ଶିଖର-ଆୟଶାଙ୍କ ଏହି ଛୋଟ ଭୁଲ ପାଇଁ ହେଲା ବିବାହ ବିଚ୍ଛେଦ, ଭାବୁକ ପୋଷ୍ଟ ଜରିଆରେ ଏମିତି କହିଲେ ପତ୍ନୀ ଆୟଶା ମୁଖାର୍ଜୀ…

0

ବନ୍ଧୁଗଣ ଏବେ କ୍ରୀଡା ଜଗତରୁ ଆସିଲା ଏକ ଆଶ୍ଚର୍ଯ୍ୟ କଲାଭଳି ଖବର। ଯାହା ଏବେ ବହୁତ୍ ଚର୍ଚ୍ଚା ହେବାରେ ଲାଗିଛି। ଯାହା ଜଣା ପଡ଼ିଛି ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଟିମ୍ ର ଓପନର ଶିଖର ଧାଓ୍ବନ ଦୀର୍ଘ ୯ ବର୍ଷ ପରେ ସ୍ତ୍ରୀ ଆୟେଶା ମୁଖାର୍ଜୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଏହାକୁ ନେଇ ଖବର ବେଶ୍ ଚର୍ଚ୍ଚାରେ ରହିଛି। ତେବେ ଏହି ବିବାହ ବିଚ୍ଛେଦ ନେଇ କ୍ରିକେଟର ଧାଓ୍ବନ କୌଣସି ବିବୃତି ଦେଇ ନ ଥିବା ବେଳେ ଆୟେଶା ଏହାର ସୂଚନା ନିଜର ଇନଷ୍ଟାଗ୍ରାମରେ ଏକ ଭାବୁକ କଲାଭଳି ପୋଷ୍ଟ ଜରିଆରେ ଦେଇଛନ୍ତି। ଯଦି ଆପଣ ବି ଏହି ପୋଷ୍ଟକୁ ପଢିବେ ତେବେ ଆପଣ ବି ଭାବିବାକୁ ବାଧ୍ୟ ହେବେ ଯେ ବିବାହ ବିଚ୍ଛେଦ ତାଙ୍କୁ କେତେ କଷ୍ଟ ଦେଇଛି।

ତେବେ ଆୟଶା ଇନଷ୍ଟାଗ୍ରାମରେ ଏହା ଲେଖିଛନ୍ତି ଯେ, ସେ ପ୍ରଥମ ତଲାକ ପରେ ବହୁତ ଡରି ଯାଇଥିଲେ ଏବଂ ତାଙ୍କ ଜୀବନରେ ଏପରି ଦ୍ବିତୀୟ ଥର ହେବ ବୋଲି ସେ ଭାବି ନଥିଲେ। ତାଙ୍କୁ ବହୁତ କିଛି ସାବ୍ୟସ୍ତ କରିବାର ଥିଲା। ତେଣୁ ଦ୍ଵିତୀୟ ବିବାହ ବିଚ୍ଛେଦ ତାଙ୍କ ପାଇଁ ବହୁତ ଭୟାବହ ଥିଲା। ତାଙ୍କ ମତରେ ତଲାକ ଏକ ଖରାପ ଶବ୍ଦ, ମାତ୍ର ତାଙ୍କର ଦୁଇ ଥର ତଲାକ ହୋଇଗଲା। ଶବ୍ଦଗୁଡିକର ବହୁତ୍ ଶକ୍ତିଶାଳୀ ଅର୍ଥ ବହନ କରନ୍ତି। ଜଣେ ଛାଡପତ୍ରନାରୀ ଭାବେ ନିଜେ ଅନୁଭବ କରୁଛନ୍ତି। ପ୍ରଥମ ବିବାହ ବିଚ୍ଛେଦ ପରେ ତାଙ୍କୁ ଲାଗିଲା ସେ ବିଫଳ ହୋଇଗଲେଏବଂ ନିଜ ମାବାପାଙ୍କୁ ନିରାଶ କଲେ ଓ ନିଜ ପିଲାମାନଙ୍କୁ ନିଚ୍ଚ ଦେଖାଉଛନ୍ତି ଏବଂ ଭଗବାନଙ୍କ ମଧ୍ୟ ଅପମାନ କରିଛନ୍ତି ବୋଲି। ତଲାକ ଏକ ଖରାପ ଶବ୍ଦ।

ତେବେ ଆପଣଙ୍କୁ କହି ରଖୁଛୁ ଯେ ଆୟେଶା ଯିଏକି ୧୯୭୫ ଅଗଷ୍ଟ ୨୭ର ଜନ୍ମ ଗ୍ରହଣ କରିଥିଲେ, ତାଙ୍କ ବାପା ଜଣେ ବଙ୍ଗାଳି ଏବଂ ମାଆ ବ୍ରିଟିଶ ମୂଳର ଅଟନ୍ତି। ଆୟେଶା ଜନ୍ମ ହେବାର ୮ ବର୍ଷ ପରେ ଅଷ୍ଟ୍ରେଲିଆରେ ରହିଥିବା ବେଳେ ସେଠାରେ ସେ ତାଙ୍କର ପାଠପଢ଼ା ଶେଷ କରିଥିଲେ। ଏହାଛଡ଼ା ଆୟେଶା ଜଣେ ପ୍ରଫେଶନାଲ କିକ୍‌ ବକ୍ସର ଅଟନ୍ତି। ସେ ଧାଓ୍ବନଙ୍କ ଦ୍ବିତୀୟ ବିବାହ କରିଥିଲେ। ତାଙ୍କର ପ୍ରଥମ ପତି ଥିଲେ ଅଷ୍ଟ୍ରେଲିଆର ଜଣେ ବ୍ୟବସାୟୀ ଯାହାଙ୍କ ସହ ୧୦ ବର୍ଷ ଯାଏ ତାଙ୍କର ସମ୍ପର୍କ ଚାଲିଥିଲା। ଉଭୟଙ୍କ ଦୁଇ ଝିଅ ରହିଥିବା ବେଳେ ୨୦୧୨ରେ ଉଭୟଙ୍କ କେଉଁ କାରଣରୁ ଛାଡ଼ପତ୍ର ହୋଇଥିଲା ତାହା ଆଜିଯାଏ ଜଣା ପଡ଼ିନାହିଁ।

ଏହାପରେ ୨୦୧୨ରେ ଆୟେଶା ଧାଓ୍ବନଙ୍କୁ ଫେସବୁକ୍ ରେ ଭେଟିବା ପରେ ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଫଳସ୍ଵରୁପ ୨୦୧୨ ଅକ୍ଟୋବରରେ ଉଭୟ ବିବାହ କରିଥିଲେ। ତେବେ ଧାଓ୍ବନ ଓ ଆୟେଶାଙ୍କ ମଧ୍ୟରେ ୧୦ ବର୍ଷର ବୟସ ବ୍ୟବଧାନ ରହିଥିବା ନେଇ ଧାଓ୍ବନଙ୍କ ବାପା ବିବାହ ପାଇଁ ରାଜି ନ ଥିଲେ। ପରେ ତାଙ୍କ ମା’ ରାଜି ହେବା ପରେ ବିବାହ ହୋଇଥିଲା। ବିବାହର ୨ ବର୍ଷ ପରେ ଆୟେଶା ଆଉ ଏକ ପୁଅ ଜନ୍ମ ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।