New Twist – ଶଶୁର କାନ୍ଦୁଥିଲେ ତପସ୍ପିନୀ ଦେଖୁଥିଲେ । କ୍ୟାମେରା ଆଗରେ ଏସବୁ କେତେ ସତ… ଦେଖନ୍ତୁ Video

ସୁମିତ ଓ ତପସ୍ଵିନୀଙ୍କ ମାମଲାରେ ସାମ୍ନାକୁ ଆସିଛି ଏକ ନୂଆ ଘଟଣା।ଶଶୁରଙ୍କୁ କଣ ମୁଣ୍ଡିଆ ମାରିବା ମିଛ ଥିଲା। ତପସ୍ଵିନୀ କଣ ନିଜେ ଚାହୁଁ ନାହାନ୍ତି କି ସମସ୍ୟାର ସମାଧାନ।ଏହା କଣ ସତ ଯେ ତପସ୍ଵିନୀ ଙ୍କ ତାଙ୍କ ଶଶୁର ପ୍ରତି ନାହିଁ ସମ୍ମାନ। କାରଣ ଯେତେବେଳେ ମଧ୍ୟସ୍ଥତା କେନ୍ଦ୍ରରେ ଦୀର୍ଘ ୩ ଘଣ୍ଟା ଧରି ଶଶୁର ଗୁମୁରେଇ ଗୁମୁରେଇ କାନ୍ଦୁଥିଲେ, ସେତେବେଳେ କୁଆଡେ ତପସ୍ଵିନୀ ଶଶୁରଙ୍କୁ ଆସି ମୁଣ୍ଡିଆ ଟିଏ ବି ମାରି ନଥିଲେ। ଆଉ କ୍ୟାମେରା ଦେଖି ବାହାରେ କ୍ୟାମେରା ସାମ୍ନାରେ ସେ ଶଶୁରଙ୍କୁ ମୁଣ୍ଡିଆ ମାରି ଥିଲେ। ଯାହାକୁ ନେଇ କଣ କହୁଛନ୍ତି ସୁମିତ ଙ୍କ ଓକିଲ ଆସନ୍ତୁ ଶୁଣିବା।

ସେ କହିଛନ୍ତି ଯେ ଯଦି ସେହି ସମୟରେ ଶଶୁର ଯେଉଁ କଷ୍ଟରେ ଥିଲେ, ଯଦି ସେତେବେଳେ ବୋହୂ ତପସ୍ଵିନୀ ଆସି ଶ୍ରଦ୍ଧାରେ, ଭଲପାଇବାରେ ମୁଣ୍ଡିଆ ଟିଏ ମାରିଥାନ୍ତେ ତେବେ କେତେ ଭଲ ହୋଇଥାନ୍ତା।କିନ୍ତୁ ତପସ୍ଵିନୀ ସେମିତି କିଛି କଲେ ନାହିଁ।ଏତେ ସମୟ ଧରି ସେମାନେ ମଧ୍ୟସ୍ଥତା ଗୃହ ଭିତରେ ରହିଲେ, ଅଥଚ ମୁଣ୍ଡିଆ ଟିକିଏ ମାରି ପାରିଲେନି କି ତାଙ୍କ ମନ ବି କହିଲାନି ସୌଜନ୍ୟତା ଦୃଷ୍ଟିରୁ ଏମିତି ଟିକେ କରିବା ପାଇଁ। କିନ୍ତୁ କ୍ୟାମେରା ଆଗରେ ମୁଣ୍ଡିଆ ମାରିବା, ଏଇଟା କଣ କଷ୍ଟ ଦେଉନି ନା ଶଶୁର ବୁଝି ପାରୁ ନାହାଁନ୍ତି, ସମାଜ ଜାଣି ପାରୁନାହିଁ କଣ ଚାଲିଛି।

ଓକିଲଙ୍କ କହିବା ଅନୁସାରେ ଏସବୁ ହେଉଛି ବୋହୂ ତପସ୍ଵିନୀଙ୍କ ଗୋଟିଏ ଗୋଟିଏ ଦେଖାନିଆ କାମ।ତେବେ ଏସବୁ ଭିତରେ ସୁମିତଙ୍କ ଓକିଲ ଏଭଳି କହୁଥିବା ବେଳେ କିନ୍ତୁ କ୍ୟାମେରା ଆଗରେ ସେଦିନ ଯାହା ଦେଖିବାକୁ ମିଳିଥିଲା ତାହା ଭିନ୍ନ ଥିଲା। ସେଦିନ ଶଶୁର ପ୍ରମୋଦ ସାହୁ ଗଣମାଧ୍ୟମ ପ୍ରତିନିଧି ଙ୍କ ସମ୍ମୁଖରେ ବାଇଟ ଦେଉଥିବା ବେଳେ ବୋହୁ ତପସ୍ଵିନୀ ଆସି ଶଶୁରଙ୍କୁ ମୁଣ୍ଡିଆ ମାରିଥିଲେ।ଆଉ ଏହାପରେ ଶଶୁର ମଧ୍ୟ ତାଙ୍କୁ ଆଶିର୍ବାଦ କରିଥିଲେ। ଆଉ ଏହାରି ଭିତରେ ସତ ମିଛ ର କାରଣ ଖୋଜା ଚାଲିଥିବା ବେଳେ କିନ୍ତୁ ବୋହୂ ତପସ୍ଵିନୀ କହିଛନ୍ତି ଯେ ଓକିଲ ବ୍ୟୋମକେଶ ତ୍ରିପାଠୀ ଘରଭଙ୍ଗା କାମ କରୁଛନ୍ତି।

ଦୟାକରି ଆମ ପରିବାରକୁ ଯୋଡି ଦିଅନ୍ତୁ। ଏପରି କାମ କରନ୍ତୁ ନାହିଁ। ମୋର ସଂସାର ଟିକେ ଯୋଡି ଦିଅନ୍ତୁ ବୋଲି ତପସ୍ଵିନୀ ଅନୁରୋଧ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଯେ କେବେ ଏହାର ପ୍ରକୃତ ସମାଧାନ ସାମ୍ନାକୁ ଆସୁଛି। ପ୍ରକୃତ ଭଲପାଇବା ଆଗରେ ସବୁକିଛି ହାର ମାନିଥାଏ। ତେବେ ଏଠାରେ ଏ ଦୁହିଁଙ୍କ କ୍ଷେତ୍ରରେ ସମସ୍ୟା ରହୁଛି କେଉଁଠି। ଆଶ୍ଚର୍ଯ୍ୟର କଥା ଏହା ଯେ ଶଶୁର ପ୍ରମୋଦ ସାହୁ, ସୁମିତ ଏବଂ ତପସ୍ଵିନୀ ସମସ୍ତେ ତିନି ଜଣ ଯାକ ନ୍ୟାୟ କୁ ଭରସା କରିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଅନ୍ୟାୟ କରୁଚି କିଏ, କାହିଁକି ଏହି ସମ୍ପର୍କ ଏଯାବତ୍ ଯୋଡ଼ି ପାରୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment