁ କଳାକାର ଭାବରେ ସେ ତାଙ୍କର ଅଭିନୟ ର ଜୀବନ ଆରମ୍ଭ କରିଥିଲେ।ତାଙ୍କୁ କିଏ ବା ନଜାଣେ। ସେ ଅଭିନୟ ଜଗତରେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ଜଣେ ପସନ୍ଦର ଅଭିନେତ୍ରୀ। ତେବେ ଅନେକ ସମୟରେ ସେ କିଛି ପ୍ରସଙ୍ଗକୁ ନେଇ ତାଙ୍କର ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଥାନ୍ତି ଏବଂ ଲୋକଲୋଚନକୁ ଆସିଥାନ୍ତି। ତେବେ ସେ ତାଙ୍କର ବୟାନ ପରେ ତାଙ୍କୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ନିଜର ଉତ୍ତର ଏବଂ ମତାମତ ରଖିଥାନ୍ତି। ନିକଟରେ କିଛି ନ୍ୟୁଜ ପୋର୍ଟାଲ ଏବଂ ୟୁ ଟ୍ୟୁବର ମାନେ ତାଙ୍କ ଉପରେ ଦେଇଥିବା ଟିପ୍ପଣୀ କୁ ନେଇ ସେ ମୁହଁ ଖୋଲିଛନ୍ତି ଏବଂ ତାଙ୍କୁ ସହଯୋଗ କରିଛନ୍ତି ଓ ତାଙ୍କ ସପକ୍ଷରେ ବାହାରିଛନ୍ତି ଅଭିନେତ୍ରୀ ମନସ୍ଵିନୀ ପତି।

ସେ କହିଛନ୍ତି କି କିପରି ନିଜର ଶସ୍ତା ଲୋକପ୍ରିୟତା ପାଇଁ କିଛି ଲୋକ କାହା ବିଷୟରେ କିଛି କହିବା ପାଇଁ ପଛାଉ ନାହାନ୍ତି। ଯାହା ମନକୁ ଆସିଲା କହି ଦେଉଛନ୍ତି। ଏହା ଦ୍ବାରା ତାଙ୍କ ଉପରେ କଣ ସବୁ ବିତିବ ସେ ବିଷୟରେ କେହି ଭାବୁ ନାହାନ୍ତି କି ଚିନ୍ତା ମଧ୍ୟ କରୁ ନାହାନ୍ତି। ଅଯଥାରେ ଜଣଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଉଛନ୍ତି। ପ୍ରକୃତି କହିଛନ୍ତି ଯେ ଜଣେ ଝିଅ ହୋଇ ଆଉ ଜଣେ ଝିଅ ବିଷୟରେ ଏମିତି ମନ୍ତବ୍ୟ ଦେବା ପୁର୍ବରୁ ନିଜକୁ ଥରେ ପଚାରିବା ଦରକାର୍ ଥିଲା।ସେ କହିଛନ୍ତି ଯେ ମୋ ବାପା ମାଆ ଏବଂ ପରିବାର ସଦସ୍ୟଙ୍କ ଉପରକୁ କଥା ଆସିଲେ ମୁଁ କାହାକୁ ଛାଡେ ନାହିଁ ବୋଲି ସେ କହିଛନ୍ତି।

ତାଙ୍କର କହିବା କଥା ହେଉଛି ଯେ ମୋର ପୋଷାକ ପିନ୍ଧିବା କଥା ହେଉକି ମୋର ପୋଷାକ କୁ ନେଇ ଥିବା ପସନ୍ଦ କଥା ହେଉ କିମ୍ବା ମୋର ବ୍ୟକ୍ତିଗତ ଜୀବନ କଥା ହେଉ, ତାକୁ ଆଣି ପବ୍ଲିକ ରେ ଏମିତି ଭାବରେ ଏପଟ ସେପଟ କହି ଚିତ୍ରଣ କରିବା କେତେଦୂର ଯଥାର୍ଥ ତାହା ଥରେ ସେମିତି କରୁଥିବା ଲୋକେ ଭାବିବା ଉଚିତ୍ ବୋଲି ପ୍ରକୃତି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।