ଶିବ ସହିତ କଥା ହେବାକୁ ଡ଼ରୁଛନ୍ତି ବଡ଼ ବଡ଼ ଗୁଣ୍ଡା… ଦେଖନ୍ତୁ ଭାଇରାଲ Video

କୁସୁପୁର ର ନାରକୀୟ ନରସଂହାର ର ଖଳନାୟକ ଶିବ ସାହୁ। ରିମାଣ୍ଡ ଅବଧି ସରିବା ପରେ ଏବେ ସେ ସାଲେପୁର ର ସବ୍ ଜେଲ ରେ। ହତ୍ୟାକାରୀ ଶିବ ସାହୁ ଜେଲ୍ କୁ ଯିବା ଦିନଠାରୁ ଜେଲ୍ ରେ ଥିବା କର୍ମଚାରୀ ଏବଂ କଏଦୀ ମାନେ ସେହି ଲୋମ ଟାଙ୍କୁରା ହତ୍ୟାକାଣ୍ଡ କୁ ନେଇ ଭିନ୍ନ ଭିନ୍ନ କଥା ଆଲୋଚନା କରୁଛନ୍ତି।ସମସ୍ତଂକ ମନରେ ଶିବ ସାହୁ ପ୍ରତି ଏକ ଭୟ ସୃଷ୍ଟି ହୋଇଚି। ତା ସହିତ କଥା ହେବାକୁ ବି ଡରୁଛନ୍ତି ଜେଲ୍ ରେ ଥିବା ଅନ୍ୟ କଏଦୀ ମାନେ। ଶିବ କୁ ଥରୁଟିଏ ଦେଖିବା ପାଇଁ ଜେଲ୍ ର ଅନ୍ଯ କଏଦୀ ମାନଙ୍କ ମନରେ ଏକ ଭିନ୍ନ ଉତ୍ସୁକତା ଦେଖା ଦେଇଛି।

ସମସ୍ତେ ଶିବ ସାହୁ ଭଳି ଏକ ହତ୍ୟାକାରୀ କୁ ଏଥିପାଇଁ ଦେଖିବାକୁ ଇଚ୍ଛୁକ କାରଣ ସେମାନେ ଜାଣିବାକୁ ଚାହୁଁଛନ୍ତି ଯେ ସେ କି ପ୍ରକାର ଜନ୍ତୁ। ଯିଏକି ଜଣେ ନୁହେଁ କି ଦୁଇଜଣ ନୁହେଁ ବରଂ ଏକା ଥରକେ ପାଞ୍ଚ ଜଣଙ୍କ ମୁଣ୍ତ କାଟି ହତ୍ୟା କରିଦେଲା। ପୁଣି ସେମାନେ ସମସ୍ତେ ତାର ନିଜର ରକ୍ତ ସମ୍ପର୍କୀୟ ଅଟନ୍ତି। ଏଭଳି ନରକିୟ କାଣ୍ଡ ଘଟାଇବା ପରେ ମଧ୍ୟ ତା ମନରେ ଆଦୌ ପଶ୍ଚାତାପ ନଥିଲା। ବରଂ ସେ ନିଜେ ଏସବୁ ଘଟଣା ର ଭିଡିଓ ନିଜେ ସୋସିଆଲ ମିଡିଆରେ ଭାଇରାଲ କରିଥିଲା ଏବଂ ଘଟଣା ସଂମ୍ପର୍କରେ ସମସ୍ତ ଙ୍କୁ ଜଣାଇ ସାହସିକତା ର ସହିତ ନିଜେ ଯାଇ ଥାନାରେ ଆତ୍ମ ସମର୍ପଣ କରି ଦେଇଥିଲା।

ତେବେ ଏସବୁ ଜାଣିବା ପରେ ଜେଲ୍ ରେ ଥିବା ବଡ ବଡ କଏଦୀ ମାନଙ୍କ ର ମଧ୍ୟ ବାର୍ ବାଜି ଯାଇଛି ଏବଂ ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ସେମାନେ ଶିବ ର ପାଖ ମାଡ଼ିବାକୁ ସାହାସ ମଧ୍ୟ କରି ପାରୁ ନାହାଁନ୍ତି। ଏ ଘଟଣା ଏଭଳି ଭାବରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ୟ୍ଯ କରିଛି ଯେ କଣ କେହି ଏମିତି ଏତେ ନୃଶଂସ ହୋଇ ନିଜ ପରିବାର ଲୋକଙ୍କୁ ମାରି ଦେଇପାରେ। କାଳେ ଶିବ ରାଗିଯିବ ଏବଂ ଜେଲ୍ ରେ କିଛି କାଣ୍ଡ ଘଟାଇଦେବ ସେଥିପାଇଁ ଜେଲ୍ କର୍ତ୍ତୃପକ୍ଷ ଶିବ ଉପରେ କଡ଼ା ନଜର ବି ରଖିଛନ୍ତି।

ଜେଲର ୩ ଜଣ ୱାର୍ଡର କୁ ଶିବ ସାହୁ ଉପରେ ନଜର ରଖିବାକୁ କୁହା ଯାଇଛି। ସାଲେପୁର ଜେଲ୍ ରେ ୨୪ ଘଣ୍ଟା ଶିବ ଉପରେ ନଜର ରଖିବାକୁ କୁହା ଯାଇଛି। ଆଉ ସାଲେପୁର ଜେଲ୍ ଏବେ ବହୁତ୍ ଚର୍ଚ୍ଚାରେ ଶିବ ସାହୁ ପାଇଁ। ଶିବ ଜେଲ୍ କୁ ଆସିବା ପାଖରୁ ତା ଉପରେ ସ୍ଵତନ୍ତ୍ର ନଜର ରଖା ଯାଇଛି ଏବଂ ଜେଲ୍ ର ଅନ୍ଯ କଏଦୀ ମାନେ ତାକୁ ଦେଖି ତା ସହିତ କଥା ହେବାକୁ ବି ଡରୁଛନ୍ତି। ଶିବ ଯେଉଁଦିନ ଜେଲ୍ କୁ ଗଲା ସମସ୍ତେ ତାକୁ ଅନେଇ ରହିଥିଲେ ମଧ୍ୟ ଶିବ କାହାକୁ ଧ୍ୟାନ ନଦେଇ ଜେଲ୍ ରେ ସିଧା ସଳଖ ପ୍ରବେଶ କରିଥିଲା।

 

Leave a Comment