ଶାହାରୁଖ ଙ୍କ ପୁଅ ଆର୍ୟନଙ୍କ ସପକ୍ଷରେ ବାହାରିଲେ ହ୍ରିତିକ ରୋସନ ଏବଂ ଆଲିଆ ଭଟ୍ଟ, କଣ କହିଲେ ଏମିତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ

ବନ୍ଧୁଗଣ ଆପଣ ଜାଣିଛନ୍ତି କିପରି ଭାବରେ ଆର୍ଯ୍ୟନ୍ ଖାନ୍ ଙ୍କ ଗିରଫ ପରେ ଏହି ଖବର ଏକ ଚର୍ଚ୍ଚାର ବିଷୟ ପାଲଟିଛି। ସବୁ ସାମାଜିକ ଗଣମାଧ୍ୟମ ରେ ଏହି ଖବର ଏକ ଚର୍ଚ୍ଚିତ ଖବର ଭାବରେ ଦେଖିବାକୁ ମିଳୁଛି। ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଜେଲରେ ବନ୍ଦୀଥିବା ବଲିଉଡ୍ ଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସମସ୍ୟା ବଢିବାରେ ଲାଗିଛି। ସୋମବାର ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇ ପାରି ନାହିଁ। କ୍ରୁଜ୍‌ ରେଭ ପାର୍ଟିରେ ସାମିଲ ହେବା ଅଭିଯୋଗରେ ଗତ ରବିବାର ଦିନ ଡ୍ରଗ୍ସ ମାମଲାରେ ବଲିଉଡ୍‌ ଷ୍ଟାର ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଏନ୍‌ସିବି ଗିରଫ କରିଥିଲା।

ତେବେ ଆପଣ ଜାଣିଥିବେ ଏନ୍‌ସିବି ଆର୍ୟନଙ୍କ ସହ ତାଙ୍କର ଅନ୍ୟ ସାଥୀଙ୍କୁ ମଧ୍ୟ ଏହି ଘଟଣାରେ ଗିରଫ କରି ଥିଲା। କିନ୍ତୁ ଏହି ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନ୍ ଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଅନେକ ଥର ତାଙ୍କୁ ବେଲ୍ ରେ ଆଣିବାକୁ ଚେଷ୍ଟା କରି ମଧ୍ଯ ବିଫଳ ହୋଇଛନ୍ତି ତାଙ୍କ ବାପା ମାଆ। ତେବେ ଏହାରି ଭିତରେ ସାହାରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟାନ୍ ଖାନ୍ ଙ୍କ ପାଇଁ ଏକ ପ୍ରକାର ବିବାଦ ବଢୁଥିବା ବେଳେ ତାଙ୍କୁ ସପୋର୍ଟ କରିବା ପାଇଁ ବଲିଉଡ ର ଅନେକ କଳାକାର ଆଗେଇ ଆସିଛନ୍ତି। ପ୍ରଥମେ ସଲମାନ୍ ଖାନ୍ ଏହି ରେସ ରେ ଭାଗ ନେଇଥିଲେ।ଆଉ ସେ ଶାହାରୁଖ ଖାନ୍ ଙ୍କ ଘରେ ଯାଇ ପହଞ୍ଚି ତାଙ୍କୁ ସାନ୍ତ୍ଵନା ବି ଦେଇଥିଲେ।

ତାଙ୍କ ପରେ ବଲିଉଡ ର ଅନେକ ଆଗଧାଡିର କଳାକାର ଯେମିତି କି ହ୍ରିତିକ ରୋସନ୍ ଏବଂ ଆଲିଆ ଭଟ୍ଟ ଆଦି ଏବେ ଶାହାରୁଖ ଙ୍କ ପୁଅ କୁ ସପୋର୍ଟ କରିବାରେ ଲାଗିଛନ୍ତି। ସେମାନେ ଶାହାରୁଖ ଖାନ୍ ଙ୍କ ପୁଅକୁ ସହଯୋଗ କରିବାରେ ଲାଗି ପଡିଛନ୍ତି। ତେବେ ତାଙ୍କୁ ସହଯୋଗ କରିବା ପାଇଁ ତାଙ୍କ ସପକ୍ଷରେ ବାହାରି ହ୍ରିତିକ ରୋସନ୍ ତାଙ୍କ ଇନଷ୍ଟା ଗ୍ରାମ ଆଇ ଡି ରେ ଏକ ପୋଷ୍ଟ ଦେଇଛନ୍ତି। ଯେଉଁ ପୋଷ୍ଟ ରେ ଆଲିଆ ଭଟ୍ଟ କମେଣ୍ଟ କରିଥିବା ଦେଖିବାକୁ ମିଳିଛି। ଆପଣ ବି ଏହି କମେଣ୍ଟ କୁ ଏଠାରେ ଦେଖି ପାରିବେ। ତେବେ ସେ ଯାହାବି ହେଉ ଏହି ମାମଲାରେ ଏନ୍ ସି ବି ଆର୍ଯ୍ୟାନ୍ ଖାନ୍ ଙ୍କ ସହ ଯେଉଁ ଅନ୍ଯ ମାନଙ୍କୁ ଗିରଫ କରିଥିଲା, ତାର ରିମାଣ୍ଡ ଅବଧି କୋର୍ଟ ବଢାଇ ଦେଇଛନ୍ତି।

ତେବେ ସମସ୍ତଙ୍କୁ ଆଉ କିଛି ଦିନ ବିଚାର ବିଭାଗୀୟ କୋର୍ଟ ର ନିର୍ଦ୍ଦେଶ କୁ ମାନି ରହିବାକୁ ପଡିବ।ସୋମବାର ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇ ପାରି ନାହିଁ । ତେଣୁ ଆର୍ଯ୍ୟାନ୍ ଖାନ୍ ଆସନ୍ତା ୧୩ ତାରିଖ ଅର୍ଥାତ୍ ବୁଧବାର ପର୍ଯ୍ୟନ୍ତ ଜେଲରେ ରହିବେ ବୋଲି ଜଣା ପଡିଛି। ସୂଚନା ଅନୁସାରେ ଶୁକ୍ରବାର ଦିନ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବା ପରେ ସେ ପୁଣିଥରେ ନୂଆ ଆବେଦନ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment