ଶେଷରେ ହେଲା ମହା ଖୁଲାସା ! DFO ଙ୍କ ଜଗୁଆଳିଙ୍କ ଚାଞ୍ଚଲ୍ୟକର ତଥ୍ୟ, ବିଦ୍ୟାଶ୍ରୀ ସେଦିନ ହିଁ….

0

ଏସିଏଫ୍ ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତଭାର ଏବେ ନ୍ୟସ୍ତ ରହିଛି କ୍ରାଇମବ୍ରାଞ୍ଚ୍ ହାତରେ।ଏହି କ୍ରମରେ ତଦନ୍ତ ପ୍ରକ୍ରିୟା ଯେତିକି ଆଗଉଛି, ସେତିକି ନୂଆ ନୂଆ ତଥ୍ୟ ଓ ଚରିତ୍ର ମଧ୍ଯ ସାମ୍ନାକୁ ଆସୁଛନ୍ତି। ଏହା ଫଳରେ ଦିନକୁ ଦିନ ଅଧିକ ରହସ୍ୟ ଘେରରେ ଛନ୍ଦି ହୋଇଯାଉଛି ସୌମ୍ୟ ଙ୍କ ମୃତ୍ୟୁ ମାମଲା। ଆଉ ଏଭଳି ସ୍ଥିତିରେ ଅ଼ଡୁଆ ସୂତାରୁ ଖିଅ ବାହାର କରିବାରେ କ୍ରାଇମବ୍ରାଞ୍ଚ ଲାଗି ପଡିଥିବା ବେଳେ ଏଥିରେ ସେ କେତେ ସଫଳ ହେଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି ନିଶ୍ଚିତ ଭାବରେ। ତେବେ କ୍ରାଇମବ୍ରାଞ୍ଚ୍ ତଦନ୍ତରର ଚତୁର୍ଥ ଦିନ ତଥା ଜେରାର ଦ୍ୱିତୀୟ ଦିନରେ ପାଳି ରେ କ୍ରାଇମବ୍ରାଞ୍ଚ କୁ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିଛି।

ତେବେ ଏହି ଜେରାରେ ଡିଏଫ୍ଓ ଙ୍କ ଜଗୁଆଳି, ମାଳି ଏବଂ ଜଣେ ବନ କର୍ମଚାରୀଙ୍କ ପାଳି ପଡିଛି। ଆଉ ସେମାନଙ୍କ ଠାରୁ ସେଦିନର ଘଟଣା ବାବଦରେ ଟିକିନିଖି କଥା ଜାଣିବାକୁ ପ୍ରଶ୍ନ ପରେ ପ୍ରଶ୍ନ ଗତକାଲି କରି ଚାଲିଥିଲା କ୍ରାଇମବ୍ରାଞ୍ଚ ଟିମ୍। ତେବେ ସେମାନଙ୍କୁ ପାଖାପାଖି ୪ ଘଣ୍ଟାର ପଚରା ଉଚରା କରିଥିଲା କ୍ରାଇମବ୍ରାଞ୍ଚ୍ ଏବଂ ଏଥିରେ ଅନେକ ଗୁମର ଖୋଲିଛନ୍ତି ଉଭୟ ମାଳି ଏବଂ ଜଗୁଆଳି।ତେବେ କହିବାକୁ ଗଲେ ଏକପ୍ରକାର ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ସତ ବାହାର କରିବାକୁ ଯେମିତି ଲାଗି ପଡ଼ିଛି କ୍ରାଇମବ୍ରାଞ୍ଚ ଟିମ୍। ଫଳ ସ୍ଵରୂପ ଘଟଣା ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଚାଲିଛି କ୍ରାଇମବ୍ରାଞ୍ଚ୍ ର ମାରାଥନ୍ ଜେରା।

ଆଉ ଏହି କ୍ରମରେ ତଦନ୍ତ ପ୍ରକ୍ରିୟା ବଢିବା ସହିତ ଅନେକ ଗୁମର ମଧ୍ଯ ଖୋଲିବାରେ ଲାଗିଛି। ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଗୁଆଳି ଜଣଙ୍କ ତାଙ୍କ ବୟାନରେ କହିଛନ୍ତି, ଘଟଣା ଦିନ ରାତି ୮ଟା ବେଳେ ନିଜେ ଜିଲ୍ଲାପାଳ, ଡିଏଫ୍ଓଙ୍କ ଘରକୁ ଯାଇଥିଲେ ଏବଂ ଯେତେବେଳ ଗୁରୁତର ଥିବା ଏସିଏଫଙ୍କୁ ମେଡିକାଲ୍ କୁ ନିଆଗଲା ସେତେବେଳେ ବି ସେ ସେଠାରେ ଉପସ୍ଥିତି ରହିଥିଲେ।ଏହି ତଥ୍ଯ ଏବେ ଜିଲ୍ଲାପାଳ ଙ୍କୁ ବି ସନ୍ଦେହ ଘେରକୁ ଟାଣି ଆଣିଛି। କେବଳ ଏତିକି ନୁହଁ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସହକର୍ମୀ ଏସିଏଫ୍, ଫରେଷ୍ଟ ଗାର୍ଡ, ରୋଷେୟା, ଜଗୁଆଳି, ମାଳି ଏବଂ ଆମ୍ଭୁଲାନ୍ସ ଡ୍ରାଇଭର ଯେଉଁ ମାନେ ବି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ସହ ପ୍ରତ୍ୟକ୍ଷ ଭାବରେ ହୁଅନ୍ତୁ କି ପରୋକ୍ଷ ଭାବରେ ଜଡିତ ହୁଅନ୍ତୁ ସମସ୍ତ ଙ୍କୁ ଜଣ ଜଣଙ୍କୁ ଡାକି ଜେରା କରାଯାଉଛି।

ତେବେ ଡିଏଫ୍ଓ ଙ୍କ ସମ୍ପୃକ୍ତି ନେଇ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିବା ବେଳେ ଜିଲ୍ଲାପାଳ ଙ୍କ ଉପସ୍ଥିତି ଘଟଣାକୁ ଆହୁରି ସନ୍ଦେହ ଘେରକୁ ଟାଣି ଆଣିଛି। ଆଉ ଏହାରି ଭିତରେ ଏହି ରହସ୍ୟ ଜନକ ମୃତ୍ୟୁ ମାମଲାକୁ ସମାଧାନ ସ୍ଵରୂପ ଦୋଷୀ ଖୋଜି ବାହାର କରିବାରେ କ୍ରାଇମବ୍ରାଞ୍ଚ୍ କେତେ ସଫଳ ହେଉଛି ତାହା ଆଗାମୀ ସମୟ କହିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।