ଶେଷରେ ହେଲା ମହା ଖୁଲାସା ! ଲାଏ ଡିଟେକ୍ସନ୍‌ ଟେଷ୍ଟ ୩ଘଣ୍ଟା ଧରି ବିଦ୍ୟାଙ୍କୁ ମାରାଥନ୍‌ ପ୍ରଶ୍ନ କଲା କ୍ରାଇମବ୍ରାଞ୍ଚ…ଦେଖନ୍ତୁ ଭିଡ଼ିଓ

0

ସମାଜରେ ବହୁତ ମାତ୍ରାରେ ଅପରାଧିକ କାର୍ଯ୍ୟ ଘଟି ଚାଲିଛି ଓ ମନୁଷ୍ୟ ପ୍ରତି ହିଂସ୍ର ଭଳି ବ୍ୟବହାର କରୁଛନ୍ତି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି। ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲି ଥିବେ। ସମାଜରେ ଲୋକ ମାନେ ନୃଶଂସ ଓ ହିଂସ୍ର ପାଲଟି ଯାଉଛନ୍ତି ଓ ମନରେ ଭୟ ମଧ୍ୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ସେମାନେ ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି। ଏଭଳି କାର୍ଯ୍ୟ କରିବା ଦ୍ୱାରା ସମାଜରେ ଖରାପ ପ୍ରଭାବ ପକାଉଛି ଓ ଅନ୍ୟ ଲୋକ ମାନେ ମଧ୍ୟ ଖରାପ ଆଡକୁ ଧୀରେ ଧୀରେ ଗତି କରି ବାକୁ ମନନିବେଶ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଜନକ ହୋଇ ଥିବାରୁ, ତାଙ୍କ ମୃତ୍ୟୁର ନୂଆ ନୂଆ ତଥ୍ୟ ଜାଣିବା ପାଇଁ ସାରା ଓଡିଶା ବାସୀ ଚାହଁ ବସିଛନ୍ତି। ତାଙ୍କର ମୃତ୍ୟୁର ପର୍ଦ୍ଧା ଫାସ କରିବା ପାଇଁ କ୍ରାଇମବ୍ରାଞ୍ଚ ଟିମ ଲାଗି ପଡିଛନ୍ତି। ତେବେ ଏଭଳି ଏକ ଘଟଣା ଶୁଣିବା ପାଇଁ ମିଳିଛି ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବେ। ତେବେ ଘଟଣାଟି ହେଉଛି ଏସିଏଫଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରା ଯାଇଛି ବୋଲି ସୂଚନା ମିଳିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ସୂଚନା ଅନୁଯାୟୀ, ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ପ୍ରତିଦିନ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଛି। ତାଙ୍କ ମୃତ୍ୟୁ ମାମଲାରେ ଯେଉଁ ମାନେ ଉପସ୍ଥିତ ଥିଲେ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ ଜଣକ ପରେ ଜଣକୁ ଜେରା କରି ଚାଲିଥିଲା ଓ ତାର ରହସ୍ୟ ମଧ୍ୟ ଖୋଜି ଚାଲି ଥିଲା। ସେଥିପାଇଁ କ୍ରାଇମବ୍ରାଞ୍ଚ ଟିମ DFO ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରା ଯାଇଥିଲା।

ତେବେ ବର୍ତ୍ତମାନ ACF ଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଫରେନ୍ସିକ ଲ୍ୟାବରେ ୩ ଘଣ୍ଟା ଧରି ତାଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରା ଯାଇଥିଲା। ସେଥିରେ ପାଖା ପାଖି ତାଙ୍କୁ ୫୦ ରୁ ଅଧିକ ପ୍ରଶ୍ନ ପଚରା ଯାଇ ଥିଲା। ଯେତେବେଳେ ତାଙ୍କୁ ACF ଙ୍କ ବିଷୟରେ ପ୍ରଶ୍ନ ପଚରା ଯାଇଥିଲା ସେ ଜୋର ଭାବରେ କାନ୍ଦି ପକାଇ ଥିଲେ। ସେ କିଛି ପ୍ରଶ୍ନର ଉତ୍ତର ଡରି ଡରି କହି ଥିବାର ଜଣା ପଡିଥିଲା। ଆଇନର ନିୟମ ଅନୁସାରେ ଲାଇ ଡିଟେକ୍ସନ ରିପୋର୍ଟ କୋର୍ଟ ପାଇଁ ଏହା ଯଥେଷ୍ଟ ପ୍ରମାଣ ନୁହେଁ, କିନ୍ତୁ କ୍ରାଇମବ୍ରାଞ୍ଚ ଟିମକୁ ମାର୍ଗ ଦେଖାଇବାର ସାହାୟକ ହୋଇ ପାରିବ। ଏଥି ସହିତ OIC ମମତା ପଣ୍ଡା ଓ ଚିକିତ୍ସା କରିଥିବା ଡ଼ାକ୍ତରଙ୍କର ବି ଲାଇ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି ଏସିଏଫଙ୍କ ମାଆ ଦାବି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।