ଶୀତ ଦିନେ Face Glow ପାଇଁ କରନ୍ତୁ ଏହି ଛୋଟିଆ ଉପାୟ ୧୦୦% ଗ୍ୟାରେଣ୍ଟି – Ramdev Health Tips

0

ଏହି ସମାଜ ରେ ସମସ୍ତ ଯୁବ ପିଢୀ ନିଜ ନିଜର ସୁନ୍ଦରତା ଓ ରୂପ କୁ ବ୍ୟସ୍ତ ରହିଥାନ୍ତି । ଯଦିଓ ଭଗବାନ ଆମ ସମସ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ତଥା ସ୍ୱତନ୍ତ୍ର ଚେହେରା ଦେଇଛନ୍ତି କିନ୍ତୁ ପ୍ରାୟ ସମସ୍ତେ ସେହି ରୂପ ବା ଚେହେରା କୁ ନେଇ ଖୁସି ହୋଇପାରନ୍ତି ନାହିଁ । ସେମାନେ ସେହି ପ୍ରାକୃତିକ ରୂପ ଟୀକୁ ଆହୁରି ଭଲ ଓ ସୁନ୍ଦର କରିବାକୁ ଚେଷ୍ଟା କରିଥାନ୍ତି।ଏବଂ ଏହି ରୂପ ମଧ୍ୟରେ ଶାରୀରିକ ଗଠନ ଅନ୍ୟତମ ହୋଇଥାଏ ଯାହାକୁ ବର୍ତ୍ତମାନ ର ଯୁବପୀଢ଼ି ସବୁବେଳେ ନିୟନ୍ତ୍ରଣ ରେ ରଖିବାକୁ ଚାହାନ୍ତି ।

ଏହା ପ୍ରାୟ ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନେ ଟିକେ ଅଧିକ ଚିନ୍ତା କରିଥାନ୍ତି ନିଜର ସୁନ୍ଦର ରୂପ ଓ ତ୍ୱଚା ଉପରେ । ଯାହା ଫଳରେ ସେମାନେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରିବା ସହ ବହୁ କସମେଟିକ ମଧ୍ୟ ବ୍ୟବହାର କରିଥାନ୍ତି ।

ଆପଣ ମାନେ ଜାଣିଥିବେ କି ଶୀତ ଋତୁରେ ଆମକୁ ନିଜର ସୁନ୍ଦରତା ପ୍ରତି ଟିକିଏ ଅଧିକ ସଚେତନ ରହିବାକୁ ପଡିଥାଏ। କାରଣ ଏହି ଦିନରେ ଆମର ତ୍ୱଚା ବହୁତ ରୁକ୍ଷ ହୋଇଯାଇଥାଏ । ଆମେ ଆଜି ଆପଣଙ୍କୁ ଜଣେଇବୁ ଶୀତ ଦିନରେ ଆମର ତ୍ୱଚା ଏପରି ହେବାର କାରଣ ଏବଂ ଏହାକୁ ସମାଧାନ କରିବାର ଘୋରଇ ଉପାୟ ବିଷୟରେ ।

ଶୀତ ଦିନେ ତ୍ୱଚା ରୁକ୍ଷ ହେବାର କାରଣ:-

ସାଧାରଣ ଭାବରେ କହିବାକୁ ଗଲେ ଶୀତ ଦିନରେ ଆମର ପରିବେଶ ବହୁତ ଶୁଷ୍କ ହୋଇଥାଏ ଏବଂ ବାୟୁ ମଣ୍ଡଳରେ ଜଳ ର ପରିମାଣ କମ ହୋଇଥାଏ ଫଳରେ ଆମର ତ୍ୱଚା ଶୁଷ୍କ ବା ରୁକ୍ଷ ହୋଇଥାଏ ।ଏହା ବ୍ୟତୀତ ଶୀତ ଦିନରେ ଆମର ଶରୀର ଆବଶ୍ୟକ ଠାରୁ ଅଧିକ ପାଣି ଆବଶ୍ୟକ କରିଥାଏ ଏବଂ ଆମେ କମ ପାଣି ଗ୍ରହଣ କରିଥିବା ରୁ ଆମର ସ୍କିନ ବା ତ୍ୱଚା ରୁକ୍ଷ ହୋଇଥାଏ ।ଏବଂ ଏହି ଋତୁରେ ଅଧିକ ଆମିଷ ଖାଦ୍ୟ ଖାଇବା ଦ୍ବାରା ମଧ୍ୟ ଆମର ସ୍କିନ ରୁକ୍ଷ ହୋଇଥାଏ ।

ଏହାର ଘୋରଇ ଉପଚାର:-

୧.ଆପଣ ନିଜର ସ୍କିନ କୁ ସୁନ୍ଦର ଭାବରେ ରଖିବା କୁ ଚାହୁଁଥିଲେ ପ୍ରତ୍ୟେକ ଦିନ କିଛି ଚୂନ କୁ ଖାଦ୍ୟ ଭାବରେ ଗ୍ରହଣ କରନ୍ତୁ। ତେବେ ଆମେ କହିରଖୁଚୁ ଯେ ଆପଣ ପାନ ରେ ବ୍ୟବହାର କରୁଥିବା ଚୂନ କୁ ହିଁ ବ୍ୟବହାର କରନ୍ତୁ ।କାରଣ ଏଥିରେ କ୍ୟାଲସିୟମ , ମ୍ୟାଗନେସିୟମ ଆଦି କେତେକ ଖଣିଜ ପଦାର୍ଥ ରହିଛି ଯାହାକି ଆମର ରୁକ୍ଷ ସ୍କିନ କୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ ।କିନ୍ତୁ ମନେରଖନ୍ତୁ ଯେ ଆପଣ ଗୋଟିଏ ଦିନରେ ମାତ୍ର ଗୋଟିଏ ଗ୍ରାମ ଚୂନ ଖାଇବେ ଅଧିକ ନୁହେଁ ।

୨.ଦ୍ୱିତୀୟ ଟି ହେଉଛି ଏକ ଘରେ ପ୍ରସ୍ତୁତ ତେଲ ।ଏହାର ପ୍ରସ୍ତୁତି ପାଇଁ ଗୋଟିଏ ଚାମଚ ନଡ଼ିଆ ତେଲ , ଗୋଟିଏ ଚାମଚ ମହୁ ଏବଂ ଗୋଟିଏ ଚାମଚ କମଳା ରସ କୁ ଭଲ ଭାବରେ ମିଶେଇ ଏକ କ୍ରିମ ବାହାର କରି ଏହାକୁ ପ୍ରତିଦିନ ରାତିରେ ମାଲିସ କରନ୍ତୁ ।ଏପରି କରିବା ଦ୍ବାରା ଆପଣଙ୍କ ର ତ୍ୱଚା ରୁକ୍ଷ ହେବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।