ଦେଖନ୍ତୁ ଭିଡ଼ିଓ – ଆଶ୍ଚର୍ଯ୍ୟ ! ଶିବରାତ୍ରି ରେ ମନ୍ଦିର ପ୍ରାଙ୍ଗଣରେ ସ୍ୱୟଂ ଦେଖା ଦେଲେ ଭୋଳା ମହାଦେବ ଙ୍କ ସାପ ଦେଖିବା ପାଇଁ ହଜାର ହଜାର ଭକ୍ତ ଙ୍କ ଭିଡ…

0

ସାଧାରଣତଃ ସାପ ର ନାମ ଶୁଣିଲେ ଭୟ ରେ ଦେହ ଥରିବାକୁ ଆରମ୍ଭ କରି ଥାଏ। କାରଣ ସାପ ଏକ ବିଷଧର ଓ ଭୟଙ୍କର ଜୀବ ଅଟେ ଯିଏ ମଣିଷ ର ତିଳେ ମାତ୍ର ଭୁଲ ରେ ତାକୁ କ୍ଷତି ପହଞ୍ଚାଇ ଥାଏ । କିନ୍ତୁ ଅନେକ ସମୟ ରେ ଦେଖି ଥିବେ ଯେ ନାଗ ସାପ ଘରେ ପଶି ଯାଇ ଥାଏ। ନାଗ ସାପ ଏକ ବିଷାକ୍ତ ସାପ ଆଉ ସାପ ର ଚୋଟ ରୁ ବଞ୍ଚିବା ସହଜ କଥା ନୁହେଁ । କିନ୍ତୁ ହିନ୍ଦୁ ଧର୍ମ ର ପୁରାଣ ଅନୁସାରେ ଏହି ସାପ ଭଗବାନ ଶିବ ଙ୍କ ର ଅତି ପ୍ରିୟ ଅଟନ୍ତି କାରଣ ପୁରାଣ ଅନୁସାରେ ସମୁଦ୍ର ମନ୍ଥନ ସମୟ ରେ ଏହି ସାପ ମାନେ ଭଗବାନ ଶିବ ଙ୍କ ସହିତ ବିଷ ସେବନ କରି ଥିଲେ ଓ ସେବେ ଠାରୁ ଏମାନେ ଭଗବାନ ଶିବ ଙ୍କ ଗଳା ରେ ରହିଛନ୍ତି।

ଏମିତି ବି କୁହାଯାଏ ଭଗବାନ ଶିବ ସାପ ବେଶ ରେ ମଧ୍ୟ ଆସି ଥାନ୍ତି। ଗତକାଲି ପାଳନ କରାଯାଇଛି ମହା ଶିବରାତ୍ରୀ ଆଉ ଏହି ମହା ଶିବରାତ୍ରୀ ଅବସର ରେ ଭଗବାନ କୃପା ଦେଖିବାକୁ ମିଳିଛି। ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;

ମହା ଶିବରାତ୍ରୀ ଦିନ ନାଗ ସାପ ଦୃଶ୍ୟମାନ ହେବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହେବା ସହିତ ଭକ୍ତ ମାନେ ଭାବ ବିଭୋଳ ହୋଇ ପଡିଛନ୍ତି । ମହା ଶିବରାତ୍ରୀ ପାଇଁ ବିଭିନ୍ନ ଶୈବ ପୀଠ ରେ ଶ୍ରଦ୍ଧାଳୁ ମାନଙ୍କ ର ଭିଡ଼ ଦେଖିବାକୁ ମିଳିଥିଲା। ଏମିତି ରେ ଚଉଦାର ଗନ୍ଧର୍ବନାଥ ମନ୍ଦିର ରୁ ସମସ୍ତଙ୍କୁ ଚକିତ କରିବା ଭଳି ଦୃଶ୍ୟ ସାମ୍ନା କୁ ଆସୁଛି ଯାହା ଆପଣ ଭିଡିଓ ରେ ଦେଖି ପାରିବେ । କିଛି ଭକ୍ତ କାଲି ମହା ଶିବରାତ୍ରୀ ଅବସର ରେ ମନ୍ଦିର କୁ ପୂଜା କରିବା ପାଇଁ ଆସିଥିବା ବେଳେ ମନ୍ଦିର ପ୍ରାଙ୍ଗଣ ରେ ସାପ ଖେଳୁ ଥିବାର ଦେଖିବାକୁ ପାଇଥିଲେ ।

ସୂଚନା ଅନୁସାରେ କାଲି ରାତି ପାଖା ପାଖି ୯ ଟା ବେଳେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା ଚଉଦାର ର ଗନ୍ଧର୍ବନାଥ ମନ୍ଦିର ନିକଟ ରେ । ମନ୍ଦିର ର ପ୍ରାଙ୍ଗଣ ରେ ଖେଳୁଥିଲା ନାଗ ସାପ। ଏମିତି ଏକ ବିରଳ ଦୃଶ୍ୟ ଦେଖିବାକୁ ଆଖ ପାଖ ଅଞ୍ଚଳର ଲୋକ ମାନେ ମଧ୍ୟ ଜମା ହୋଇଥିଲେ । କିଛି ଲୋକ ଏମିତି ଏକ ବିରଳ ଦୃଶ୍ୟ କୁ ନିଜ ମୋବାଇଲ ରେ ଭିଡିଓ କରିଥିଲେ ।

ତେବେ ଗତ କାଲି ଥିଲା ମହା ଶିବରାତ୍ରୀ ଏମିତି ଏକ ଶୁଭ ଦିନ ରେ ନାଗ ସାପ ଦର୍ଶନ ନିହାତି ଭାବେ ଏକ ଦୁର୍ଲଭ ଦୃଶ୍ୟ ଅଟେ। ଏହି ସାପ ବିଷୟ ରେ ମନ୍ଦିର ର ପୂଜକ ମାନେ ମଧ୍ୟ ନିଜ ପତିକ୍ରୀୟ ରଖିଥିଲେ ଓ କହିଥିଲେ ଯେ ଏହା ଏକ ନିଶ୍ଚିତ ଭାବେ ବିରଳ ଦୃଶ୍ୟ । ତେବେ ମହା ଶିବରାତ୍ରୀ ଅବସର ରେ ଏମିତି ଏକ ଦୃଶ୍ୟ ସମସ୍ତଙ୍କ ମନରେ ଭକ୍ତି ର ଭାବନା ନେଇ ଆସିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।