ହଁ ଦର୍ଶକ ବନ୍ଧୁ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହାର କିଛି ସୀମା ନାହି କି ତାହା କବେ ପୂରଣ ହେବନି |ବାପା ମା କେତେ କଷ୍ଟ କରି ପିଲାମାନଙ୍କୁ ପାଳନ କରିଥାନ୍ତି, ସମସ୍ତ ଅଳି ଅଝଟକୁ ସହି ବାପା ମା ଛୁଆଙ୍କୁ ପାଠ ପଢାଇଥାନ୍ତି | କିନ୍ତୁ ବାପା ମା ଙ୍କ ଆଗରେ ଯଦି ପିଲାମାନେ ଶେଷ ନିଶ୍ୱାସ ତ୍ୟାଗ କରନ୍ତି ତେବେ ତାହା ଠାରୁ ବଡ ଦୁଃଖ ଆଉ କିଛି ନାହିଁ, ସେହି ପରି ଏକ ଦୁଖଃଦ ନିଅ ଘଟଣା ଘଟିଛି କେନ୍ଦ୍ରାପଡ଼ା ଦାନପୁର ହାଟର ଝିଙ୍କିଡି ହାତ ବାଣପୁର ଛକରେ ଘଟିଥିଲା ଏହି ଅଭାବନୀୟ ଘଟଣା |
ତେବେ ଝିଅ ଲଷ୍ମୀପ୍ରିୟା ର ବୟସ ମାତ୍ର 14 ବର୍ଷ, ଘରେ ତାଙ୍କର ଦୁଇ ଝିଅ , ଏହି ଝିଅଟି ହେଉଛି ବଡ ଆଉ ନାଁ ଟି ଲଷ୍ମୀପ୍ରିୟା ବ ଗାଁ, ସାହି ସବୁ ଆଡେ ଝିଅଟିର କଥା ଶୁଣାଯାଉଛି , ଭଲ ପଢିବା ସହିତ ଝିଅଟି ଅନ୍ୟ କାର୍ଯ୍ୟରେ ମଧ୍ୟ ନିପୁଣ ଥିଲା |ସକାଳ 6 ଟାରେ ଟିଉସନ ଯିବା ପାଇଁ ବାହାରିଥିଲା ଝିଅଟି ଆଉ ସେଠି ପାଠ ପଢି 9 ରେ ଗାଁ ରାସ୍ତାରେ ଫେରୁଥିଲା ଝିଅଟି, ଆଉ ସେହି ସମୟରେ ଗୋଟିଏ ଦଶ ଚକିଆ ଜାଣଟି ଆସିଥିଲା ଗାଁ ଭିତରକୁ ଆଉ ସେହି ଟ୍ରକରେ ପୂର୍ଣ୍ଣ ହେଇକି ରହିଥିଲା ବାଲି |
ତେବେ ଝିଅଟି ପାଠ ପଢ଼ିସାରି ସାଇକେଲ ନେଇକି ରାସ୍ତାରେ ଆସୁଥିଲା ବେଳେ ତାହା ଉପରକୁ ମାଡି ଆସିଥିଲା ସେହି ଦଶ ଚକିଆ ଯାନ ଟି ଆଉ ସାଙ୍ଗେ ସାଙ୍ଗେ ଘଟଣା ସ୍ଥଳରେ ଚାଲିଯାଇଥିଲା ଝିଅଟିର ଜୀବନ, ଆଉ ଜୀବନ ଗଲା ବେଳେ ଝିଅଟିର ଆଖି ଖୋଜିବୁଲୁଥିଲା ତାର ମା କୁ |କୁନି 14 ବର୍ଷର ଝିଅଟି ଯିଏକି ଏହି ଦୁନିଆକୁ ଭଲ ଭାବରେ ଦେଖିନାହିଁ, ତାର ଭିଛ ଭଳି ଭାବରେ ମୃତ୍ୟୁ ରେ ମ୍ରିୟମାଣ ହେଇପଡିଛନ୍ତି ସମସ୍ତେ, ଆଉ ଗାଁ ର ଲୋକମାନେ ମଧ୍ୟ ଗାଡିଟିକୁ ଅଟକ ରଖି ରାସ୍ତା ଅବରୋଧ କରିଛନ୍ତି, ଆଉ ନ୍ୟାୟ ପାଇଁ ଚାହିଁ ବସିଛନ୍ତି |
ସେମାନଙ୍କର କହିବା କଥା କି ଗାଁ ଭିତରକୁ 10 ଚକିଆ ଜଣ କଣ ପାଇଁ ଆସୁଥିଲା ଆଉ ବେଆଇନ ଭାବରେ ବାଲି ନେଉଥିଲା , ବହୁତ ଥର ଏହି ବିଷୟରେ ଅଭିଯୋଗ କରିଲା ପରେ ମଧ୍ୟ ଟ୍ରାକ୍ଟର ଡ୍ରାଇଭର ନାଲି ଆଖି ଦେଖାଇ ସେମାନଙ୍କ ପାଟିକୁ ଚୁପ କରିଦେଉଥିଲେ |କିନ୍ତୁ ଆଜି ଏହି କୁନି ଝିଅ ସହିତ ଯାହା ହେଲା ତାହାର କ୍ଷତି ପୁରଣ ଦେବ କିଏ |ଆମେ ଗାଁ ରେ ରହିଲୁ ବୋଲି କଣ ଆମେ ପୋକ ମାଛି ଆମର ଜୀବନ ର କିଛି ମୂଲ୍ୟ ନାହିଁ | ଏହି ପରି ପ୍ରତିକ୍ରିୟା ଦେଖାଇଛନ୍ତି ଗାଁ ଲୋକ ମାନେ ,ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଓ ଘଟଣା ର ତଦନ୍ତ କରୁଥିବା ବେଳେ ଗାଁ ବସି ନ୍ୟାୟ ପାଇଁ ରାସ୍ତାରେ ବସିଛନ୍ତି, ଯାହା ସେସିଆଲ ମିଡିଆରେ ଭାଇରାଲ ହେଉଛି |