ଶେଷରେ ହେଲା ମହାଖୁଲାସା ! “ସନ୍ଦେହରେ DFO ଓ ସ୍ତ୍ରୀ ବିଦ୍ୟାଭାରତୀ” ସାମ୍ନାକୁ ଆସିଲା ସମସ୍ତଙ୍କ ଛାତି କୁ ଦୁହୁଲି ଦେଲା ଭଳି ଦୃଶ୍ୟ….ଦେଖନ୍ତୁ ଭିଡ଼ିଓ

0

ପାରଳାଖେମୁଣ୍ଡି ଏସୋଫୋ ସମ୍ୟରଞ୍ଜନ ଙ୍କ ମୃତ୍ୟୁ ଘଟଣାକୁ 50 ଦିନରୁ ଉର୍ଦ୍ଧ ହେବାକୁ ଲାଗିଲାଣି , କିନ୍ତୁ ଘଟଣାର ରହସ୍ୟ ବର୍ତ୍ତମାନ ସୁଦ୍ଧା ଲୋକ ଲୋଚନକୁ ଆସି ପାରୁ ନାହିଁ । ଘଟଣାର ସତ୍ୟାସତ୍ୟ ମଧ୍ୟ ଏ ପର୍ଯ୍ୟନ୍ତ ପର୍ଦ୍ଦାଫାସ ହୋଇ ପାରି ନାହିଁ । ପ୍ରଥମେ ପୋଲିସ ଏବଂ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ପରେ ମଧ୍ୟ ଘଟଣାର ସତ୍ୟାସତ୍ୟ ଜଣା ପଡି ନାହିଁ । ଏହି ସମୟରେ ଡିଏଫୋ ଙ୍କ ଅଫିସର ଜଣେ ଯଗୁଆଳୀ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଡିଏଫୋ ସଂଗ୍ରାମ କିଶୋର ବେହେରା ସମ୍ୟରଞ୍ଜନଙ୍କ ବାସଭବନକୁ ରାତି ଅଧରେ ଯାଉଥିଲେ ।

ତେବେ ସେ ବୟାନକାରୀଙ୍କ ନା ହେଉଛି ଗଙ୍ଗା ପ୍ରଧାନ , ସେ ଡିଏଫୋଙ୍କ ଅଫିସରେ ନାଇଟ ଜଗୁଆଳୀ ଭାବେ କାମ କରୁଥିଲେ । ସେ ନିୟମିତ ଭାବରେ ତାଙ୍କର କାର୍ଯ୍ୟ ତୁଲାଉ ଥିଲେ , ଦିନେ ସେ ରାତି 12 ଟାରେ ଏସୋଫେ ସମ୍ୟରଞ୍ଜନ ଙ୍କ ଘରକୁ ଡିଏଫୋ ଯିବାର ସେ ନିଜ ଅଖିରେ ଦେଖିଛନ୍ତି । ବିଗତ 8 ବର୍ଷ ହେବ ସେ ଏହି ଡିଏଫୋ ଙ୍କ ଅଫିସରେ ନାଇଟ ଡ୍ୟୁଟି କରୁଥିଲେ , କିନ୍ତୁ ବର୍ତ୍ତମାନ ର ଡିଏଫୋ ଆସିବା ପରେ ତାଙ୍କୁ ଚାକିରୀରୁ ବାହର କରି ଦେଇଥିଲେ । ଗଙ୍ଗା ପ୍ରଧାନ ମଧ୍ୟ ନିଜର ଅଭିଯୋଗ ରଖିଛନ୍ତି , ଯେ ଏହି କାରଣ ବଶତଃ ସେ ତାଙ୍କୁ ଚାକିରୀରୁ ବାହର କରି ଦେଇଛନ୍ତି ।

ଗଙ୍ଗା ନାକକ ବ୍ୟକ୍ତି ଏହା ମଧ୍ୟ କହିଛନ୍ତି ଯେ ଗମେଣ୍ଟ ଡ୍ରାଇଭର ପ୍ରଫୁଲ୍ଲ ବେହେରା ଙ୍କୁ ଏ ପର୍ଯ୍ୟନ୍ତ ଜେରା କରାଯାଇ ନାହିଁ । ଦ୍ୱିତୀୟରେ ସେଠାରେ ଥିବା ମାଳୀ ଅଜୟ ବେହେରା ତାଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ଜେରା କରାଯାଇ ନାହିଁ । ସମ୍ୟଙ୍କ ସମ୍ପର୍କରେ ତାଙ୍କୁ ଅନେକ କିଛି ଜଣା ଅଛି ବୋଲି ସେ କହିଛନ୍ତି , କାରଣ ସମ୍ୟରଞ୍ଜନଙ୍କ ଘର ଏବଂ ଅଜୟ ବେହେରାଙ୍କ ଘର ପାଖାପାଖି ରହିଛି । ତେଣୁ ଏ ସମ୍ପର୍କରେ ତାଙ୍କୁ ଅଧିକ କିଛି ତଥ୍ୟ ଜଣା ଅଛି ବୋଲି ଗଙ୍ଗା କହିଛନ୍ତି । ଗଙ୍ଗା ଡିସେମ୍ୱର ମାସରେ ରାତି ପାଖାପାଖି 12 ଟା ସମୟରେ ଡିଏଫୋ ସମ୍ୟରଞ୍ଜନଙ୍କ ଘରକୁ ଯିବାର ସେ ନିଜ ଆଖିରେ ଦେଖିଛନ୍ତି ।

ଯେଉଁ କାରଣରୁ ତାଙ୍କୁ ଚାକିରୀରୁ ଇସ୍ତଫା ମିଳିଥିବାର ଗଙ୍ଗା କହିଛନ୍ତି , ତେବେ ଆଗାମୀ ସମୟରେ ଏହି ଘଟଣା କେଉଁ ମୋ଼ଡ ନେଉଛି ତାହା ଜାଣିବାକୁ ବାକି ରହିଛି । କାରଣ ଏ ପର୍ଯ୍ୟନ୍ତ ସମ୍ୟଙ୍କ ମୃତ୍ୟୁର ପରଦା ଫାସ ହୋଇ ନାହିଁ । କ୍ରାଇମବ୍ରାଞ୍ଚ ମଧ୍ୟ ନିଜର ତଦନ୍ତ ଚଳାଇଛି , ଧୀରେ ଧୀରେ ଘଟଣା ନୂଆମୋଡ ନେଉଛି । ଏସୋଫୋ ସମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ଧୀରେ ଧୀରେ ସନ୍ଦେହ ଘେର ରେ ରହିଛି । ତେବେ ଆଗାମୀ ଦିନରେ ଏହା କେଉଁ ମୋଡ ନେବ ତାହା ଜାଣିବାକୁ ବାକି ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।