ଦେଖନ୍ତୁ ଭିଡିଓ – କେମିତି 85 ବର୍ଷୀୟ ବୁଦ୍ଧା ମହିଳା ଙ୍କୁ ଗୋଇଁଠା ମାରି ମାଡ ମାରୁଛନ୍ତି ବୋହୁ ! ଦୟାକରି କମେଣ୍ଟ କରନ୍ତୁ ଏପରି ଅତ୍ୟାଚାରୀ ବୋହୁ ଙ୍କୁ କିପରି ଦଣ୍ଡ ମିଳିବା ଦରକାର…

0

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି।ଆଜି ମଣିଷ ନିଜର ସମ୍ପର୍କ ର ଡୋରି କୁ ମଧ୍ୟ ଭୁଲି ଯାଇଛି।ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ମଣିଷର ଅମାନୁଷିକତା କୁ ଦର୍ଶାଉଛି।

ଭାରତୀୟ ସଂସ୍କୃତିରେ ଶାଶୁ ଓ ବୋହୂ ର ସମ୍ପର୍କ କୁ ମା ଓ ଝିଅର ସମ୍ପର୍କ ବୋଲି କୁହା ଯାଏ।କିନ୍ତୁ ବେଳେ ବେଳେ ଏମିତି ଘଟଣା ଘଟିଥାଏ ଯାହାକୁ ଶୁଣିଲେ ସମ୍ପର୍କ ର ମାନେ ହିଁ ବଦଳି ଜାଏ। ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ବୃଦ୍ଧ ଶାଶୁ କୁ ବୋହୂ ନିର୍ମମ ଭାବେ ମାଡ ମାରିଛନ୍ତି। ତେବେ ଆଜି କାଲି ର ଯୁଗ ରେ ଶାଶୁ ବୋହୂ ଝଗଡା ବହୁତ୍ ସାଧାରଣ ଅଟେ ଆଉ ଅନେକ ସମୟ ରେ ଶାଶୁ ବୋହୂ ଉପରେ ନିର୍ଯାତନା ଦେବାର କଥା ଶୁଣିବାକୁ ମିଳିଥାଏ। କିନ୍ତୁ ଏହି କେଶ୍ ରେ ଓଲଟା ହେଇଛି ଯେଉଁଠାରେ ଜଣେ 85 ବର୍ଷିୟା ବୃଦ୍ଧ କୁ ନିଜର 47 ବର୍ଷୀୟ ବୋହୂ ନିର୍ମମ ଭାବରେ ମାଡ ମାରିଥିବାର ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଘଟଣା ଟି ଉତ୍ତର ପ୍ରଦେଶର ଆଗ୍ରାର ତହସିଲ କ୍ଷେତ୍ର ବାଉପୁର ଗ୍ରାମର ଅଟେ ।

ଏହି ଗ୍ରାମର ଜଣେ ବୃଦ୍ଧା ନିଜ ବିଧବା ବୋହୂ ସହିତ ରୁହନ୍ତି । ପୂର୍ବରୁ ତାଙ୍କ ପୁଅ ଓ ନାତି ର ମୃତ୍ୟୁ ହୋଇ ଯାଇଛି । ସୂଚନା ଅନୁସାରେ ବୃଦ୍ଧା ମହିଳା ଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ ତେଣୁ ସେ ବେଳେ ବେଳେ ଘରେ ନକହି କୁଆଡ଼େ ବୁଲିବାକୁ ପଳେଇ ଯାଆନ୍ତି ।ଏହି କାରଣ ପାଇଁ ବୋହୂ ତାଙ୍କୁ ନିର୍ମମ ଭାବରେ ଝାଡୁ ରେ ବାଡେଇ ଅଛନ୍ତି , ବୃଦ୍ଧ ମହିଳା ଜଣଙ୍କ କଷ୍ଟ ସହି ନପାରି ବହୁତ୍ ଜୋର୍ ଚିତ୍କାର ମଧ୍ୟ କରୁଛନ୍ତି କିନ୍ତୁ ବୋହୂ ହାତରୁ ବର୍ତ୍ତି ଯାଇ ନାହାଁନ୍ତି ।

ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ତେବେ ଭିଡିଓ ଟି ପୋଲିସ୍ ହାତରେ ପଡ଼ିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୃଦ୍ଧା ଙ୍କ ଘରେ ପହଞ୍ଚି ଥିଲା । କିନ୍ତୁ ବୃଦ୍ଧ ମହିଳା ଜଣଙ୍କ ନିଜ ବୋହୂ କୁ ସମସ୍ୟା ରେ ନପକାଇବା ପାଇଁ ପୋଲିସ କୁ କହିଲେ ସେମିତି କିଛି ହୋଇ ନାହିଁ ବୋଲି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।