ଶନିଙ୍କର ଵକ୍ରଦୃଷ୍ଟିରୁ ରକ୍ଷା ପାଇବା ପାଇଁ କରନ୍ତୁ ଜ୍ୟୋତିଷ ଶାସ୍ତ୍ରର ଏହି ଉପାୟ, ପାରିବାରିକ ଜୀବନ ବହୁତ ସୁଖମୟ ହେବ

0

ଜୋତିଶଶାସ୍ତ୍ର ରେ କୁହାଯାଇଛି ଯେ ଶନିଗ୍ରହ ଵ୍ୟକ୍ତିର ଜୀବନରେ ନକାରାତ୍ମକ ଓ ସକାରାତ୍ମକ ପ୍ରଭାବ ଦେଇଥାନ୍ତି l କୁହାଯାଏ ବ୍ୟକ୍ତି ଯେଉଁ ପ୍ରକାର କର୍ମ କରିଥାଏ ଶନିଦେବ ସେମାନଙ୍କୁ ସେମିତି ଫଳ ପ୍ରଦାନ କରିଥାନ୍ତି l ଭଲ କର୍ମ କଲେ ଭଲ ଫଳ ଖରାପ କର୍ମ କଲେ ଖରାପ ଫଳ ପ୍ରଦାନ କରିବା ଶନିଦେବଙ୍କର ମୁଖ୍ୟ କାର୍ଯ୍ୟ ସେଥିପାଇଁ ଶନିଦେବ ଙ୍କୁ ନ୍ୟାୟର ଦେବତା କୁହାଯାଇଥାଏ l ଶନିଦେବଙ୍କ କୃପାପ୍ରାପ୍ତ କରିବା ପାଇଁ ଶନିଗ୍ରହଙ୍କ ଉପାୟ କରାଯାଏ l

ଶନିଗ୍ରହ ଙ୍କୁ ପ୍ରସନ୍ନ କରିବା ପାଇଁ ଶନିଗ୍ରହଙ୍କର ଉପାୟ ମାଧ୍ୟମରେ ଶନିଦେବଙ୍କର ଆଶ୍ରିବାଦ ପ୍ରାପ୍ତ କରାଯାଏ l ତେଣୁ ଯେଉଁ ବ୍ୟକ୍ତି ଶନିଦେବଙ୍କ ଦୁଃପ୍ରଭାବରେ ପୀଡା ପାଇଥାନ୍ତି ସେମାନେ ଶନିଗ୍ରହଙ୍କ ଉପାୟ କରିବା ଜରୁରୀ ବୋଲି ଜ୍ୟୋତିଷଚାର୍ଯ୍ୟ ମାନେ କହିଛନ୍ତି l ଶନିଦେବଙ୍କର ଉପାୟ ବହୁତ ପ୍ରଭାବଶାଳୀ ହୋଇଥାଏ l ଯାହାଫଳରେ ଏହାର ଫଳ ବ୍ୟକ୍ତିକୁ ମିଳେ ଓ ଜୀବନରେ ବହୁତ ସୁଖ ଦେଖାଦିଏ, ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ଏହି ବିଶେଷ ଉପାୟ ବିଷୟରେ..,

ଶନିଗ୍ରହଙ୍କର ଉପାୟ:-

ଶନିଗ୍ରହଙ୍କ ଆରାଧନା ସୂର୍ଯ୍ୟାସ୍ତ ପରେ ହେଲେ ବହୁତ ଫଳ ମିଳିଥାଏ ବୋଲି ଜ୍ୟୋତିଷଶାସ୍ତ୍ରକାର କହିଛନ୍ତି l ଶନିବାର ସନ୍ଧ୍ୟାରେ ଆଶ୍ୱସ୍ତ ବୃକ୍ଷମୂଳରେ ଜଳ ଅର୍ପଣ କରିବା ଉଚିତ l ଏହାପରେ ଶନିଦେବଙ୍କ ଧ୍ୟାନ କରିବା ସହ ସୋରିଷତେଲ ଦୀପ ଜଳାନ୍ତୁ l ଯଦି ସମ୍ଭବ ଶନିଦେବଙ୍କ ମନ୍ତ୍ର ମଧ୍ୟ ଜପ କରନ୍ତୁ ଏହା ସହ ଏକ ପାତ୍ରରେ ସୋରିଷ ତେଲ କିଛି ନିଅନ୍ତୁ l

ଏହି ତେଲରେ ନିଜ ଛବି ଦେଖନ୍ତୁ ଫୁଣି ଏହି ତେଲକୁ କୌଣସି ଗରିବ ବ୍ୟକ୍ତି କୁ ଦାନ କରିଦିଅନ୍ତୁ l ଯଦି ଚାହିଁବେ ଏହି ତେଲରେ ଦୀପ ଜଳାଇ ଶନିଦେବ ଙ୍କର ମନ୍ଦିରରେ ମଧ୍ୟ ରଖିପାରିବେ ଶନିବାର ସୂର୍ଯ୍ୟାସ୍ତ ପରେ କୃଷ୍ଣରୋଗୀଙ୍କୁ କାଳରଙ୍ଗର ପାନୀୟ ପଦାର୍ଥ ପିଇବାକୁ ଦିଅନ୍ତୁ l ସମ୍ଭବତଃ ତାଙ୍କୁ କାଳରଙ୍ଗର ବସ୍ତ୍ର ଦାନ କରନ୍ତୁ l

ବିଶେଷକରି ଶୀତଦିନରେ ଗରମ ବସ୍ତ୍ର ପ୍ରଦାନ କରନ୍ତୁ l ଏହା ଅତ୍ୟନ୍ତ ଉତ୍ତମ ମନାଯାଏ l ସାତ ପ୍ରକାର ଶସ୍ୟ ନିଅନ୍ତୁ ଏହି ଶସ୍ୟକୁ ନିଜର ମୁଣ୍ଡରେ ସାତ ଥର ବୁଲାନ୍ତୁ ତା’ପରେ କୌଣସି ଛକ ରେ ଏହି ଶସ୍ୟକୁ ପକ୍ଷୀଙ୍କ ପାଇଁ ଦାନ କରିଦିଅନ୍ତୁ l ଯଦି ସମ୍ଭବ ହେଉଛି ଏହି ଉପାୟ ସବୁଦିନ କରନ୍ତୁ l ଶନିବାର ଦିନ ଏହାକୁ ନିଶ୍ଚୟ କରନ୍ତୁ ଏହା ଦ୍ୱାରା ଶନିଗ୍ରହ ଶାନ୍ତି ହେବା ସହ ଶନିଦେବଙ୍କର ଆଶୀର୍ବାଦ ମିଳିବ l ଯଦି ଆପଣ ଏଥିରୁ ଯେକୌଣସି ଗୋଟିଏ କିମ୍ଵା ସବୁ ଉପାୟ ପାଳନ କରନ୍ତି ଶନିଦେବଙ୍କ ନିଶ୍ଚୟ ଆଶୀର୍ବାଦ ମିଳିବ ଏବଂ ଆପଣଙ୍କ ସବୁ କାର୍ଯ୍ୟରେ ସଫଳତା ପାଇବେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।