ତେବେ ବନ୍ଧୁଗଣ ଆପଣା ମାନେ ତ ସମସ୍ତେ ଜାଣିଥିବେ କି ଦୀର୍ଘ ଦିନ ଧରି ସେହି ଗୋଟିଏ କଥା ସମସ୍ତଙ୍କ ନିକଟରେ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ବାବୁସାନ ଆଉ ପ୍ରକୃତି ମିଶ୍ର ଙ୍କ କଥା | ତେବେ ତୃପ୍ତି ବିଚ ରାସ୍ତା ଉପରେ ପ୍ରକୃତି ଙ୍କୁ ବଢ଼େଇଲା ପରେ ସୃଷ୍ଟି ହୋଇଥିଲା ଗଣ୍ଡଗୋଳ ଆଉ ବିବାଦ | ଆଉ ଶେଷରେ ବାବୁସାନ ଆଉ ପ୍ରକୃତି ମଧ୍ୟ ଓଡିଶା ଛାଡିକି ପଳେଇ ଯାଇଥିଲେ | ଆଉ ପରେ ସେମାନେ ଫେରି ଆସିଥିଲେ, ଆଉ ଥାନା କୁ ଯାଇଥିଲେ, ଆଉ ପୋଲିସ ମଧ୍ୟ ସମସ୍ତ ଘଟଣା ର ତଦନ୍ତ ଆରମ୍ଭ କରିଥିଲା | କିନ୍ତୁ ଏବେ ଯାହା ଜଣା ପଡୁଛି କି ଏବେ ପ୍ରକୃତି ମିଶ୍ର କୋଟ ର ଦ୍ୱାରସ୍ଥ ହୋଇଛନ୍ତି |ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁଯାୟୀ ଅଭିନେତ୍ରୀ ପ୍ରକୃତି ମିଶ୍ର ମଙ୍ଗଳବାର ଦିନ ଉଚ୍ଚ ନ୍ୟାୟଳୟ ଦ୍ୱାରସ୍ଥ ହୋଇଛନ୍ତି | ତାଙ୍କ ଦ୍ବାରା ଦିଆଯାଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ସେ ନ୍ୟାୟଳୟ ଯାଇଥିବା ଜଣାପଡ଼ିଛି | ଅଭିନେତ୍ରୀ ପ୍ରକୃତି ମିଶ୍ର ଅଭିଯୋଗ ଆଣିଛନ୍ତି ଯେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ସେ ବାଧ୍ୟ ହୋଇ ଉଚ୍ଚ ନ୍ୟାୟଳୟ ର ଦ୍ବାରସ୍ଥ ହୋଇଛନ୍ତି | ଆଉ ପ୍ରକୃତି ମିଶ୍ର ନ୍ୟାୟ ପାଇଁ ଚାହିଁଛନ୍ତି | ବାରମ୍ବାର କୋଟ ର ଦ୍ୱାରସ୍ଥ ହେବା ପରେ ମଧ୍ୟ କିଛି ବି ସୁଫଳ ମିଳି ନ ଥିଲା, ଆଉ ଯେଉଁଥିପାଇଁ ପ୍ରକୃତି ମିଶ୍ର ବାଧ୍ୟ ହୋଇ ସେଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଜଣା ପଡିଛି |
ତେବେ ମିଳିଥିବା ସୂଚନା ଅନୁଯାୟୀ ଗତ ଜୁଲାଇ 23 ତାରିଖ ଦିନ ବାବୁସାନଙ୍କ ପତ୍ନୀ ତୃପ୍ତି ଭୁବନେଶ୍ବରସ୍ଥିତ ଖାରବେଳନଗର ଥାନା ଅନ୍ତର୍ଗତ ସତ୍ୟନଗର ଅଞ୍ଚଳରେ ପ୍ରକୃତି ଓ ବାବୁସାନ ଙ୍କୁ ଏକ କାର ଭିତରେ ଧରି ଥିଲେ ଓ ତାପରେ ସେ ସ୍ଥାନ ରେ ପ୍ରକୃତି ଓ ତୃପ୍ତି ଙ୍କ ମଧ୍ୟରେ ଝଗଡା ହେବା ସହିତ ତୃପ୍ତି ପ୍ରକୃତି ଙ୍କୁ ମାରିଥିଲେ ମଧ୍ୟ | ଆଉ ଯେଉଁ ଘଟଣା ଟି ସାରା ଓଡ଼ିଶାରେ ଖେଳାଇ ଦେଇଥିଲା ଚହଳ , ଆଉ ଏହି ଘଟଣା ଟିକୁ ଗ୍ରହଣ କରି ପାରି ନ ଥିଲେ ପ୍ରକୃତି ଆଉ ଯେଉଁଥିପାଇଁ ସେ ଶେଷରେ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି |
ଆଉ ପ୍ରକୃତି ମିଶ୍ର ଆହୁରି ମଧ୍ୟ କହିଛନ୍ତି କି ତାଙ୍କର ଆଶା ଆଉ ବିଶ୍ୱାସ ଅଛି କି ମାନ୍ୟବର ହାଇକୋଟ ତାଙ୍କୁ ନ୍ୟାୟ ଦେବେ | ଆଉ ସମ୍ପୂର୍ଣ୍ଣ ଘଟଣା କୁ ବୁଝିବେ ଆଉ ଯିଏ ଦୋଷୀ ସିଏ ନିଶ୍ଚୟ ଦଣ୍ଡ ପାଇବ | ଆଉ ସେ ଏହା ମଧ୍ୟ କହିଛନ୍ତି ତାଙ୍କର ଲୟର ଙ୍କ ପାଖରୁ ସମସ୍ତ କଥା କୁ ବୁଝି ନେବା ପାଇଁ ଯାହା ବି ପ୍ରଶ୍ନ ଉଙ୍କି ମାରୁଛି ସମସ୍ତଙ୍କ ମନରେ | ତେବେ ପ୍ରକୃତି ମିଶ୍ର ଙ୍କର ଏହିସବୁ କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।