ଦେଖନ୍ତୁ Viral ଭିଡ଼ିଓ- ସହାୟତାର ହାତ ବଢ଼ିଲେ ରାଣୀ ପଣ୍ଡା , ମୁଁ ତୁମ ପରିବାରକୁ ପୋଷିବି…

ଆପଣ ମାନେ ଜାଣିଥିବେ କି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଭୁବନେଶ୍ୱରରୁ ଏକ ବିବାହ ଉତ୍ସବରେ ଯୋଗ ଦେଇ ଘରକୁ ଫେରୁଥିବା ସମୟରେ ଆଠଗଡ଼ ମୁଣ୍ଡଳୀ ରାସ୍ତାର ଡାଳଖାଇ ଛକରେ ତାଙ୍କ କାର ସହ ଏକ ବାଇକର ମୁହାଁ ମୁହିଁ ଧକ୍କା ହୋଇଥିଲା। ବାଇକ୍ ଚାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ ସାଙ୍ଗେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରା ଯାଇଥିଲା। କିନ୍ତୁ ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ରାଣୀ ପଣ୍ଡା ମଧ୍ୟ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ତେବେ ମୃତ ବାଇକ୍ ଚାଳକ ଜଣଙ୍କ ହେଉଛନ୍ତି ରାଜନଗର ଜିଲ୍ଲାର ଶ୍ରୀନିବାସ ବେହେରାଙ୍କ ପୁଅ ସୁକାନ୍ତ ବେହେରା। ସୁକାନ୍ତଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ରାଣୀ ପଣ୍ଡାଙ୍କୁ ଗିରଫ ଦାବୀ କରୁଥିବା ବେଳେ ମୃତକ ସୁକାନ୍ତଙ୍କ ପରିବାରକୁ ସହାୟତା ରାଶି ପଠାଇ ଛନ୍ତି ରାଣୀ ପଣ୍ଡା। ଖାଲି ସେତିକି ନୁହେଁ ସୁକାନ୍ତଙ୍କ ପରିବାରର ସବୁ ଦାୟିତ୍ଵ ରାଣୀ ପଣ୍ଡା ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସୁକାନ୍ତଙ୍କ ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିବେ ବୋଲି କଥା ମଧ୍ୟ ଦେଇଛନ୍ତି ରାଣୀ ପଣ୍ଡା।

ତେବେ ରାଣୀ ପଣ୍ଡା ଏବେ ଡ଼ାକ୍ତରଖାନାର ବେଡ୍ ରେ। ରାଣୀ ମଧ୍ୟ ଗୁରୁତର ଭାବରେ ଦୁର୍ଘଟଣାର ଶୀକାର ହୋଇଛନ୍ତି। ଆଉ ସୁକାନ୍ତଙ୍କ ପରିବାର ରାଣୀ ପଣ୍ଡାଙ୍କୁ ଗିରଫ ଦାବୀ କରୁଥିବା ବେଳେ ରବିବାର ସକାଳେ ରାଣୀ ପଣ୍ଡାଙ୍କ ଭାଇ ସହାୟତ ରାଶି ଆକାରରେ ୩୫ ହଜାର ଟଙ୍କାର ସହାୟତା ରାଶି ସୁକାନ୍ତଙ୍କ ପରିବାର ହାତରେ ଦେଇ ଆସିଛନ୍ତି।

ଉକ୍ତ ସହାୟତା ରାଶି ଦେବା ସହିତ ରାଣୀଙ୍କ ଭାଇ କହିଛନ୍ତି କି ରାଣୀ ଏବେ ଚିକିତ୍ସିତ ହେଉଛନ୍ତି ସେ ଭଲ ହେଲା ପରେ ତୁମ ପାଖକୁ ଆସିବେ। ତେବେ ଭୁଲ ତ ସମସ୍ତଙ୍କର ହୋଇଥାଏ ଆଉ ଏମିତି ଭୁଲ ପାଇଁ ରାଣୀ ପଣ୍ଡା ନିଜ ଭିତରେ ବହୁତ୍ ଅନୁତାପ କରୁଛନ୍ତି। ଭିତରେ ଭିତରେ ସେ ବହୁତ କାନ୍ଦୁ ଛନ୍ତି ଆଉ ସେଥି ପାଇଁ ହସ୍ପିଟାଲ୍ ବେଡ୍ ରେ ପଡ଼ି ମଧ୍ୟ ନିଜ କଥା ଚିନ୍ତା ନକରି ସୁକାନ୍ତଙ୍କ ପରିବାର ବିଷୟରେ ଚିନ୍ତା କରୁଛନ୍ତି ରାଣୀ ପଣ୍ଡା। ଆଉ ନିଜ ଭାଇଙ୍କ ହାତରେ ସହାୟତା ରାଶି ପଠାଇ ଦେଇଛନ୍ତି।

ଖାଲି ଟଙ୍କା ପଠାଇ ନାହାଁନ୍ତି ସେ କହିଛନ୍ତି ସୁକାନ୍ତ ବେହେରାଙ୍କ ପୁରା ପରିବାର ଦାୟିତ୍ଵ ଏବେ ମୋର। ତାଙ୍କ ପିଲାଙ୍କ ଭବିଷ୍ୟତ ଚିନ୍ତା ଏବେ ସେ ନିଜେ ନେବେ। ପାଠ ପଢା ଠାରୁ ଖାଇବା ପିଇବା କଥା ସବୁ ବୁଝିବେ ରାଣୀ ପଣ୍ଡା। ଏହାପରେ ୩୫ ହଜାର ଟଙ୍କାଙ୍କୁ ଗ୍ରହଣ କରିଛନ୍ତି ସୁକାନ୍ତଙ୍କ ପରିବାର ଲୋକେ। କିନ୍ତୁ ଏ ପର୍ଯ୍ୟନ୍ତ ମୃତ ସୁକାନ୍ତଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା କିଛି ମିଳି ପାରି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment