ଦେଖନ୍ତୁ ଭିଡିଓ : ଶିକ୍ଷାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଆଦିବାସୀ ଝିଅର ଇଂରାଜୀ ରେ ଅନୁରୋଧ….ଭିଡିଓ ଟି ଥରୁଟିଏ ନିଶ୍ଚିତ ଦେଖନ୍ତୁ…

0

ଛୋଟ ପିଲା ମାନଙ୍କୁ ପାଠ ପଢ଼ାଉଛନ୍ତି ଏହି ଆଦିବାସୀ ବୋହୁ ପିରସ୍କା ହେମ୍ବ୍ରମ୍।ସେ ପିଲା ମାନଙ୍କୁ ଇଂରାଜୀ ପଢ଼ାଉଛନ୍ତି। ଆପଣ ଥରେ ଏହି ଦୃଶ୍ୟକୁ ଭଲ ଭାବରେ ଦେଖନ୍ତୁ। କୌଣସି ସହର ଉପକଣ୍ଠ ର ଏ ଦୃଶ୍ୟ ନୁହେଁ।ଏହା ହେଉଛି ଆଦିବାସୀ ଜିଲ୍ଲା ମୟୂରଭଞ୍ଜ ଜିଲ୍ଲା ର କପ୍ତିପଦା ବ୍ଲକ ଅନ୍ତର୍ଗତ ଉଦଳାର ଏକ ଉପାନ୍ତ ଅଞ୍ଚଳ କଲୋନୀ ସାହିର ଦୃଶ୍ୟ।ଏହି ଗ୍ରାମରେ ଏହି ଆଦିବାସୀ ବୋହୁ ପିରସ୍କା ହେମ୍ବ୍ରମ୍ ଙ୍କ ଘର।ସେ ଏବେ ଭୁବନେଶ୍ଵର ରେ ବିବିଏ ପଢୁଛନ୍ତି। ତେବେ ଆଦିବାସୀ ଅଞ୍ଚଳ ନିଜ ଗାଁ ରେ ଖଲି ପତ୍ର ବିକୁଛନ୍ତି। ଆଦିବାସୀ ଚାଲି ଚଲଣ ରେ ସେ ମଧ୍ୟ ତାଙ୍କ ପରମ୍ପରା କୁ ମାନି ଚଲୁଛନ୍ତି।

ହେଲେ ସେ ଆପଣେଇ ଅଛନ୍ତି ଏମିତି ଏକ ରାସ୍ତା ଯାହା ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି।ନିଜର କାମ ସହିତ କର୍ମମୟ ଜୀବନ ଭିତରେ ଏହି ଉପାନ୍ତ ଅଞ୍ଚଳରେ ସେ ଶିକ୍ଷା ଦାନ ପାଇଁ ଲାଗି ପଡିଛନ୍ତି। ଏଠାରେ ଥିବା ପିଲା ମାନଂକର ଭବିଷ୍ୟତ ଗଢ଼ିବା ପାଇଁ ସେ ଶପଥ ନେଇଛନ୍ତି। ନିଜ ଅଞ୍ଚଳର ପିଲା ମାନଙ୍କ ର ବିକାଶ ପାଇଁ କିଛି ପଦକ୍ଷେପ ନେବାକୁ ଏବଂ ସେମାନଙ୍କ ଶିକ୍ଷା ଉପରେ ଗୁରୁତ୍ବ ଦେବାକୁ ମୂଖ୍ୟମନ୍ତ୍ରୀ ଙ୍କୁ ଏହି ନିବେଦନ କରିଛନ୍ତି ପିରସ୍କା।ଏହି ଉପାନ୍ତ ଅଞ୍ଚଳ ପାଇଁ ଏହି ଆଦିବାସୀ ମହିଳା ବିଭିନ୍ନ ପ୍ରକାର ଚେଷ୍ଠା ଜାରି ରଖିଛନ୍ତି। ଆଉ ଏହି ମେଧାବୀ ବୋହୁ ପୀରସ୍କା ଙ୍କ ସ୍ବାମୀ ଶ୍ୟାମ ସୁନ୍ଦର ତାମିଲନାଡ଼ୁ ର ଏକ ଘରୋଇ କମ୍ପାନୀ ରେ କାମ କରନ୍ତି।

ହେଲେ ପିରସ୍କା ପାଠ ପଢି ନିଜର କ୍ୟାରିଅର ଗଢ଼ିବା ସହିତ ଆଦିବାସୀ ପିଲା ମାନଙ୍କର ଭବିଷ୍ୟତ ମଧ୍ୟ ଗଢ଼ୁଛନ୍ତି।ଏହି ଅବହେଳିତ ଶରତ ଅଂଚଳର କିପରି ବିକାଶ ହେବ ଏବଂ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କର କିପରି ବିକାଶ ସମ୍ଭବ ପର ହୋଇ ପାରିବ ସେ ଲକ୍ଷରେ ରହିଛନ୍ତି ପିରସ୍କା।ସେ ଇଂରାଜୀ ରେ ଭଲ ଜ୍ଞାନ ଏବଂ କଥା କହିବାର ପାରଦର୍ଶିତା କୁ ହାସଲ୍ କରିବାକୁ ଇଚ୍ଛା ରଖିଥିଲେ ଏବଂ ସେ ଏହାକୁ ଯଥା ସମ୍ଭବ ହାସଲ କରିବା ପରେ ତାଙ୍କ ଅଞ୍ଚଲର ପିଲା ମାନଙ୍କର ଇଂରାଜୀ ଭାଷାଗତ ଯୋଗ୍ୟତା ଏବଂ ଇଂରାଜୀ ମିଡ଼ିଆମ ସ୍କୁଲରେ ପଢୁଥିବା ପିଲା ମାନଙ୍କ ଭଳି ସମକକ୍ଷ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ତାଙ୍କ ଦ୍ବାରା ଯାହା ସମ୍ଭବ ସେ ସେହି ଚେଷ୍ଟା ଜାରି ରଖିଛନ୍ତି ଏବଂ ପିଲା ମାନଙ୍କୁ ଶିକ୍ଷାଦାନ ମଧ୍ୟ କରୁଛନ୍ତି।ତେବେ କେବଳ ଶିକ୍ଷା ନୁହେଁ ସେହି ଅଞ୍ଚଳର ଲୋକ ମାନଙ୍କର ପାନୀୟ ଜଳ, ସ୍ବାସ୍ଥ୍ୟ ଏବଂ ଜୀବନ ଧାରଣର ମାନ ବୃଦ୍ଧି କରିବା ପାଇଁ ସେ ଅଣ୍ଟା ଭିଡ଼ି ବାହାରିଛନ୍ତି। ଏପରିକି ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି। ତାଙ୍କର ଏଭଳି କାର୍ଯ୍ଯ ପାଇଁ ଏବେ ତାଙ୍କ ପାଖକୁ ପ୍ରଶଂସା ର ସୁଅ ଛୁଟି ବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।