ଶେଷରେ ହେଲା ମହା ଖୁଲାସା ! cctv ରେ ସାମ୍ନାକୁ ଆସିଲା ମନୀଷ ଙ୍କ ମୃତ୍ୟୁର ଆଉ ଏକ ରହସ୍ୟ…ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଏବେ ଖବରକୁ ନେଇ ଗଣମାଧ୍ୟମରେ ଏହାର ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ସିଏ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ଙ୍କ ପୁଅ ମନୀଷ ଅନୁରାଗ। ଯାହାଙ୍କ ମୃତ ଦେହ ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ନିକଟସ୍ଥ ପୋଖରୀରୁ ମିଳିଥିଲା। ତେବେ ଆପଣ ଜାଣି ପାରୁଥିବେ କିପରି ଭାବରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଏହାର ରହସ୍ୟ ଭେଦ କରିବାକୁ ଚେଷ୍ଟା କରୁଛି ପୋଲିସ୍। ଜଣେ ବରିଷ୍ଠ ସାମ୍ବାଦିକ, ନବୀନ ଦାସଙ୍କ ବଡ଼ ପୁଅ ଥିଲେ ମନୀଷ ଅନୁରାଗ। ମନୀଷଙ୍କୁ ଶେଷ ଥର ପାଇଁ ସାଉଥ ସିଟି ହୋଟେଲ ସମ୍ମୁଖରେ ଦେଖିବାକୁ ମିଳିଥିଲା।

ଯାହାକୁ ନେଇ ପୋଲିସ ର ତନାଘନା ଆରମ୍ଭ ହୋଇଥିଲା। ତେବେ ମନିଷଙ୍କର ଦୁଇ ସାଙ୍ଗ ମୃତ୍ୟୁଞ୍ଜୟ ମିଶ୍ର ଓ ଦୀନେଶ ମହାପାତ୍ରଙ୍କୁ ଅଟକ ରଖି ପୋଲିସ ତାଙ୍କୁ ପଚରାଉଚରା କରୁଛି। ଯାହା ଜଣା ପଡ଼ିଛି ଘଟଣା ଦିନ ରାତିରେ ଖାଇବା ବିଲ୍‌କୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପାଟିତୁଣ୍ଡ ହେବା ପରେ ବାର୍‌ କର୍ତ୍ତୃପକ୍ଷ ମନିଷଙ୍କ ଫୋନକୁ ବନ୍ଧକ ରଖିଥିଲେ। ପରେ ସେ ଘରକୁ ଫୋନ କରି ଟଙ୍କା ପଠାଇବାକୁ କହିଥିଲେ। ଏହାପରେ ପରିବାର ଲୋକେ ଦୁଇଥର କରି ତାଙ୍କୁ ୮୦୦୦ ଟଙ୍କା ପଠାଇଥିଲେ। ବିଲ୍‌ ଦେବା ପରେ ସେ ଏକୁଟିଆ ସେଠାରୁ ବାହାରି ଚାଲି ଆସିଥିଲେ।

ତେବେ ମନୀଷ ହୋଟେଲରୁ ବାହାରି ରାସ୍ତାରେ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଉ ତାଙ୍କ ଆଗରେ ଜଣେ ଯୁବତୀ ମଧ୍ୟ ଚାଲି ଚାଲି ଯାଉଥିବା ସିସିଟିଭିରେ ଦେଖିବାକୁ ମିଳିଛି। ଏହି ଦୃଶ୍ୟ ସିସି ଟିଭିରେ କଏଦ ହେବା ପରେ ଏବେ ଦେଖିବାକୁ ମିଳିଛି ଏଵଂ ଏହା ଏକ ନୂଆ ମୋଡ ଆଡ଼କୁ ଇଙ୍ଗିତ କରୁଛି। ତେବେ ଏହି ଭିଡିଓ ଏବେ ସାମ୍ନାକୁ ଆସିବା ପରେ ଏକ ପ୍ରଶ୍ନ ସୃଷ୍ଟି ହେଉଛି ଯେ ଏତେ ରାତିରେ ଯାଉଥିବା ସେହି ଯୁବତୀ ଜଣକ ପ୍ରକୃତରେ କିଏ ଅଟନ୍ତି ଏବଂ ଏହି ପୂରା ଘଟଣା ସହିତ ଯୁବତୀଙ୍କ କିଛି ଲିଙ୍କ୍‌ ଅଛିକି ନାହିଁ। ତେବେ ଏହାର ଉତ୍ତର ତ ଆଗକୁ ମିଳିବ କିନ୍ତୁ ଏହି ଫୁଟେଜ୍‌ ସାମ୍ନାକୁ ଆସିବା ପରେ କମିଶନରେଟ ପୁଲିସ ଯୁବତୀଙ୍କୁ ନେଇ ଏବେ ଖୋଳତାଡ ଆରମ୍ଭ କରିଛି।

ମନୀଷ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ଭୋର ୪ଟା ୧୨ରୁ ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ରବିବାର ସକାଳେ ପରିବାର ଲୋକେ ବହୁ ଖୋଜାଖୋଜି କରି ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ଅପରାହ୍ନ ୨ଟାରେ ପାତ୍ରପଡ଼ା ଗାଁ ପୋଖରୀରୁ ମନୀଷଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଜବତ କରାଯାଇଥିଲା। ତେବେ ମନୀଷ ଙ୍କୁ ମାରି ପୋଖରୀରେ ଫିଙ୍ଗା ଯାଇଛି ନା ପୋଖରୀରେ ବୁଡି ମନୀଷ ଙ୍କ ମୃତ୍ୟୁ ହୋଇଛି ତାହା ଏବେ ପୋଲିସ୍ ଖୋଜୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment