Femily Tips – ଶେଷ ନିଶ୍ୱାସ ଛାଡ଼ିବା ପୂର୍ବରୁ ଚାରଣ ରାମଦାସ ଦେଇ ଗଲେ ଛୋଟ ପିଲା ଓ ମହିଳାଙ୍କ ପାଇଁ ଅମୋଘ ମନ୍ତ୍ର…ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ମନୁଷ୍ୟ ଏକ ସାମଜିକ ପ୍ରାଣୀ ଏବଂ ସମାଜରେ ଥିବା ସମସ୍ତ ନିତୀ ନିୟମ ପାଳନ କରିବା ତାର ପରମ କର୍ତ୍ତବ୍ୟ ହୋଇଥାଏ । ଯଦି କୌଣସି ବ୍ୟକ୍ତି ସେହି ସବୁ ନୀତି ନିୟମ ମାନି ନଥାଏ , ତେବେ ସେ ତାର ଜୀବନରେ ଅନେକ ଅସୁବିଧା ଭୋଗିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା କେତେକ ଶିକ୍ଷଣୀୟ ବାର୍ତ୍ତା ବିଷୟରେ , ଯାହା ଜାଣିବା ଆମ ପାଇଁ ଅତ୍ୟନ୍ତ ଜରୁରୀ ଅଟେ ।

1. କୌଣସି ଗୁରୁଜନ ଗୋଡ ଲମ୍ୱେଇ କରି ବସିଥିଲେ ତାଙ୍କ ଗୋଡକୁ ଡେଇଁକରି ଯିବା ଏବଂ ଗୋଡ ବଜେଇଯିବା ଉଚିତ ହୋଇ ନଥାଏ ।

2. ଠାକୁରଙ୍କୁ ମୁଣ୍ଡିଆ ମାରିବା ସମୟରେ କଛା ଖୋଲି ମୁଣ୍ଡିଆ ମାରିବା ଉଚିତ ନୁହଁ ଏବଂ ପ୍ୟାଣ୍ଟ ସାର୍ଟ ପିନ୍ଧିଥିଲେ ତାହା ସ୍ୱଚ୍ଚ ବା ପବିତ୍ର ହୋଇଥିବା ଆବଶ୍ୟକ ଅଟେ ।

3. ଆପଣଙ୍କ ଘରେ ଯଦି ବିରାଡି ରହିଛି ତେବେ ତାଙ୍କୁ ବାଡେଇବେ ନାହିଁ , କାରଣ ଆପଣଙ୍କ ଘରୁ ଲକ୍ଷ୍ମୀ ତୁଟିଯିବେ ।

4. ପୋଥି ପଢାବହି ବା ପିଲା ମାନଙ୍କ ପାଢା ବହି ଶୋଇବା ସମୟରେ ତାକୁ ଖୋଲା କରି ଶୁଅନ୍ତୁ ନାହିଁ , ଏପରି କରିବା ଦ୍ୱାରା ମୁଣ୍ଡରେ ଥିବା ସମସ୍ତ ଜ୍ଞାନ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିବ ।

5. ଯାତ୍ରା କରୁଥିବା ସମୟରେ ଋତୁବତୀ ନାରୀର ମୁହଁ ଦେଖିବା ବହୁତ ଅଶୁଭ ହୋଇଥାଏ ଏବଂ ଶୋଇବା ଘରେ ଆଇନା ରଖିବା ମଧ୍ୟ ବହୁତ କ୍ଷତିକାରକ ହୋଇଥାଏ।

6. ସର୍ବଦା କେଶ ମୁକୁଳା କରି ରଖିବା ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ , ତା ସହ ତୁଳସୀ ଗଛ ଉପରେ ପାଲଟା ଲୁଗା ରଖିବା ବହୁତ ଅଶୁଭ ହୋଇଥାଏ । ଏହା ଆମ ଘର ପାଇଁ ଆର୍ଥିକ ପରିସ୍ଥିତି ଉପୁଜାଇ ଥାଏ ।

7 . ଯଦି ଆପଣ ଗୁରୁଶଙ୍କା କରୁଛନ୍ତି ଅର୍ଥାତ୍ ଲାଟିନ ବା ଟଇଲେଟ ଯାଉଛନ୍ତି , ଆପଣ ଯେଉଁ ବସ୍ତ୍ର ପିନ୍ଧିଛନ୍ତି ସେହି ବସ୍ତ୍ର ପିନ୍ଧି ଘରକୁ ପ୍ରବେଶ କରିବେ ନାହିଁ । ଯଦି ଘର ମଧ୍ୟକୁ ପ୍ରବେଶ କରୁଛନ୍ତି ତେବେ ଯେଉଁ ଘରେ ଠାକୁର ରହିଛନ୍ତି , ସେହି ଘରକୁ କେବେହେଲେ ପ୍ରବେଶ କରନ୍ତୁ ନାହିଁ ।

8. ଶୟନ କରୁଥିବା ଘରେ କୌଣସି ଚପଲ ରଖିନ୍ତୁ ନାହିଁ , ଏହା କରିବା ଦ୍ୱାରା ଆପଣ କେତେବେଳେ ମଧ୍ୟ ଟେନସନ ଫ୍ରି ହୋଇ ପାରିବେ ନାହିଁ । ସର୍ବଦା ମୁଣ୍ଡ ମଧ୍ୟରେ କୌଣସି ନା କୌଣସି ଟେନସନ ଲାଗି ରହିବ ।

9. କେବେ ଅଇଁଠା ଛାଡନ୍ତୁ ନାହିଁ କିମ୍ୱା ଅଇଁଠାକୁ ସାଇତି ରଖନ୍ତୁ ନାହିଁ । ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଦୟା ଆପଣଙ୍କ ଉପରେ ରହିବ ନାହିଁ ।

10. ନିଜର ଠାକୁର ଘରେ ପ୍ରତ୍ୟେକ ଦିନ ସକାଳେ କିମ୍ୱା ସନ୍ଧ୍ୟାରେ ଝୁଣା ଦୀପ ଦିଅନ୍ତୁ ଅଥବା କର୍ପୂର ଆଳତୀ କରନ୍ତୁ । ଏହା କରିବା ଦ୍ୱାରା ଆଶୁଭତ୍ୱ ଦୂର ହୋଇଥାଏ ।

11 . ଠାକୁର ପୂଜା କରିବା ସମୟରେ ଯଦି ଅତିଥିଆସି ଦୁଆର ମୁହଁରେ ଡାକନ୍ତି କିମ୍ୱା ଝିଟିପିଟି ସତ୍ ସତ୍ ଶବ୍ଦ କରେ , ସେହି ଦିନଟି ଶୁଭ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।