New Twist – ସେଦିନ ଫେସ ଟୁ ଫେସ ବସିଲାବେଳେ ସୁମିତ ମୋତେ ଦେଖି କାନ୍ଦିପକେଇଥିଲେ : କଣ କହୁଛନ୍ତି ତପସ୍ୱିନୀ… ଦେଖନ୍ତୁ Video

ବ୍ରହ୍ମପୁର ର ଚର୍ଚ୍ଚିତ ଦମ୍ପତ୍ତି ଭାବରେ ଡ଼ାକ୍ତର ସୁମିତ ଏବଂ ତାଙ୍କ ସ୍ତ୍ରୀ ତପସ୍ଵିନୀ ଙ୍କ ବିବାଦ ମାମଲା ସାରା ରାଜ୍ୟରେ ଦୀର୍ଘଦିନ ଧରି ଏକ ଚର୍ଚ୍ଚିତ ଖବର ଭାବରେ ରହି ଆସିଛି। ଏବେବି ଏହି ଦୁଇ ଦମ୍ପତ୍ତି ଙ୍କ ଖବର ଉପରେ ରହିଛି ଅନେକଙ୍କ ନଜର। ତେବେ ତପସ୍ୱିନୀ ଏବଂ ସୁମିତ ଙ୍କ ଖବର କୁ ନେଇ ଅନେକ ତାଙ୍କର ଭିନ୍ନ ଭିନ୍ନ ମତ ପ୍ରକାଶ ମଧ୍ଯ କରିଛନ୍ତି। ଆପଣ ଜାଣିଛନ୍ତି ନ୍ୟାୟ ପାଇଁ କିପରି ଭାବରେ ତପସ୍ଵିନୀ ଦୀର୍ଘ ଦିନ ହେବ ତାଙ୍କ ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସି ରହିଥିଲେ। ଯାହାକୁ ସାରା ଓଡ଼ିଶା ଦେଖି, ପ୍ରତିକ୍ରିୟା ଶିଳ ହେବା ସହ ତାଙ୍କର ପ୍ରତିକ୍ରିୟା ମଧ୍ଯ ଦେଉଥିଲେ। ଆଉ ଏବେବି ଚର୍ଚ୍ଚାରେ ରହିଛି ତପସ୍ଵିନୀ ଏବଂ ସୁମିତ ଙ୍କ ବିବାହ ବିବାଦ ମାମଲା।

ଟିଭି ଖୋଲିଲେ, ୟୁ ଟ୍ୟୁବ୍ ଖୋଲିଲେ ସେହି ଗୋଟିଏ ଘଟଣା ଅନେକ ସମୟରେ ଲୋକ ଲୋଚନକୁ ଆସୁଛି। ତେବେ ଏକ ଉଚିତ୍ ସମାଧାନ ହେବା ପରିବର୍ତ୍ତେ ଦିନକୁ ଦିନ ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କ ପାରିବାରକ କଳହ ନୂଆଁ ମୋଡ଼ ନେବାରେ ଲାଗିଛି।ତେବେ ଏହାକୁ ନେଇ ଅନେକ ବୟାନ ବାଜି, ତୁମ୍ଭି ତୋଫାନ ହେଉଥିଲେ ମଧ୍ଯ କୌଣସି ସମାଧାନ ର ସୂତ୍ର ବାହାରି ପାରୁ ନଥିଲା। ଅନେକ ଦିନ ଧରି ତପସ୍ଵିନୀ ନ୍ୟାୟ ପାଇଁ ଧାରଣା ରେ ବସି ରହିଥିଲେ। ଯଦିଓ କୋର୍ଟ ସୁମିତ ଙ୍କ ଘରେ ତପସ୍ଵିନୀ ଙ୍କୁ ରହିବାକୁ ଅନୁମତି ଦେଇଥିଲେ କିନ୍ତୁ ପରିବାର ସହ ତାଙ୍କର ସମ୍ପର୍କ ରେ କୌଣସି ସୁଧାର ଆସି ନଥିବା ଦେଖିବାକୁ ମିଳୁଛି।

ଏହି ସଂପର୍କ କିପରି ଆଗକୁ ବଢିବ ଏବଂ ସମାଧାନ ହେବ ତାହା ପ୍ରଶ୍ନବାଚୀ ଉଠିବା ସ୍ବାଭାବିକ କଥା। ତେବେ ଏହାକୁ ନେଇ ଅନେକ କଥା ପ୍ରତିଦିନ ସାମ୍ନାକୁ ଆସୁଥିବା ବେଳେ ଏବେ ତପସ୍ଵିନୀ ଙ୍କ ଏକ ପ୍ରତିକ୍ରିୟା ମିଳିଛି। ତପସ୍ଵିନୀ କହିଛନ୍ତି ସୁମିତ ଆଉ ମୁଁ ସେଦିନ ଯେଉଁ କାଉନସିଲିଂ ପାଇଁ ଯାଇଥିଲୁ ସେଠାରେ ସେ ମୋତେ ଦେଖି କାନ୍ଦି ପକାଇଥିଲେ। ସେଦିନ ଫେସ୍ ଟୁ ଫେସ୍ ବସିବା ସମୟରେ ତାଙ୍କୁ ଦେଖି ସୁମିତ ଛଳ ଛଳ ହୋଇ ପଡ଼ିଥିଲେ। ତପସ୍ଵିନୀ ବି ଭାବ ବିହ୍ୱଳ ହୋଇ ପଡ଼ିଥିଲେ। ଏହାଛଡା ତପସ୍ଵିନୀ କହିଛନ୍ତି ମୋର ତାଙ୍କ ପାଇଁ ଏବେବି ପୋଜିଟିଭନେସ ରହିଛି।

ଏବେବି ମୁଁ ତାଙ୍କୁ ଚାହେଁ ମୋ ସ୍ବାମୀ ଭାବରେ। ଭଗବାନଙ୍କ ଉପରେ ଏବଂ କୋର୍ଟ ଉପରେ ମୋର ବିଶ୍ୱାସ ଏବଂ ଭରସା ରହିଛି। ଶଶୁର ଚାହିଁଲେ ସବୁ ହୋଇ ପାରିବ, ଯଦି ସେ ତାଙ୍କ ପୁଅ ସହ ଆସି ଘରେ ରହିବେ ଏବଂ ନିଜେ ବୁଝିଯିବେ।ସେ ବୁଝୁ ନାହାଁନ୍ତି ବୋଲି ସୁମିତ ଏମିତି ହେଉଛନ୍ତି। ସୁମିତ କୁ ମେନିପୁଲେଟ କରି ରଖା ଯାଇଛି ବୋଲି କହିଛନ୍ତି ତପସ୍ଵିନୀ। ତେବେ ତାଙ୍କର ବିଶ୍ୱାସ ରହିଛି ଯେ ସୁମିତ ତାଙ୍କୁ ଏବେବି ଭଲ ପାଆନ୍ତି।ସେ ନିଶ୍ଚିତ ତାଙ୍କ ପାଖକୁ ଫେରିବେ ଏବଂ ସେମାନେ ପୁଣି ଖୁସିରେ ରହିବେ ବୋଲି ତପସ୍ଵିନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment