ଶେଷରେ ବର୍ଷା-ଅନୁଭବଙ୍କ ବି ଛାଡିଲେଣି ସୁର ରାଉତରାୟ କହିଲେ ଏମିତି….‘ଗୋଟିଏ ଘରେ ପୁରାଅ…ଆଉ ତା ପରେ ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଜଣେ ନିର୍ଭୀକ, ସାହାସୀ ଏବଂ ରୋକଠୋକ ବୟାନ ପାଇଁ ବେଶ୍ ଚର୍ଚ୍ଚାରେ ରହି ଥିବା ନେତା ହେଉଛନ୍ତି ଜଟଣୀ ର ବର୍ତ୍ତମାନର ବିଧାୟକ ସୁର ରାଉତରାୟ। ଜଣେ ସଚ୍ଚୋଟ ନେତା ଭାବରେ ବି ସେ ପରିଚିତ ଅଟନ୍ତି। ଜନସାଧାରଣ ଙ୍କ ପାଇଁ ସେ ସବୁବେଳେ ତାଙ୍କର କର୍ମକୁ ଜାରି ରଖିଥାନ୍ତି। ତେବେ ଏହି ରାଜନେତା ଜଣଙ୍କ କୌଣସି ବି ଭୁଲ୍ କୁ ଗ୍ରହଣ ନକରି ଯେଉଁଟା ବାସ୍ତବ ଘଟଣା ତାକୁ କହିଥାନ୍ତି। ଦଳ ବଳ ନିର୍ବିଶେଷରେ ସେ ଲୋକଙ୍କ ପାଇଁ କାମ କରିବାକୁ ଆଗେଇ ଆସିଥାନ୍ତି। ଜଣେ ଟାଣୁଆ ନେତା ଭାବରେ ମଧ୍ଯ ସୁର ରାଉତରାୟ ବେଶ୍ ଜଣାଶୁଣା। କଂଗ୍ରେସ୍ ଦଳର ଏହି ନେତାଙ୍କ ଲୋକପ୍ରିୟତା ବି ବହୁତ୍ ଅଧିକ।

ଜଣେ ଦୃଢ଼ ରାଜନେତା ଭାବରେ ତାଙ୍କର ଶାସନ ସାଙ୍ଗକୁ ତାଙ୍କର ଡାଇଲଗ, ତାଙ୍କର ମିଡ଼ିଆ ଆଗରେ ଦେଉଥିବା ବାଇଟ୍ ପାଇଁ ସେ ବେଶ୍ ପରିଚିତ। ସାଧାରଣ ଲୋକଙ୍କ ପାଇଁ ସେ ସେମାନଙ୍କର ସ୍ବାର୍ଥ ପାଇଁ ଅନେକ କିଛି କାମ କରିଥାନ୍ତି, ଯେଇଁପାଇଁ ଆଜି ସେ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି। ଏହା ସହ ବେଳେବେଳେ ତାଙ୍କର କିଛି ବୟାନ ମଧ୍ଯ ତାଙ୍କୁ ଅଡୁଆରେ ପକାଇ ଦେଇଥାଏ। କିନ୍ତୁ କୌଣସି ପ୍ରସଙ୍ଗ ଉଠିଲେ ଗଣମାଧ୍ୟମ ପ୍ରତିନିଧି ମାନେ ଏକ ବାଇଟ ପାଇଁ ତାଙ୍କ ପାଖକୁ ଚାଲି ଯାଇଥାନ୍ତି। ଅନେକ ବର୍ଷ ଧରି ସେ ରାଜନୀତି ରେ ପାଦ ରଖି ଜଣେ ସଫଳ ରାଜନେତା ହୋଇ ପାରିଛନ୍ତି। ଏହି ଟାଣୁଆ, ପରାକ୍ରମୀ ନେତା ଜଣଙ୍କ ଲୋକଙ୍କ ସହ ବହୁତ୍ ଜଡ଼ିତ।ଲୋକଙ୍କ କଥା ସେ ପ୍ରତ୍ୟକ୍ଷ ଭାବରେ ବୁଝନ୍ତି।

ଏହି ରାଜନେତା ଜଣଙ୍କ ଏବେ ପୁଣି ଏକ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି। ଆଗରୁ ସେ ବର୍ଷା ଓ ଅନୁଭଵ ଙ୍କ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଥିଲେ। ଏବେ ପୁଣି ସେହି ସମାନ ପ୍ରସଙ୍ଗକୁ ନେଇ ସେ ମିଡ଼ିଆ ଆଗରେ ତାଙ୍କର ବାଇଟ ଦେଇଛନ୍ତି।ସେ କହିଛନ୍ତି ଯେ କୋର୍ଟ ଙ୍କ ନିଷ୍ପତ୍ତି ଗ୍ରହଣ ଯୋଗ୍ୟ। ସେମାନଙ୍କୁ ଏକା ସାଙ୍ଗରେ ରଖି ଦିଆ ଯାଉ ,ଆଉ ବାହାରୁ କବାଟ ବନ୍ଦ କରି ଦିଆଯାଉ। କିଛି ସମୟ ପରେ ଦେଖିବେ ସବୁ ଠିକ ହୋଇଯିବ। ସେମାନେ ରୁମ୍ ଭିତରେ ରହି ଘସା ଘସି ହେଲାପରେ ସବୁ ଠିକ୍ ହୋଇଯିବ। ତାଙ୍କୁ ଟିକେ ନିରଲା ରେ ଛାଡି ଦିଆଯାଉ।

ଏହାପରେ ସେମାନେ ରମ୍ପା ରୁମ୍ପି, ଖୁମ୍ପା ଖୁମ୍ପି ହେବେ। ସ୍ବାମୀ ସ୍ତ୍ରୀଙ୍କ ଭିତରେ ସବୁକିଛି ସମାଧାନ ହୋଇଯିବ।ଗୋଟେ ରୁମ୍ ଭିତରେ ତାଙ୍କୁ ବନ୍ଦ କରିଦେଇ, ଘର ଭିତରକୁ କେହି ନଯାଇ, ଶାଶୁ ଶଶୁର କୁ ଭିତରକୁ ନଛାଡ଼ି କିଛି ସମୟ ସେମାନଂକୁ ଏକାକୀ ଛାଡ଼ିଦେଲେ ସେମାନେ ଘଶା ଘଶି ହେବେ। କିଛି ସମୟ ପରେ ସେମାନଙ୍କ ଭିତରେ ନିବିଡତା ବଢିଯିବ। ଏମିତି କହି ବହୁତ୍ ବଢିଆ ନିଷ୍ପତ୍ତି ନେଇଛନ୍ତି ସେ ଜଜ୍ ବୋଲି ସୁର କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।