ସେ-କ୍ସଟରସନ କ’ଣ ଓ ଏହା ଠାରୁ କିପରି ସତର୍କ ରହିପାରିବେ ସେ ସମ୍ପର୍କରେ ଜାଣନ୍ତୁ… ନଚେତ ଘଟିପାରେ ଅଘଟଣ…

ବନ୍ଧୁଗଣ ଏବେ ନ୍ୟୁଡ କଲ୍ ବା ସେକ୍ସଟରସନ ରେ ବହୁତ୍ ଜଣ ଶିକାର ହେଉଛନ୍ତି। ଯାହା ଦ୍ଵାରା ସେମାନଙ୍କ କ୍ଷେତ୍ରରେ ଅନେକ ଗୁଡ଼ିଏ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଉଛି। କିନ୍ତୁ ଏଥିରୁ କିପରି ମୁକ୍ତି ମିଳି ପାରିବ ଏବଂ ପ୍ରକୃତରେ ଏହା କଣ ଏ ବିଷୟରେ ଅନେକଙ୍କ ଧାରଣ ହୁଏତ ନଥିବ। ଯଦିଓ ଏହି ସେକ୍ସଟରସନ ରେ ଅନେକ ସଂଖ୍ୟାରେ ଲୋକ ଶିକାର ହେଉଥିବା ଦେଖିବାକୁ ମିଳୁଛି। ତେବେ ଏହି ସେକ୍ସଟରସନ କଣ ଆସନ୍ତୁ ଆଜିର ଏହି ଲେଖାରେ ଆମେ ଜାଣିବା ଏବଂ କିପରି ଭାବରେ ଆମେ ଏଥିପାଇଁ ସତର୍କ ରହି ପାରିବା ସେ ବିଷୟରେ ମଧ୍ୟ ଜାଣିବା।

ସୋସିଆଲ ମିଡ଼ିଆ ମାଧ୍ୟମରେ, ଯେମିତିକି ଫେସବୁକ୍ ରୁ କିମ୍ୱା ହ୍ୱାଟସଆପ୍ ରୁ କେହି ଜଣେ ଅନ୍ ନନ୍ ନମ୍ୱର୍ ରୁ ଆପଣଙ୍କୁ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଇବ। ଏବଂ ସେଥିରେ ପ୍ରଫାଇଲ ପିକଚର୍ ରହିଥିବ ଗୋଟିଏ ସୁନ୍ଦର୍ ଝିଅର ଏବଂ କିଛି ଏମିତି ନାମ ଥିବ ଯାହା କମନ ନାମ ହୋଇ ଥିବ, ଯେପରିକି ନେହା ଶର୍ମା, ଅଞ୍ଜଳି ଗୁପ୍ତା। ଆଉ ସେମାନେ ପ୍ରଥମେ ବାର୍ତ୍ତାଳାପ ଆରମ୍ଭ କରିବେ ହାଏ ଡିଅର, ହାଏ ହ୍ୟାଣ୍ତସମ୍ ଲେଖିକି। ଏହାପରେ ଯଦି ଆପଣ କଥାବାର୍ତ୍ତା ଆରମ୍ଭ କରନ୍ତି ତେବେ ଏହା ଆଗକୁ ବଢ଼ିଥାଏ। ଏହାପରେ ସେମାନେ ଭିଡିଓ କଲ୍ କରିବା ପାଇଁ କହିବେ ଏବଂ ଭିଡିଓ କଲ୍ କରିବା ମାତ୍ରେ ସେମାନେ ନ୍ୟୁଡ଼ ହୋଇଯିବେ ଏବଂ ଆପଣଙ୍କୁ ମଧ୍ୟ ନ୍ୟୁଡ଼ ହେବାପାଇଁ କହିବେ କିମ୍ୱା କୌଣସି ଅଙ୍ଗଭଙ୍ଗୀ ଦେଖାଇବାକୁ କହିବେ।

ଏହାପରେ ଯଦି ଆପଣ ତାଙ୍କ କଥାରେ ରାଜି ହୋଇ ଯାଆନ୍ତି ତେବେ ସେମାନେ ଏହି ସମୟରେ ଆପଣଙ୍କ ନ୍ୟୁଡ଼ କଲ୍ ର ସ୍କ୍ରିନ ରେକର୍ଡିଂ କରିଦେବେ ଏବଂ ପରେ ଏହାକୁ ନେଇ ବ୍ଲାକ ମେଲିଂ କରିବା ଆରମ୍ଭ କରିଦେବେ। ତେଣୁ ଆପଣଙ୍କ ପାଖକୁ ଯଦି ଏହିପରି ଅଜଣା ନମ୍ୱର୍ ରୁ ମେସେଜ ଆସୁଛି ଆଉ ସେ ଏହିପରି ଭାବରେ କଥାବାର୍ତ୍ତା ଆରମ୍ଭ କରିବା ପରେ ଭିଡିଓ କଲ୍ କରିବା ପାଇଁ କହୁଛି, ଆଉ ଆପଣ ଜାଣି ପାରୁଛନ୍ତି କି ସେ ଆପଣଙ୍କର ଚିହ୍ନା ନୁହେଁ ତେବେ ଆପଣ ଏଭଳି ନମ୍ୱର୍ ରେ କୌଣସି ବାର୍ତ୍ତାଳାପ କରନ୍ତୁ ନାହିଁ ନହେଲେ ଆପଣ ଫ୍ରଡ ର ଶିକାର ହୋଇ ପାରନ୍ତି।

ଆଉ ଯଦି ଆପଣ ଏହିଭଳି ଫ୍ରଡ ର ଶିକାର ହୋଇ ସାରିଛନ୍ତି ଏଵଂ ସେ ଆପଣଙ୍କୁ ବ୍ଲାକ ମେଲ୍ କରୁଛି ତେବେ ଆପଣ ଡରନ୍ତୁ ନାହିଁ ସଙ୍ଗେ ସଙ୍ଗେ ୧୯୩୦ ନମ୍ୱର୍ ରେ କଲ୍ କରନ୍ତୁ।ଏହା ହେଉଛି ସାଇବର ପୋଲିସ୍ ର ନମ୍ୱର୍। ଏହା ବିଷୟରେ ସାଙ୍ଗ ସାଥୀ ଏବଂ ସମ୍ପର୍କୀୟ ମାନଙ୍କୁ ମଧ୍ୟ ଅବଗତ କରାନ୍ତୁ ଯେ ସେମାନେ କେବେବି ଭିଡିଓ କେଉଁଠି ଅପଲୋଡ଼ କରିବେ ନାହିଁ। ସେମାନେ କେବଳ ଡରାଇବା ପାଇଁ ଏମିତି କରିଥାନ୍ତି। ଏ ବିଷୟରେ ଜଣାଇବା ଦ୍ଵାରା ଆପଣଙ୍କର ନିଜ ଲୋକ ଏଭଳି ଠକାମୀ ରୁ ଦୂରରେ ରହି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment